ସାଂସଦ ଖେଳ ମହୋତ୍ସବ ଫୁଲବାଣୀ ପୁଟଵଲ ଦଳ ଚାମ୍ପିଅନ ।

ସାଂସଦ ଖେଳ ମହୋତ୍ସବ ଫୁଲବାଣୀ ପୁଟଵଲ ଦଳ ଚାମ୍ପିଅନ ।କନ୍ଧମାଳ, ଫୁଲବାଣୀ ,କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ଙ୍କ ନିର୍ଦ୍ଦେଶ କ୍ରମେ ସଂସଦୀୟ କ୍ଷେତ୍ରରେ ସାଂସଦ ଖେଳ ମହୋତ୍ସବ ବିଗତ ତା ୨୧/୧୨/୨୦୨୫ରିଖ ଠାରୁ ଆରମ୍ଭ ହୋଇ ତା୨୫/୧୨/୨୦୨୫ ରିଖରେ ଏହି ଖେଳ ମହୋତ୍ସବ ଉଜ।ପନହେବ । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ କନ୍ଧମାଳ ଷ୍ଟାଡିୟମରେ ସାତଗୋଟି ନିର୍ବାଚନ ମଣ୍ଡଳୀ ର ସାତଟି ଫୁଟବଲ୍ ଦଳ ଏହି ଫୁଟବଲ୍ ପ୍ରତିଯୋଗିତାରେ ଭାଗ ନେଇଥିଲେ । ଫୁଲବାଣୀ, ବାଲିଗୁଡା, ଜି, ଉଦୟଗିରି, ବୌଦ୍ଧ ଫୁଟବଲ୍ ଦଳ ସେମିଫାଇନାଲ ଉତ୍ତୀର୍ଣ୍ଣ ହୋଇଥିଲେ । ବଲିଗୁଡା ଦଳ ଜି, ଉଦୟଗିରି ଦଳ କୁ ଓ ଫୁଲବାଣୀ ଦଳ ବୌଦ୍ଧ ଦଳକୁ ପରାସ୍ତ କରି ଫାଇନାଲ କୁ ଉତ୍ତୀର୍ଣ୍ଣ ହୋଇଥିଲେ । ଫାଇନାଲ ମ୍ୟାଚ ଫୁଲବାଣୀ ନିର୍ବାଚନୀ ମଣ୍ଡଳୀ ଫୁଟବଲ୍ ଦଳ ବାଲିଗୁଡା ନିର୍ବାଚନ ମଣ୍ଡଳୀର ଫୁଟବଲ୍ ଦଳକୁ ୧-୦ଗୋଲ୍ ବ୍ୟବଧାନରେ ପରାସ୍ତ କରି ସାଂସଦ ଫୁଟବଲ୍ ପତିଯୋଗିତରେ ଚମ୍ପିୟାନ ହୋଇଥିଲା ଏହି ଚମ୍ପିୟାନ ଦଳର ମ୍ୟାନେଜର ଭାବରେ ଫୁଲବାଣୀର ବିଶିଷ୍ଟ ଯୁବ ବି ଜେପି ନେତା ଶ୍ରୀ ରତନ ଚୌଧୁରୀ ପରିଚାଳିତ କରୁଥିବା ବେଳେ ସମୂହ ଫୁଲବାଣୀ ନିର୍ବାଚନ ମଣ୍ଡଳୀର ସମସ୍ତ ଖେଳର ପରିଚାଳନା ବିରାଜ ବେହେରାଙ୍କ ଅଧୀନରେ ପରିଚାଳିତ ହେଉଥିବା ଦେଖିବାକୁ ମିଳିଛି ।ଚମ୍ପିୟାନ ଦଳକୁ ଆସନ୍ତା ୨୫/୧୨/୨୦୨୫ ରିଖରେ ସ୍ଥାନୀୟ କରୋନେସନ ଖେଳ ପଡ଼ିଆରେ ସାଂସଦ ଖେଳ ମହୋତ୍ସବ ସଭାରେ ପୁରସ୍କୃତ କରାଯିବ ବୋଲି ମ୍ୟାନେଜର ରତନ ଚୌଧୁରୀ,ଓ ନିର୍ବାଚନୀ ମଣ୍ଡଳୀ ମ୍ୟାନେଜର ବିରାଜ ବେହେରା କହିଥିଲେ ।

Leave a Reply

Your email address will not be published. Required fields are marked *