ପୁରୀରେ ହତ୍ୟାକାଣ୍ଡ
ପୁରୀରେ ହତ୍ୟାକାଣ୍ଡ, – ପୁରୀ ବଳିଆପଣ୍ଡା ଥାନା ଅନ୍ତର୍ଗତ ହୋଟେଲ ଷ୍ଟର୍ଲିଂ ମଙ୍ଗଳା ମୁହାଣ ନିକଟରେ ହତ୍ୟାକାଣ୍ଡ । ମୃତକ ହେଉଛନ୍ତି ଥାନପତି ଲେନ୍ ର ୨୧ ବର୍ଷୀୟ ଯୁବକ
ରାଜେଶ୍ ଓଝା। ରଜେଶଙ୍କୁ ତାଙ୍କ ଅନ୍ତରଙ୍ଗ ବନ୍ଧୁ ଛୁରୀ ଭୁସି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି । ଖବର ପାଇ ସିଟି ଡିଏସପିଙ୍କ ସହ
ଘଟଣାସ୍ଥଳରେ ବଳିଆପଣ୍ଡା ଥାନା ପୋଲିସ ଓ ସାଇନଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରୁଛନ୍ତି । ତେବେ ସେଠାରେ ରାଜେଶ୍ ଙ୍କୁ ହତ୍ୟା କରାଯାଇଛି କି ହତ୍ୟା କରି ସେଠାରେ ଫିଙ୍ଗି ଦିଆଯାଇଛି ତାହା ସ୍ପଷ୍ଟ ହୋଇ ନାହିଁ। ମିଳିଥିବା ସୂଚନା ଅନୁଯାୟୀ ରାଜେଶଙ୍କ ବନ୍ଧୁ ରଥଯାତ୍ରା ପୂର୍ବରୁ ତାଙ୍କୁ କାମ ପାଇଁ କୋଲକୋତା ନେଇଥିଲେ। ଏହି କାମ ପାଇଁ ଧାର୍ଯ୍ୟ ହୋଇଥିବା ଟଙ୍କା ଦେଇ ନ ଥିବାରୁ ରାଜେଶ୍ ଓ ତାଙ୍କ ବନ୍ଧୁଙ୍କ ମଧ୍ୟରେ ଶତ୍ରୁତା ରହିଥିଲା । ବକେୟା ଟଙ୍କା ମାଗିବା କାରଣରୁ ତାଙ୍କ ବନ୍ଧୁ ତାଙ୍କୁ ଛୁରୀ ଭୂଷି ହତ୍ୟା କରିଥିବା ପ୍ରାଥମିକ ସୂଚନା ମିଳିଛି। ତେବେ ଏହି ହତ୍ୟାକାଣ୍ଡ ପଛରେ ଏକାକୀ ତାଙ୍କ ବନ୍ଧୁଙ୍କ ସଂପୃକ୍ତି ରହିଛି କି ଅନ୍ୟ କିଏ ସଂପୃକ୍ତ ଅଛି ତାହା ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ ।ବଳିଆପଣ୍ଡା ଥାନା ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ କରୁଛି।
