ମହାନଗର ନିଗମରେ ମିଶ୍ରଣ ନେଇ ଉଦ୍ୟମ ଓ ସଂଘର୍ଷ ଜାରି ରହିଛି

ବିଏମସିରେ ମିଶ୍ରଣ ନେଇ ସହର ତଳି ଅଞ୍ଚଳ କ୍ରିୟାନୁଷ୍ଠାନ କମିଟି ଦ୍ଵାରା ଆରମ୍ଭ କରାଯାଇଥିବା ପଞ୍ଚାୟତ ସମ୍ପର୍କ ଅଭିଯାନର ଶେଷ ଦିନରେ ଭାବିନିପୁର ପଞ୍ଚାୟତ ପ୍ରତିନିଧିଙ୍କ ସହ ସାକ୍ଷାତ ଆଲୋଚନା ।


ବ୍ରହ୍ମପୁର — ୧୬/୩/୨୦୨୫– ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ଦ୍ଵାରା ଦୀର୍ଘ ଦିନ ହେଲା ସହର ସନ୍ନିକଟ ଓ ପାର୍ଶ୍ଵବର୍ତ୍ତ ୧୮ ଟି ପଞ୍ଚାୟତକୁ ମହାନଗର ନିଗମରେ ମିଶ୍ରଣ ନେଇ ଉଦ୍ୟମ ଓ ସଂଘର୍ଷ ଜାରି ରହିଛି। ଏହି ପରିପ୍ରେକ୍ଷିରେ ୨୦୦୮ ଗେଜେଟ ବିଜ୍ଞପ୍ତି ଆଧାରିତ ଯେଉଁ ୧୮ ପଞ୍ଚାୟତ ବିଏମସିରେ ସାମିଲ ନେଇ ଉଲ୍ଲେଖ ରହିଛି ସେଥି ମଧ୍ୟରୁ ଲୋଚାପଡା ପଞ୍ଚାୟତ ସହ ସାନ କୁଷସ୍ଥଳି ଗ୍ରାମ, ବ୍ରହ୍ମାପଲି ଗ୍ରାମ ଓ ଆର୍ମି ଏଡି କଲେଜ ପ୍ରଭୁତି ଅଞ୍ଚଳ ବହୁ ପୁର୍ବରୁ ପଞ୍ଚାୟତରେ ସାମିଲ ନେଇ ନିଜର ଇଚ୍ଛା ସଙ୍କଳ୍ପ ପତ୍ର ବହୁ ପୁର୍ବରୁ ଦେଈ ସାରିଛନ୍ତି । ବାକି ରହି ଯାଇଥିବା ପଞ୍ଚାୟତ ଓ ଗ୍ରାମ ଗୁଡ଼ିକର ଇଚ୍ଛା ସଂକଳ୍ପ ପତ୍ର ହାସଲ କରିବା ନେଇ ଚଳିତ ଥର ଆରମ୍ଭ କରାଯାଇଥିବା ପଞ୍ଚାୟତ ସମ୍ପର୍କ ଅଭିଯାନରେ ନିମଖଣ୍ଡି, ଜଗଦଳପୁର,ଅଙ୍କୁଶପୁର , ଲାଠି, ଅନନ୍ତେଇ , ଦକ୍ଷିଣପୁର,ହଳଦିଆପଦର , ବଡ଼ ଗୁମୁଳା ଗ୍ରାମ, ବଡ଼ କୁଷସ୍ଥଳି, ଡୁରା, ଗଞ୍ଜୁ, ଫୁଲଟା, ନରେନ୍ଦ୍ରପୁର, ମାଣ୍ଡିଆପଲି ପ୍ରଭୁତି ପଂଚାୟତର ସରପଞ୍ଚ ଓ ଅନ୍ୟ ପ୍ରତିନିଧି ମାନଙ୍କ ସହ ମିଶ୍ରଣ ନେଇ ଆଲୋଚନା ହୋଇଯାଇଛି। ସେହି କ୍ରମରେ ଆଜି ଶେଷ ଦିନରେ କମିଟି ପ୍ରତିନିଧି ମଣ୍ଡଳୀ ଭାବିନିପୁର ପଞ୍ଚାୟତ ସରପଞ୍ଚ ରଞ୍ଜିତ ସାହୁଙ୍କୁ ଦେଖା କରି ଭାବିନିପୁର ପଞ୍ଚାୟତକୁ ବ୍ରହ୍ମପୁର ମହାନଗର ନିଗମରେ ମିଶ୍ରଣ ନେଇ ଆଲୋଚନା କରିଥିଲେ। ଗ୍ରାମ ସଭା ଡାକି ଏ ନେଇ ଆଲୋଚନା କରି ପଦକ୍ଷେପ ନେବେ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। କମିଟିର ଅଭିଯାନକୁ ସମର୍ଥନ ଜଣାଇ ଇତିମଧ୍ୟରେ ଜଗଦଳପୁର, ଲାଠି ଓ ନିମଖଣ୍ଡି ଗ୍ରାମ ପଞ୍ଚାୟତ ବିଏମସିରେ ମିଶ୍ରଣ ସକାଶେ ନିଜ ଇଚ୍ଛା ସଙ୍କଳ୍ପ ପତ୍ର ପଞ୍ଚାୟତରେ ପାରିତ କରି କମିଟିକୁ ହସ୍ତାନ୍ତର କରି ସାରିଲେଣି । ସେହିଭଳି ବାକି ରହିଥିବା ଅନ୍ୟ ଗ୍ରାମ ଓ ପଞ୍ଚାୟତ ଗୁଡ଼ିକର ମିଶ୍ରଣ ଇଚ୍ଛା ସଂକଳ୍ପ ପତ୍ର ହାସଲ ନେଇ ଉଦ୍ୟମ ଚାଲିଛି । ଖୁବ୍ ଶୀଘ୍ର ତାହା ହସ୍ତଗତ ହୋଇଯିବ ଏଵଂ ତତ୍ ପରେ ଏହାକୁ କାର୍ଯ୍ୟକାରୀ ନିମନ୍ତେ ଜିଲ୍ଲାପାଳଙ୍କୁ ହସ୍ତାନ୍ତର କରାଯିବ ବୋଲି କ୍ରିୟାନୁଷ୍ଠାନ କମିଟି ସଭାପତି ସଞ୍ଜୀବ କୁମାର ପଟ୍ଟନାୟକ କହିଛନ୍ତି। ଭାରତ ବର୍ଷର ସବୁଠାରୁ ଛୋଟ ମହାନଗର ନିଗମରେ ଏହି ୧୮ ଟି ପଞ୍ଚାୟତକୁ ସାମିଲ କରି ଏହାକୁ ସର୍ବନିମ୍ନ ସର୍ବନିମ୍ନ ୩୦୦ ବର୍ଗ କିଲୋମିଟର କ୍ଷେତ୍ରଫଳ ବିଶିଷ୍ଟ ସମ୍ପୂର୍ଣ ମହାନଗର ନିଗମରେ କିଭଳି ପରିଣତ ହୋଇ ପାରିବ କମିଟି ତା ଉପରେ ଜୋର ଦେଉଛି। ଆଜିର ପ୍ରତିନିଧି ମଣ୍ଡଳୀରେ ଉପସଭାପତି ଦେବୀ ପ୍ରସାଦ ଦାସଙ୍କ ବ୍ୟତୀତ କାର୍ଯ୍ୟାଳୟ ସମ୍ପାଦକ ଦିଗାମ୍ବର ସାମନ୍ତରାୟ, ଉପ ସଙ୍ଗଠନ ସମ୍ପାଦକ ଅଜିତ୍ ପଟ୍ଟନାୟକ, ସହ ସଙ୍ଗଠନ ସମ୍ପାଦକ ଶ୍ରୀମନ୍ତ ପାଣିଗ୍ରାହୀ, କୋଷାଧ୍ୟକ୍ଷ ଏମ୍ ଲାବଣ୍ୟ ପାତ୍ର, ସଂଯୋଜକ ସି ଏଚ୍ଚ ରାମ କ୍ରିଷ୍ଣା ଦାସ, ସହ ସଂଯୋଜକ ଅନିଲ ଅଧିକାରୀ, ସହ କୋଷାଧକ୍ଷ ସୁନିଲ ପାତ୍ର, ସଙ୍ଗଠନ ସମ୍ପାଦକ ଶ୍ରୀକାନ୍ତ ପଢ଼ିହାରୀ , ଉପଦେଷ୍ଟା ପ୍ରବୀଣ ପଟ୍ଟନାୟକ ଓ କାର୍ଯକାରୀ ସଦସ୍ୟ ସନ୍ତୋଷ ସାହୁ, ଲକ୍ଷ୍ମୀ କାନ୍ତ ଜେନା, ପ୍ରଶାନ୍ତ ପଣ୍ଡା,ପ୍ରଶାନ୍ତ ଦାଶ, ପ୍ରଶାନ୍ତ ସାହୁ ବିନୋଦ ପାତ୍ର , ଗଗନ ପାତ୍ର ପ୍ରମୁଖ ସାମିଲ ଥିଲେ ।

Leave a Reply

Your email address will not be published. Required fields are marked *