ସାଂସଦ ଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ
ନବରଙ୍ଗପୁର ସାଂସଦ ରମେଶ ମାଝୀ ଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ!ଅଳ୍ପକେ ବର୍ତ୍ତିଲେ ସାଂସଦ!ପ୍ରାଥମିକ ଚିକିତ୍ସା ହୋଇ ଘରକୁ ଫେରିଲେ ସାଂସଦ!ଗାଡି ଚାଳକ ଓ ଅଙ୍ଗରକ୍ଷୀ ମଧ୍ୟ ସୁରକ୍ଷିତ!ସୂଚନା ଅନୁଯାଇ!ଦିଲ୍ଲୀ ରେ ଚାଲିଥିବା ସଂସଦ ଅଧିବେଶନ ସାରି ଗତକାଲି ଦିଲ୍ଲୀରୁ ରାଏପୁର ପହଞ୍ଚିଲା ପରେ ଉମରକୋଟ ରୁ ତାଙ୍କ ଇନୋଭା ଗାଡି ଚାଳକ ନେଇ ଯାଇଥିଲା ରାଏପୁର ତାଙ୍କୁ ପାଛୋଟି ଆଣିବାପାଇଁ!ରାତିରେ ଧମତରୀ ଠାରେ ଖାଇ ସାରି ଉମରକୋଟ କୁ ଫେରିବା ସମୟରେ ରାତି ପ୍ରାୟ 1:30ମିନିଟ ସମୟରେ ଉମରକୋଟ ବ୍ଲକ ଚିକଲପଦର ଠାରେ ଗାଡି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା!ସାଂସଦ ରମେଶ ମାଝୀ ଙ୍କ ସହ ଅଙ୍ଗରକ୍ଷୀ ଓ ଚାଳକ ଙ୍କୁ ଅଳ୍ପ ଆଘାତ ଲାଗିଥିବା ବେକେ ସେମାନଙ୍କୁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା କରି ଘରକୁ ଫେରିଥିଲେ!ସକାଳୁ ଉକ୍ତ ଖବର ପ୍ରକାଶ ପାଇବା ପରେ ସାଂସଦ ରମେଶ ମାଝୀ ଙ୍କୁ ଭେଟିବା ପାଇଁ ଅଞ୍ଚଳ ର ଲୋକଙ୍କ ସୁଅ ଛୁଟିଥିଲା!ଲୋକଙ୍କ ଆଶୀର୍ବାଦ ଓ ଭଲ ପାଇବା ଯୋଗୁଁ ଭଗବାନ ମୋତେ କୌଣସି କ୍ଷତି ପହଞ୍ଚାଇନାହାନ୍ତି ବୋଲି ସାଂସଦ ରମେଶ ମାଝୀ କହିଛନ୍ତି!
