ପୌରପାଳିକାର ୨୫ନମ୍ବର ଓ ୨୯ ନମ୍ବର ୱାର୍ଡ଼ ସୀମାରେ ଥିବା ଭୂୟାଁମହଲା ଗ୍ରାମର ମୁଖ୍ୟରାସ୍ତା ଓ ଡ୍ରେନ ତୁରନ୍ତ ନିର୍ମାଣ କରିବା ପାଇଁ ଜିଲ୍ଲାପାଳ ଙ୍କୁ ଦାବୀ ପତ୍ର
ଭଦ୍ରକ ପୌରପାଳିକା ଅନ୍ତର୍ଗତ ୨୫ ଓ ୨୯ ନମ୍ବର ୱାର୍ଡ଼ର ସ୍ଥାୟୀ ଅଧୂବାସୀ ଭୂୟାଁମହଲା ଗ୍ରାମର ମୁଖ୍ୟରାସ୍ତା ଯାହାକି ଗରଦପୁରଠାରୁ ସାଳନ୍ଦୀ କଲେଜ ପର୍ଯ୍ୟନ୍ତ ଯାଇଅଛି । ଉକ୍ତ ରାସ୍ତାଟି ଗରଦପୁରସ୍ଥ ଶ୍ରୀ କରୁଣା ମହାନ୍ତିଙ୍କ ଘର ନିକଟରୁ ସାଳନ୍ଦୀ କଲେଜ ପର୍ଯ୍ୟନ୍ତ ଡ୍ରେନ ନିର୍ମାଣ ନ ହେବାରୁ ଉକ୍ତ ରାସ୍ତାକୁ ଲାଗିଥିବା ସରକାରୀ ସ୍କୁଲ, ମସଜିଦ୍ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଉକ୍ତ ରାସ୍ତାର ଡାହାଣ ପାର୍ଶ୍ଵରେ କରୁଣା ମହାନ୍ତିଙ୍କ ଘରଠାରୁ ଭୂୟାଁମହଲା ଟ୍ରାନ୍ସଫରମର ଯାଏ ଡ୍ରେନ ହୋଇଥିଲେ। ହେଁ ଉକ୍ତ ଟ୍ରାନ୍ସଫରମର ନିକଟରେ ଡ୍ରେନରୁ ଦୁର୍ଗନ୍ଧ ପାଣି ଓ ମଇଳା ନିର୍ଗତ ହୋଇ ରାସ୍ତାରେ ଭାସୁଥିବାରୁ |ଗ୍ରାମ ର ଶହ ଶହ ବାସିନ୍ଦା ଉକ୍ତ ରାସ୍ତାରେ ଯାତାୟାତ କରିବାରେ ବାଧା ସୃଷ୍ଟି ହେଉଅଛି । ସ୍କୁଲ, କଲେଜ ଓ ଗ୍ରାମବାସୀମାନେ ବାଧ୍ୟ ହୋଇ ଉକ୍ତ ରାସ୍ତାରେ ପାଣି ଭିତର ଦେଇ ଯିବା ଆସିବା କରିବାରୁ ବହୁ ଲୋକ ରୋଗାକ୍ରାନ୍ତ ହୋଇଛନ୍ତି । ସ୍କୁଲକୁ ଛାଡ଼ିବାକୁ ଭୟ ଲାଗୁଛି । ଉଭୟ ସମ୍ପ୍ରଦାୟର ମନ୍ଦିର ଓ ମସଜିଦ୍ ଥିବାରୁ ସେଠାକୁ ଯିବାପାଇଁ ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଉକ୍ତ ଘଟଣା ପ୍ରଶାସକଙ୍କୁ ମଧ୍ୟ ଲିଖିତ ଆକାରରେ ଅବଗତ ବାରମ୍ବାର କରିଥିବାରୁ ପୌରପାଳିକା ଉପାଧ୍ଯକ୍ଷ 1.ଇ. ଓ ବିଭାଗୀୟ ପଦାଧିକାରୀମାନଙ୍କୁ ନେଇ ଘଟଣାସ୍ଥଳ ପରିଦର୍ଶନ କରିଥିଲେ ହେଁ ବର୍ତମାନ ସୁଧା ) ରାସ୍ତା ଓ ଡ୍ରେନ କାର୍ଯ୍ୟ ନହେବାରୁ ଗ୍ରାମବାସୀ ନାନାଦି ଅସୁବିଧାରେ ସମ୍ମୁଖୀନ ହେଉଅଛୁ । ତୁରନ୍ତ ମରାମତି କରାନଗଲେ,ରାଜ ରାସ୍ତା କୁ ଓହ୍ଲାଇ ବେ ବୋଲି ଚେତାବନୀ ଦେଇଛନ୍ତି।
