ହତ୍ୟାକାଣ୍ଡ ଘଟିବାର ୨୪ଘଣ୍ଟା ନପୁରୁଣୁ ଅଭିଯୁକ୍ତଙ୍କ ପାଖରେ ପହଞ୍ଚି ପାରିଛି ପୋଲିସ

ହତ୍ୟାକାଣ୍ଡ ଘଟିବାର ୨୪ଘଣ୍ଟା ନପୁରୁଣୁ ଅଭିଯୁକ୍ତଙ୍କ ପାଖରେ ପହଞ୍ଚି ପାରିଛି ପୋଲିସ l

ଯାଜପୁର ରୋଡ ଥାନା ସୋବରା ଅଞ୍ଚଳର ଷ୍ଟୁଡିଓ ମାଲିକ ଦୀପକ ସାହୁ ହତ୍ୟାକାଣ୍ଡ ଘଟଣାର ଖୁଲାସା କରିଛି ଯାଜପୁର ରୋଡ ପୋଲିସ l ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ l ଗିରଫ ଅଭିଯୁକ୍ତ ଦୁଇଜଣଙ୍କ ମଧ୍ୟରେ ଜଣେ କେଉଁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ପୁରୁଣା ବାନ୍ଦବଡା ଅଞ୍ଚଳର ବିଶ୍ବରଂଜନ ପଟ୍ଟନାୟକ ଓ ଅନ୍ୟଜଣେ ସୋବରା ଅଞ୍ଚଳର ଶ୍ରୀଧର କବି l ସୂଚନା ମୁତାବକ ଗତ ୯ତାରିଖ ବିଳମ୍ବ ରାତିରେ ଘଟିଥିଲା ହତ୍ୟାକାଣ୍ଡ l ହତ୍ୟାକାଣ୍ଡ ଘଟାଇବା ପରେ ଅନେକ ନାମୀଦାମୀ କଂପାନୀର କ୍ୟାମେରା, ଡ୍ରୋନ କ୍ୟାମେରା, ସୁଟିଂ ଯନ୍ତ୍ରପାତି, ଗୋଟିଏ ସୁନାମୁଦି ଓ ଅନ୍ୟାନ୍ୟ ଯନ୍ତ୍ରାଂଶ ଲୁଟି ନେଇଥିଲେ ଅଭିଯୁକ୍ତ। ସମସ୍ତ ଲୁଟ ସାମଗ୍ରୀ ସହିତ ଏକ ବାଇକ ଓ ତିନୋଟି ମୋବାଇଲ ଫୋନ ମଧ୍ୟ ଜବତ କରିଛି ପୋଲିସ l ଅଭିଯୁକ୍ତ ମାନେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୋଜନାବଦ୍ଧ ଭାବେ ଘଟାଇଥିଲେ ହତ୍ୟାକାଣ୍ଡ l ପରଦିନ ସକାଳୁ ସକାଳୁ ଷ୍ଟୁଡିଓ ଭିତରୁ କ୍ଷତାକ୍ତ ଅବସ୍ଥାରେ ଉଦ୍ଧାର ହୋଇଥିଲା ଯୁବକଙ୍କ ମୃତଦେହ l ଓମ ଡିଜିଟାଲ ଫିଲ୍ମ ଷ୍ଟୁଡିଓର ମାଲିକ ଦୀପକ କୁମାର ସାହୁଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଥିଲା l ଘଟଣା ଘଟାଇବା ପରେ ଦୁର୍ବୃତ୍ତମାନେ ଫେରାର ହୋଇ ଯାଇଥିଲେ l ବିଭିନ୍ନ ସ୍ଥାନରୁ ସିସିଟିଭି ଫୁଟେଜ ସଂଗ୍ରହ କରିବା ସହ ସାଇଣ୍ଟିଫିକ ଟିମ୍ ଓ ପୋଲିସ କୁକୁର ସହାୟତାରେ ଘଟଣାର ତଦନ୍ତ ଜାରି ରଖିଥିଲା ପୋଲିସ l ତେବେ ଅପରାଧୀଙ୍କୁ ଧରିବା ପାଇଁ ଏହି ଘଟଣାରେ ପୋଲିସକୁ ଖୁବ୍ ଶୀଘ୍ର ମିଳିପାରିଥିଲା ପୋଲିସ ଅଭିଯୁକ୍ତ ମାନଙ୍କୁ ନେଇ ଏହି ଘଟଣାର ସିନ ରିକ୍ରେସନ କରିବା ସମୟରେ ହତ୍ୟାକାଣ୍ଡର ସମସ୍ତ ପ୍ରକାର ଏଭିଡେନ୍ସ ମିଳିପାରିଥିଲା l ତେବେ ଆଜି ସନ୍ଧ୍ୟାରେ ଏକ ସାମ୍ୱାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ଘଟଣା ସମ୍ପର୍କରେ ସମସ୍ତ ତଥ୍ୟ ପ୍ରଦାନ କରିଛନ୍ତି ଯାଜପୁର ଏସପି ୟଶ ପ୍ରତାପ ଶ୍ରୀମଲ।

ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର Live

Leave a Reply

Your email address will not be published. Required fields are marked *