ମା ଗାଆଁ
ମା ଗାଆଁ
ଯେଉଁ ପଲ୍ଲୀ ରେ ଜନମ ମୋର
ସେହି ପଲ୍ଲୀ ମୋ ଗାଆଁ
ଜୀବନ ମଧ୍ୟେ ଚେଷ୍ଟା କରିବି ରଖିବି ତାର ନାଆଁ।
ସେହି ମୋ ପ୍ରିୟ ଗାଆଁ।
ତାହାର ମାଟି ତାହାର ପାଣି
ପବନ ସହ ମିଶି
ଭଲ ପାଇଛି ସେହି ମାଟିକୁ
ସେହି ଶରଦ ଶଶୀ।
ସେହି ମୋ ପ୍ରିୟ ଗାଆଁ
ରଖିବି ତା’ର ନାଆଁ।
ପୋଖରୀ ତୁଠ ମଠ ଦେଉଳ ମୋର ଯେ ପରିଚିତ
ପୋଖରୀ ପାଣି ମଠ ଠାକୁର ସବୁଠାରେ ଯେ ବନ୍ଦିତା।
ସେହି ମୋ ପ୍ରିୟ ଗାଆଁ
ରଖିବି ତା’ର ନାଆଁ।
ଚାଟଶାଳୀରେ ପ୍ରଥମ ପଢା
ସେଠି ମୋହର ଜୀବନ ଗଢା
କେତେ ଯେ ସାଙ୍ଗସାଥୀ
ତାଙ୍କରି ଭାଷା ତାଙ୍କରି ହସ
ମନ ମଧ୍ୟରେ ଦିଏ ହରଷ
ସେହି ମୋ ପ୍ରିୟ ସାଥୀ
ସେହି ମୋ ପ୍ରିୟ ଗାଆଁ
ରଖିବି ତା’ର ନାଆଁ।
ମାଆ ବାପାଙ୍କ ଆଦର ଡାକ
ଜୀବନ ମଧ୍ୟେ ଦିଏ ବିବେକ
ଖଟା ପଖାଳ ଅମୃତପରି
ପେଟକୁ ମୋ’ର ଦିଅଇ ଭରି
ବଡ଼ଭାଇ ରଡାକ
ଜୀବନ ମଧ୍ୟେ ସ୍ମୃତି ରହିଛି
କହେ ମୋର ବିବେକ।
ଭାଇ ଭଉଣୀ ମାଆଙ୍କୁମାନି
କହନ୍ତି ସବୁ କଥା
ମାଆର ସ୍ନେହ ସରଗ ପରି ନଦିଏ ମୋତେ ବ୍ୟଥା।
ସରଳ ଲୋକ ବାପା ଆମର
ଚାଷ କାମରେ ମନ ତାଙ୍କର
ଭାଗବତ ରେ ମନ
ଠାକୁର ପୂଜି ମଣନ୍ତି ସିଏ ଅଟନ୍ତି ଭାଗ୍ୟବାନ।
ସେହି ମୋ ପ୍ରିୟ ଗାଆଁ
ରଖିବି ତା’ର ନାଆଁ।

ଶ୍ରୀ ହରିହର ସାହୁ
(ରାଜ୍ୟ, ପ୍ରକୃତି ବନ୍ଧୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଓ ଆନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ)
ଇଲେଇଜଙ୍ଗ, ଗଁଦିଆ, ଢେଙ୍କାନାଳ, ଓଡ଼ିଶା 759016
