ମୁନସୀ ମେଲଣ ଭଣ୍ଡାରୀ ପୋଖରୀ ଠାରେ ବହୁ ଆଡ଼ମ୍ବର ରେ ପାଳିତ ହୋଇଯାଇଛି
ଐତିହାସିକ ଭଣ୍ଡାରି ପୋଖରୀ ମୁନସା ମେଲଣ ପାଇଁ ପାଠ ଦେବତା ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇ ଯାଇଛି ଭଣ୍ଡାରୀପୋଖରୀ ଥାନା କର୍ମଚାରୀ ଓ ମେଲଣ କମିଟି ସଦସ୍ଯ ଙ୍କ ମିଳିତ ସହଯୋଗ ରେ ଚଳିତ ବର୍ଷ ଗଣପର୍ବ ମୁନସା ମେଲଣ ଭାବ ଉଦ୍ଦୀପନା ର ସହିତ ଆଯୋଜନ ହୋଇଥିଲା ପ୍ରଥମ ଦିନ ଘଟ ସ୍ଥାପନ ପରେ ଥାନା ପରିସର ରେ ଥିବା ପାଠ ଦେବତା ଶିତିକଣ୍ଠସ୍ବର ଙ୍କ ପୂଜାର୍ଚ୍ଚନା ବୈଦିକ ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହୋଇଯାଇଛି ମୁଖ୍ଯ ପୂଜକ ରାଜକିଶୋର ପଣ୍ଡା ଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ପାଠ ଦେବତା ଙ୍କୁ ବୈଦିକ ମନ୍ତ୍ର ଅନୁଯାୟୀ ଆବାହନ କରାଯାଇଛି ପ୍ରଥମେ ଇଷ୍ଟ ଦେବତା ଷୋଡ଼ଶ ଉପଚାର ପୂଜା ସୂଯ୍ଯ ପୂଜା ସଂଖ୍ୟା ଆହୁତି ହୋମ ଅନୁଷ୍ଠିତ ହୋଇଥିଲା ପରେ ରୁଦ୍ରାଭିଷେକ ଓ ମେଲଣ ପାଇଁ ରାଧାକୃଷ୍ଣ ଙ୍କ ଷୋଡ଼ଶ ଉପଚାର ପୂଜା ହୋଇଥିଲା, ଅନ୍ୟତମ ପୂଜକ ଭାବେ ଗୟାଧର ଦାସ ଓ ମନୋଜ ପଣ୍ଡା ସହଯୋଗ କରିଥିଲେ ଥାନା ଅଧିକାରୀ ଅଜୟ ସୁଦର୍ଶନ ବାଗେ ଓ ସଂଗୀତା ବାଗେ ସଂକଳ୍ପ କର୍ତ୍ତା ଭାବେ ଦାୟିତ୍ବ ସମ୍ପାଦନ କରିଥିଲେ ପୀଠ ଦେବତାଙ୍କ ପୂଜା କାର୍ଯ୍ୟକୁ ଥାନା କର୍ମଚାରୀ ଙ୍କ ସମେତ ମେଲଣ କମିଟିର କର୍ମକର୍ତ୍ତା ମାନେ ପରିଚାଳନା କରିଥିଲେ ମାଧ୍ୟାହ୍ନ ରେ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା ସଂନ୍ଧ୍ଯା ରେ ନିମନ୍ତ୍ରିତ ଅତିଥି ମାନଙ୍କ ଦ୍ବାରା ଉତ୍ସବ ଉଦଘାଟନ ସହିତ ସଂସ୍କୃତି କ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା
