ଜଗତସିଂହପୁର ସଦର ବ୍ଲକ ବିଡ଼ିଓ ଙ୍କ ନାଁ ରେ ଥାନାରେ ଏତଲା ଦେଲେ ସାଂସଦ ଙ୍କ ପ୍ରତିନିଧି ଓ ବିଜେପି କର୍ମୀ

Date-13/10/25*ଜଗତସିଂହପୁର ସଦର ବ୍ଲକ ବିଡ଼ିଓ ଙ୍କ ନାଁ ରେ ଥାନାରେ ଏତଲା ଦେଲେ ସାଂସଦ ଙ୍କ ପ୍ରତିନିଧି ଓ ବିଜେପି କର୍ମୀ l ବିଡ଼ିଓ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ଏତଲା*ବିଡ଼ିଓ ପାଲଟା ଏତଲା ଦେଲେ ସାଂସଦ ଙ୍କ ପ୍ରତିନିଧି ଓ କର୍ମୀଙ୍କ ବିରୁଦ୍ଧରେଆଙ୍କର: ଜଗତସିଂହପୁର ସଦର ବ୍ଲକ ବିଡ଼ିଓଙ୍କ ନାଁରେ ସଙ୍ଗୀନ ଅଭିଯୋଗ। ବିଡ଼ିଓ ଆଶୁତୋଷ ମିଶ୍ର ବିଜେପି କର୍ମୀଙ୍କୁ ଦୁର୍ବ୍ୟବହାର କରିବା ସହିତ ତାଙ୍କ ଇଙ୍ଗିତରେ କିଛି ଅସାମାଜିକ ଲୋକ ବିଜେପି କର୍ମୀ ମାନଙ୍କୁ ବ୍ଲକ ପରିସରରେ ଧକ୍କା ମାରିଥିବା ଅଭିଯୋଗକୁ ନେଇ ବିଡ଼ିଓଙ୍କ ନାଁରେ ଜଗତସିଂହପୁର ଥାନାରେ ଅଭିଯୋଗ କରିଛନ୍ତି ବିଜେପି କର୍ମକର୍ତ୍ତା। ଅନ୍ୟପଟେ ବିଡ଼ିଓ ମଧ୍ୟ କାଉଣ୍ଟର ଏଫଆଇଆର କରିଛନ୍ତି। ଗତ ୧୦ତାରିଖ ଦିନ ବ୍ଲକରେ ଅନ୍ତର୍ଦ୍ୱୟ ଆବାସ ଯୋଜନା କାର୍ଯ୍ୟାଦେଶ ବଣ୍ଟନ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ଅମରେନ୍ଦ୍ର ଦାସ, ବ୍ଲକ ଅଧ୍ୟକ୍ଷା କନକପ୍ରଭା ଲେଙ୍କାଙ୍କ ସମେତ ବିଭିନ୍ନ ଲୋକ ପ୍ରତିନିଧି ଉପସ୍ଥିତ ଥିଲେ। ତେବେ ଏହି କାର୍ଯ୍ୟକ୍ରମ ପରେ ବଜେପିର କିଛି କର୍ମୀ ଓ ସାଂସଦ ବିଭୁ ପ୍ରସାଦ ତରାଇଙ୍କ ନୋମିନି ସାଂସଦଙ୍କୁ କାହିଁକି ଡକା ଯାଇନି ବୋଲି ବିଡ଼ିଓଙ୍କୁ ପ୍ରଶ୍ନ କରିଥିଲେ। ଯେଉଁଥିରେ ବିଡ଼ିଓ ଉତକ୍ଷିପ୍ତ ହୋଇ ବିଜେପି କର୍ମୀଙ୍କୁ ଦୁର୍ବ୍ୟବହାର କରିବା ସହିତ ବିଡ଼ିଓଙ୍କ ସହିତ ଥିବା କିଛି ଲୋକ ବିଜେପି କର୍ମୀ ମାନଙ୍କୁ ଧକ୍କା ମାରିଥିବାର ଅଭିଯୋଗ ହୋଇଛି ।ଏହାକୁ ନେଇ ବିଜେପି କର୍ମୀ ମାନଙ୍କ ପକ୍ଷରୁ ଜଗତସିଂହପୁର ଥାନାରେ ବିଡ଼ିଓଙ୍କ ବିରୋଧରେ ଏତଲା ଦିଆଯାଇଛି । ବିଡ଼ିଓଙ୍କ ଦୁବ୍ୟବହାର ସହିତ ସଦର ବ୍ଲକରେ ପିସି କାରବାର,ବହୁ ମାତ୍ରାରେ ଦୁର୍ନୀତି ହେଉଥିବା ବିଜେପି କର୍ମକର୍ତ୍ତା ମାନେ ଅଭିଯୋଗ କରିବା ସହିତ ବିଡ଼ିଓଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଥିବା ବିଜେପି ପାର୍ଟି ଅଫିସରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସାଂସଦଙ୍କ ନୋମିନି। ଅନ୍ୟପଟେ ବିଡ଼ିଓ ଏ ସମ୍ପର୍କରେ କୌଣସି ପ୍ରତିକ୍ରିୟା ପ୍ରକାଶ କରି ନାହାନ୍ତି।

Leave a Reply

Your email address will not be published. Required fields are marked *