ମୁଁ ଓଡିଆ
ମୁଁ ଓଡିଆ
ଓଡ଼ିଶା ରାଇଜେ ଜନମ ମୋହର ଓଡିଆ ମୋହରି ଭାଷା
ଓଡିଆ ଭାଷାର ଆଦର ବହୁତ ଓଡିଆ ମୋ ମାତୃଭାଷା
ଓଡିଆ ମୋହରି ଭାଷା।
କବି ଗଙ୍ଗାଧର ଅଟନ୍ତି ପ୍ରଖର
ପ୍ରକୃତି କୁ ମଜି ଯାନ୍ତି
ସ୍ବଭାବ କବିର ଭାବେ ପରିଚିତ
ଗର୍ବିତ ଓଡିଆ ଜାତି
ପ୍ରକୃତି କୁ ମଜି ଯାନ୍ତି।
ପ୍ରଣୟ ବଲ୍ଲରୀ, ତପସ୍ଵିନୀ କାବ୍ୟ କରିଛି ତାଙ୍କୁ ଅମର
ଓଡ଼ିଶା ଜାତିକୁ ଟେକ କରିଛନ୍ତି
ଧନ୍ଯ ହେ ତୁମେ ମେହେର
କରିଛି ତାଙ୍କୁ ଅମର।
ସ୍ମୃତି ଚିନ୍ତାମଣି କାବ୍ଯ ଯୋଗୁ ଆମେ ଅଟନ୍ତି ବହୁ ଗର୍ବିତ
ଆହେ ଭୀମଭୋଇ ଲିଖନୀ ମୁନରେ ସବୁଠି ତୁମେ ବିଦିତ
ଅଟନ୍ତି ବହୁ ଗର୍ବିତ।
ପତ୍ନୀ ପାଇଁ ତୁମେ ଅନୁତାପ କରି ନିଜେ ଦଗ୍ଧିଭୂତ ହୋଇ
ବିଦଗ୍ଧ କଳାରେ ଆହେ ଅଭିମନ୍ୟୁ ଚିନ୍ତାମଣି ଭାଗନେଇ
ନିଜେ ଦଗ୍ଧିଭୂତ ହୋଇ।
କୃଷ୍ଣ ରସ ରେ ଭାବୁକ ହେ କବି
କୃଷ୍ଣ ପ୍ରେମ ରେ ମଜିଲ
ପ୍ରଭୁ କୃପା ରୁ ଆଶିଷ ପାଇଣ
ପତ୍ନୀ କୁ ଭୁଲିଗଲ
କୃଷ୍ଣ ପ୍ରେମ ରେ ମଜିଲ।
ରସକଲ୍ଲୋଳ କାବ୍ୟଟିକୁ ଲେଖି ଦୀନକୃଷ୍ଣ ଆହେ କବି
କୃଷ୍ଣ ପ୍ରେମ ରେ ମଜିଲୁ ଯେ ଆମ୍ଭେ ତୁମକୁ ଯେ କେତେ ଭାବି
ଦୀନକୃଷ୍ଣ ଆହେ କବି।
ଓଡିଆ ବୋଲି ମୁଁ ନିଜେ ଯେ ଗର୍ବିତ
ଆହେ କବିକୁଳ ଗଣ
ଓଡିଆ ଭାଷାର ଉନ୍ନତି କରିଛ
ଲେଖନୀ ତୁମର ଧନ୍ଯ
ଆହେ କବି କୁଳ ଗଣ।
ଉତ୍କଳ ଦିବସେ ଓଡିଆ ବୋଲି ମୁଁ ଅଟଇ ବଡ ଗର୍ବିତ
ଭାଷାର ଉନ୍ନତି କରିଛ ହେ କବି ତୁମେ ସବୁଠି ପୂଜିତ
ଅଟଇ ବଡ ଗର୍ବିତ।
ପ୍ରକୃତି ବନ୍ଧୁ ହରିହର ସାହୁ
,(ରାଜ୍ୟ, ପ୍ରକୃତି ବନ୍ଧୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଓ ଆନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ )
ଇଲେଇଜଙ୍ଗ, ଗଁଦିଆ, ଢେଙ୍କାନାଳ, ଓଡ଼ିଶା
