ଗଣିଆରେ ସାଂସଦ କ୍ରିଡା ମହୋତ୍ସବ ଉଦଘାଟିତ

ଗଣିଆ – ଯୁବଗୋଷ୍ଠୀଙ୍କ ମଧ୍ୟରେ ଥିବା କ୍ରିଡାକୁ ବିକଶିତ କରିବା ପାଇଁ ସାରା ଭାରତରେ ସାଂସଦ କ୍ରିଡା ମହୋତ୍ସବ ଆୟୋଜନ କରାଯାଇଛି । ଏହି ପରୀପ୍ରେକ୍ଷୀରେ ଗଣିଆ ବ୍ଳକ ପିଏ ମଶ୍ରୀ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠ ପରିସରରେ ସାଂସଦ କ୍ରିଡା ମହୋତ୍ସବ ଉଦଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ସାଂସଦଙ୍କ ପ୍ରତିନିଧି ଶରତ କୁମାର କର, ସମ୍ମାନିତ ଅତିଥି ଭାବେ ବ୍ଳକ ଶିକ୍ଷା ଅଧିକାରୀ ରବିନ୍ଦ୍ରନାଥ ରାଉତରାୟ, ପ୍ରଧାନ ଶିକ୍ଷୟତ୍ରୀ ନିହାର ବାଳା ରାଉତ, ବିଜେପି ମଣ୍ଡଳ ସଭାପତି ମହାବୀର ପ୍ରସାଦ ମିଶ୍ର,ନୟାଗଡ ଜିଲ୍ଲା ବିଜେପି ଉପ ସଭାପତି ଚନ୍ଦ୍ର ଶେଖର ଦାଶ,କ୍ରିଡା ସଂଯୋଜକ ଶୁଭ୍ରଜିତ ପଣ୍ଡା,ବିଭୂତି ଭୂଷଣ ପଣ୍ଡା, ସରପଞ୍ଚ ଗିରିଧାରୀ ସେଠୀ, ସମିତି ସଭ୍ୟ ଫକୀର ମୋହନ ଡାକୁଆ ପ୍ରମୁଖ ମଞ୍ଚାସୀନ ଥିଲେ । ପାଠପଢ଼ା ସହିତ କ୍ରିଡା ଏବଂ ସଂସ୍କୃତିକୁ ଅଗ୍ରାଧିକାର ଦେବା ପାଇଁ ସମସ୍ତେ ଚେଷ୍ଟା କରିବା ଆବଶ୍ୟକ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଏହି କ୍ରିଡା ଉତ୍ସବ ୪ ଦିନ ଧରି ଚାଲୁ ରହିବ ବୋଲି ଜଣାପଡିଛି ।

ପୁଚି,ଚେସ୍,ଖୋ ଖୋ, ବ୍ୟାଡମିଣ୍ଟନ,ଭଲି, କ୍ରିକେଟ, ଫୁଟବଲ ଏବଂ କବାଡି ପ୍ରତିଯୋଗିତା ଉଭୟ ପୁଅ ଏବଂ ଝିଅଙ୍କ ମଧ୍ୟରେ ଅନୁଷ୍ଠିତ ହେବ । ୧୬ ବର୍ଷରୁ କମ୍ କନିଷ୍ଠ ବର୍ଗ ଏବଂ ୧୬ ବର୍ଷରୁ ଅଧିକ ବରିଷ୍ଠ ବର୍ଗର ଛାତ୍ର ଛାତ୍ରୀ ମାନେ ସକାଳୁ ନାମ ପଞ୍ଜିକରଣ କରିଥିଲେ । ପ୍ରଥମ ଦିନରେ ପୁଚି,ଚେସ୍,ଖୋ ଖୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଶତାଧିକ ଛାତ୍ର ଛାତ୍ରୀ ଏହି କ୍ରିଡା ଉତ୍ସବରେ ଯୋଗ ଦେବା ପାଇଁ ନାମ ପଞ୍ଜିକରଣ କରିଥିବା ଜଣାପଡିଛି । ଏହି ଖେଳକୁ କ୍ରିଡା ଶିକ୍ଷକ ବିକାଶ ରଞ୍ଜନ ମଲ୍ଲ, କୁମୁଦିନୀ ଦେଇ, ଶେଷଦେବ ରାଉତ,ବିନୟ କୁମାର ପରିଡ଼ା ପରିଚାଳନା କରିଥିବା ବେଳେ ଭାଗିରଥି ଗଡ଼ନାୟକ, ବାଉରିବନ୍ଧୁ ରାଉତ ପ୍ରମୁଖ ସହଯୋଗ କରିଥିଲେ । କ୍ରିଡ଼ା ସଂଯୋଜକ ମଞ୍ଚ ପରିଚାଳନା କରିଥିଲେ l

Leave a Reply

Your email address will not be published. Required fields are marked *