ଅସୁରକ୍ଷିତ ରହିଛନ୍ତି ଗାଁ ଲୋକେ
ଗଞ୍ଜାମ :୩୦/୦୭/୨୩ ଅସୁରକ୍ଷିତ ରହିଛନ୍ତି ଗାଁ ଲୋକେ , ରାସ୍ତାରେ ଗଡୁଛି ଦୈନିକ ଶହଶହ ବାଲିବୋଝୋଇ ଗାଡି ।ବାଲି ବୋଝେଇ ଗାଡିର ବନ୍ଦ ଡାକରାରେ ରାସ୍ତାରେ ହେଲା ଆନ୍ଦୋଳନ । ଗୁଡିସର ମୌଜାରେ ଝୁଲୁଛୁ ପାକିଡି ବାଲିଘାଟର ଫଳକ ।ବାଲି ବୋଝେଇ ଗାଡିକୁ ଗାଁ ଛକରେ ଅଟକାଇଲେ ଗାଁ ଲୋକେ । ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ଅନ୍ତର୍ଗତ ପାକିଡି ବାଲିଘାଟର ନିଲାମି ହୋଇଥିବା ବେଳେ ଗୁଡିସର ଗାଁ ପାଖରୁ ବାଲିଉଠାଣ ହେଉଛି । ଋଷିକୂଲ୍ୟା ନଦୀର ଗୁଡିସର ପଟରୁ ଏହି ବେଆଇନ କାର୍ଯ୍ୟ ଦୈନିକ ଚାଲିଛି । ବେଆଇନ ଭାବେ ବାଲିଉଠାଣ ହୋଇ ଶହଶହ ବାଲିବୋଝୋଇ ଗାଡିର ଚଳାଚଳ ଚାଲିଛି ।ଏହି ଚଳାଚଳ ବନ୍ଦ କରିବା ନେଇ ନିକଟସ୍ଥ ଗାଁରେ ଅଭିଯୋଗ ହେଉଛି । ଯାହାକି ଭୋର ପ୍ରାୟ ୫ ଟା ଠାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବାଲିବୋଝୋଇ ହାଇଓ୍ବା ,ଟିପର ,ଓ ଟ୍ରାକ୍ଟର ଚଳାଚଳ ହେବା ସେମାନେ କହିଛନ୍ତି । ଯାଦ୍ବାର ଚାଷୀ ,ସ୍କୁଲ ଛାତ୍ରଛାତ୍ରୀ ,ମହିଳାଙ୍କ ସହିତ ବୟୋଜ୍ୟେଷ୍ଠ ବୃଦ୍ଧା ଓ ସାଧାରଣଜନତାଙ୍କ ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ଲାଗିଛି ।ଯାହା ଫଳରେ ଗାଁରେ ରହିଥିବା ଅସୁବିଧାକୁ ନେଇ ସ୍ଥାନୀୟ ଲୋକମାନେ ଆଜି ବାଲିବୋଝୋଇ ଗାଡିଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ପାଇଁ ରାସ୍ତାକୁ ଓହ୍ଲାଇ ଆସିଛନ୍ତି । ସେମାନେ ଆନ୍ଦୋଳନ କରି ବାଲିବୋଝୋଇ ଗାଡିଚଳାଚଳ ବନ୍ଦ ଡାକରା ଦେଇଛନ୍ତି ।ସୁଚନାମତବକ ବ୍ରାହ୍ମଣଛାଇ ଗ୍ରାମବାସୀ ମାନେ ବେନିୟମ ଭାବେ ଗୁଡିସର ପଟେ ରାସ୍ତାରେ ଆସୁଥିବା ପ୍ରାୟ ୮ CUM ରୁ ୯ CUM ବାଲିବୋଝେଇ ଥିବା ୪ ଟିପର ଓ ଗୁଡସର ଠାରୁ ବାଲିଆଣିବା ପାଇଁ ଯିବାକୁ ଥିବା ୧ଟି ଟିପର ଓ ୧ଟି ଧଳା ରଙ୍ଗର ହାଇଓ୍ବାକୁ ବ୍ରାହ୍ମଣଛାଇ ପଞ୍ଚାୟତ କାର୍ଯ୍ଯାଳୟର ଅତି ନିକଟରେ ରସ୍ତାରେ ଅଟକାଇ ଗାଡିଚଳାଚଳ ବନ୍ଦ କରିବା ନେଇ ରାସ୍ତାରୋକ ଆନ୍ଦୋଳନ କରିଥିଲେ । ଆଜି ରାସ୍ତାରେ ବାଇକ ଆଟୋରିକ୍ସା ଏବଂ ସାଧାରଣଲୋକଙ୍କ ଯାତାୟାତ ପାଇଁ ହାଲୁକା ଯାନବାହାନ ସ୍ବଭାବିକ ଚଳାଚଳ ଥିବା ବେଳେ ସ୍ଥାନୀୟ ଲୋକମାନେବାଲିଚାଳଣରେ ଥିବା ବାଲିବୋଝେଇ ଗାଡି ଏବଂ ବାଲି ଆଣିବାଲାଗି ବ୍ଯବହୃତ ଟ୍ରାକ୍ଟର , ଟିପର , ହାଇଓ୍ବା ଗାଡିଚଳାଚଳ କୁ ବନ୍ଦ କରି ବାଇକ ଆଟୋରିକ୍ସା ଏବଂ ସାଧାରଣଲୋକେ ସୁବିଧାରେ ଯାତାୟାତ ପାଇଁ ଏଠାରେ ଦେଖିବା ପାଇଁ ମିଳିଛି ।ବାଲିଘାଟରେ ବାଲିଉଠାଣ ନେଇ ଯିବା ଆସିବା କରୁଥିବା ଗାଡିଚଳାଚଳ ସମ୍ପୁର୍ଣ୍ଣ ରୁପେ ବନ୍ଦ କରିବା ପାଇଁ ଅଡିବସି ସ୍ଥାନୀୟ ଶେରଗଡ଼ ଓ ହିଞ୍ଜିଳି ପ୍ରଶାସନିକ ଅଧିକାରୀଙ୍କୁ ଘଟଣାର ତଦନ୍ତ ପାଇଁ ଅପେକ୍ଷା କରିଥିବା ବେଳେ ସାମାନ୍ୟ ଚାପା ଉତ୍ତେଜନା ଲାଗି ରହିଥିଲା।ପରିଶେଷରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ପ୍ରତିଶ୍ରୁତି ମିଳିବା ପରେ ରାସ୍ତାରେ ଗ୍ରାମବାସୀମାନେ ଆନ୍ଦୋଳନ ରୁ ହଟିଥିଲେ ।
ରିପୋର୍ଟ :-ଗଞ୍ଜାମ ଜିଲ୍ଲା ହିଞ୍ଜିଳି କାଟରୁ ରଞ୍ଜନ କୁମାର ରାଉତ
