ମୋନ୍ଥା ବାତ୍ୟା ସରକାରୀ ନିର୍ଦ୍ଦେଶ ନାମାକୁ ଫୁ ରେ ହିଞ୍ଜିଳି ବିଡିଓ

ମୋନ୍ଥା ବାତ୍ୟା ସରକାରୀ ନିର୍ଦ୍ଦେଶ ନାମାକୁ ଫୁ ରେ ହିଞ୍ଜିଳି ବିଡିଓ ।

ହିଞ୍ଜିଳିକାଟୁ ,୨୮/୧୦ : ବାତ୍ୟା ମୋନ୍ଥାକୁ ନେଇ ରାଜ୍ୟ ସରକାର ଆଗୁଆ ସତର୍କତା ସହ ଜିରୋ କାଜୁଆଲଟି ନିମନ୍ତେ ବିଭିନ୍ନ ପ୍ରକାର ପ୍ରସ୍ତୁତି ଅବଲମ୍ବନ କରିଛନ୍ତି । ବାତ୍ୟାକୁ ଦୃଷ୍ଟିରେ ରଖି ଉପକୂଳ ଅଞ୍ଚଳର ସମସ୍ତ କର୍ମଚାରୀଙ୍କ ଛୁଟି କୁ ମଧ୍ୟ ବାତିଲ କରିଦିଆଯାଇଛି । ଏ ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ପ୍ରସ୍ତୁତିରେ ଆଗୁଆ ରହିଛି । ବିଭିନ୍ନ ଅଞ୍ଚଳର ଉପୁଜିବାକୁ ଥିବା ଅସୁବିଧାର ଆଗୁଆ ସମାଧାନ ପାଇଁ ଜିଲ୍ଲା ତରଫରୁ ମଧ୍ୟ କଡା ନିର୍ଦ୍ଦେଶ ନାମା ରହିଛି । ବାତ୍ୟା ଦ୍ବାରା ପ୍ରଭାବିତ ନ ହେବା ପାଇଁ ଗଞ୍ଜାମ ଜିଲ୍ଲାର ସମସ୍ତ ସ୍କୁଲ କଲେଜ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ବନ୍ଦ କରିଦିଆଯାଇଛି । ଗଞ୍ଜାମ ଜିଲ୍ଲାର ସମସ୍ତ ବ୍ଳକ ପ୍ରଶାସନ ତତ୍ପରତା ପ୍ରଦର୍ଶନ ବେଳେ ଏବଂ ପିଡୀତ ଜନସାଧାରଣଙ୍କୁ ବାତ୍ୟା ଆଶ୍ରୟ ସ୍ଥଳିକୁ ସ୍ଥାନାନ୍ତରିତ କରାଯାଇଛି । ଏଭଳି ପରିସ୍ଥିତିରେ ହିଞ୍ଜିଳି ଗୋଷ୍ଠୀ ଉନ୍ନୟନ ଅଧିକାରୀଣି ଛୁଟିରେ ଯାଇଥିବା ଶୁଣିବାର ମିଳିଛି ।ଉକ୍ତ ବିଷୟକୁ କେନ୍ଦ୍ର କରି ହିଞ୍ଜିଳି ମୁଖ୍ୟ କିରାଣୀଙ୍କୁ ପଚାରିବାରୁ ଉତ୍ତର ଦେବାରେ ଆଗପଛ ହେବା ସହ ଦୁଇ ତାରିଖ ପର୍ଯ୍ୟନ୍ତ ମ୍ଯାଡେମ ଛୁଟିରେ ଥିବା କହିଛନ୍ତି । ଅନ୍ୟ ପକ୍ଷରେ ହିଞ୍ଜିଳି ବ୍ଳକ ଦାୟୀତ୍ୱରେ ଥିବା ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମଧ୍ୟ ମୁଖ୍ୟ କିରାଣୀଙ୍କ ପରି ମନ୍ତବ୍ୟ ରଖିଛନ୍ତି । ଅପରପକ୍ଷରେ ହିଞ୍ଜିଳି ବ୍ଳକ ଅଧ୍ୟକ୍ଷାଙ୍କୁ ବାତ୍ୟା ସମୟର ଭଲମନ୍ଦ ବିଷୟ ନେଇ ଯୋଗାଯୋଗ ସହ ବିଡିଓଙ୍କ ଏହି ଭଳି ସମ୍ବେଦନଶୀଳ ସମୟରେ ନେଇଥିବା ଛୁଟି ଉପରେ ପ୍ରଶ୍ନ କରିବାରୁ ବ୍ଳକ ଅଧ୍ୟକ୍ଷା ସ୍ବରସ୍ବତୀ ସେଠି କିଛି ଜାଣି ନଥିବା ପ୍ରଥମେ ସୁଚନା ଦେଇଥିଲେ । ପରବର୍ତ୍ତୀ ସମୟରେ ଶ୍ରୀମତୀ ସେଠୀ ବ୍ଳକ କାର୍ଯ୍ଯାଳୟ ସହିତ ଯୋଗାଯୋଗ କରି ବିଡିଓ ମହୋଦୟା ଛୁଟିରେ ଥିବା ଗଣମାଧ୍ୟମକୁ ସୁଚନା ଦେଇଛନ୍ତି । ସରକାରୀ ନିର୍ଦ୍ଦେଶନାମାକୁ ଉଲଘଂନ ନେଇ ଉପଜିଲ୍ଲାପାଳଙ୍କ ଠାରୁ ଯୋଗାଯୋଗ ରେ ବିଡିଓ ମହୋଦୟା ସୁଶ୍ରୀ ସାଗରିକା ଷଡ଼ଙ୍ଗୀ ଛୁଟି ନେଇଥିବା କଥା ଜାଣିନାହାନ୍ତି ବୋଲି ସୁଚନା ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ସମାଜସେବୀ ତଥା ସୁଚନା ଆଇନ କର୍ମୀ ସମରଜୀତ ମହାନ୍ତି ବିଷୟକୁ ନିନ୍ଦା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀ , ରାଜସ୍ୱ ମନ୍ତ୍ରୀ ,ରାଜସ୍ବ କମିଶନରଙ୍କୁ ଏକ୍ସରେ ମାଧ୍ୟମରେ ଟୁଇଟ ସୁଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *