ଏମ୍.ଏସ୍.ଭି ପବ୍ଲିକ ସ୍କୁଲ ରମ୍ଭାର ସପ୍ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ରମ୍ଭା ୧୫/୦୩/୨୬ ;ଉତ୍କଳ ପ୍ରଦେଶ ଗଠନର ଏନ୍ତୁଡ଼ିଶାଳ ଐତିହ୍ୟ ସମ୍ପୂର୍ଣ୍ଣ ରମ୍ଭା ଠାରେ ଅବସ୍ଥିତ ଏମ୍.ଏସ୍.ଭି ପବ୍ଲିକ ସ୍କୁଲର ସପ୍ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ, ଗଞ୍ଜାମ ଶ୍ରୀମତୀ ବିନିତା ମିଶ୍ର ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ରାଜ୍ୟପାଳ ପୁରସ୍କୃତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ବିଜୟ କୁମାର ବିଶ୍ଵାଳ, ସମ୍ମାନିତ ଅତିଥି ଭାବେ ଯଥାକ୍ରମେ ପୁରୁଷୋତ୍ତମପୁର ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ବିଜୟ ଚନ୍ଦ୍ର ବିଶ୍ବାଳ,ଏମ୍.ଏସ୍.ଭି ଗ୍ରୁପର ଚେୟାରମ୍ୟାନ ତଥା ପ୍ରେରଣାଦାୟୀ ବକ୍ତା ଶ୍ରୀ ସ୍ମୃତି ରଞ୍ଜନ ସାହୁ, ପୋଲସରା ଏମ୍.ଏସ୍.ଭି ଅଧ୍ୟକ୍ଷ ଶ୍ରୀ ବଶିଷ୍ଠ ପାଣିଗ୍ରାହୀ , କୁଲାଡ ଏମ୍.ଏସ୍.ଭି ଅଧ୍ୟକ୍ଷ ଶ୍ରୀ ଅଜିତ୍ କୁମାର ବେହେରା,ରମ୍ଭା ଏମ୍.ଏସ୍.ଭି ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଶ୍ରୀ ବିଶ୍ୱଜିତ୍ ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇ ମାତ୍ର ୭ ବର୍ଷ ମଧ୍ୟରେ ଅନୁଷ୍ଠାନର ପ୍ରଗତିକୁ ଉଚ୍ଚ ପ୍ରଶଂସା କରିବା ସଙ୍ଗେ ସଙ୍ଗେ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ନିଜ ନିଜର କର୍ତ୍ତବ୍ୟ ସୂଚାରୁ ରୂପେ ପରିଚାଳନା କରିବା ପାଇଁ ପରାମର୍ଶ ଦେଇଥିଲେ। ସଭାର ପ୍ରାରମ୍ଭରେ ଅତିଥିମାନଙ୍କୁ ସ୍ବାଗତ କରିବା ପରେ ପରେ ବିଘ୍ନ ନାଶକ ଶ୍ରୀ ଶ୍ରୀ ଗଣେଶଙ୍କ ପ୍ରତିମୂର୍ତ୍ତି ନିକଟରେ ଅତିଥିମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଜ୍ୱଳନ କରି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ଛାତ୍ରୀମାନଙ୍କ ଦ୍ଵାରା ପରିବେଷଣ କରାଯାଇଥିବା ସ୍ଵାଗତ ସଙ୍ଗୀତ ବେଶ୍ ମନମୁଗ୍ଧକର ଥିଲା। ଏହା ପରେ ପରେ ବିଦ୍ୟାଳୟର ସମ୍ପାଦକ ତଥା ଅଧ୍ୟକ୍ଷ ଶ୍ରୀମତୀ ସାବିତ୍ରୀ ଆଚାର୍ଯ୍ୟ ବିଦ୍ୟାଳୟର ବାର୍ଷିକ ବିବରଣୀ ପଠନ କରିଥିଲେ। ଅନୁଷ୍ଠାନରେ ଉପଯୁକ୍ତ ଶୈକ୍ଷିକ ବାତାବରଣ ସୃଷ୍ଟି ହୋଇଥିବା ଯୋଗୁଁ ମାତ୍ର ୭ ବର୍ଷରେ ଏହାର ଛାତ୍ରଛାତ୍ରୀ ସଂଖ୍ୟା ୪୦୦ ରେ ପହଞ୍ଚି ପାରିଥିବା ଉଲ୍ଲେଖ କରିଥିଲେ। ଚଳିତ ବର୍ଷ ପ୍ରତି ଶ୍ରେଣୀରେ ଶୀର୍ଷ ସ୍ଥାନ ଅଧିକାର କରିଥିବା ବିଭିନ୍ନ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯିବା ସଙ୍ଗେ ସଙ୍ଗେ ବିଦ୍ୟାଳୟ ସ୍ତରରେ ଆୟୋଜିତ ବିଭିନ୍ନ କୃତି ପ୍ରତିଯୋଗୀ ମାନଙ୍କୁ ସଭା ସ୍ଥଳରେ ଅତିଥିମାନଙ୍କ ଦ୍ଵାରା ମାନପତ୍ର ସହ ପୁରସ୍କୃତ କରାଯାଇଥିଲା। ସଭା ପରେ ପରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ପରିବେଷିତ ମନୋରଞ୍ଜନ କାର୍ଯ୍ୟକ୍ରମ ବେଶ ଚିତ୍ତାକର୍ଷକ ଥିଲା।ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ,ଶିକ୍ଷୟିତ୍ରୀ ଓ କର୍ମଚାରୀ ଗଣ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *