ଡମ୍ବୁରୁ ହତ୍ୟା କାଣ୍ଡ ର 5 ଜଣ ଅଭିଯୁକ୍ତ ଙ୍କୁ ଗିରଫ କଲା ବଡଗଡ ପୋଲିସ

ଗଞ୍ଜାମ ଜିଲ୍ଲା ବଡଗଡ ଥାନା ରାଇବନ୍ଧ ଗ୍ରାମ ରେ 19 ତାରିଖ ଦିନ ବିଳମ୍ବିତ ରାତିରେ ପୋଖରୀ କୁଳରୁ ମୃତ ଦେହ ଉଦ୍ଧାର ହୋଇଥିଲା । ଘର ଲୋକ ହତ୍ୟା ଅଭିଯୋଗ ଆଣିଥିଲେ । ଅଭିଯୋଗ କୁ ଆଧାର କରି ବଡଗଡ ପୋଲିସ ତରଫରୁ ଏକ ଟିମ୍ ଗଠନ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା । ଘଟଣା ଘଟିବାର ମାତ୍ର 24 ଘଣ୍ଟା ଭିତରେ 5 ଜଣ ଅଭିଯୁକ୍ତ ଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି । ସୂଚନା ମୁତାବକ ମୁଖ୍ୟ ଅଭିଯୁକ୍ତ ବାଇନଥ ସ୍ୱାଇଁ ପୂର୍ବରୁ ଡମ୍ବୁରୁ ଙ୍କ ଝିଅକୁ ଭଲ ପାଉଥିଲା ଓ ବିବାହ କରିବ ବୋଲି ଝିଅ ଘର ଲୋକଙ୍କୁ କହିଥିଲା । କିନ୍ତୁ ଏଥିରେ ଝିଅ ଘର ଲୋକ ରାଜି ନଥିଲେ । ଏହା ସହ ହତ୍ୟାର କିଛି ଦିନ ପୂର୍ବରୁ ସୁରଥ ରେ ଡମ୍ବୁରୁ ସ୍ୱାଇଁ ଙ୍କ ଭାଇ ମାନେ ବାଇନାଥ ସ୍ୱାଇଁ ଙ୍କୁ ମାଡ ମାରିଥିଲେ ଯାହାର ପ୍ରତିଶୋଧ ରେ ବାଇନାଥ ଡମ୍ବୁରୁ ସ୍ୱାଇଁ ଙ୍କୁ ମାରିଥିବା କହିଛନ୍ତି ବଡଗଡ ଥାନା ଅଧିକାରୀ ସନ୍ତୋଷ କୁମାର ବେହେରା । ଏହି ଘଟଣାରେ 2 ଜଣ ମୁଖ୍ୟ ଅଭିଯୁକ୍ତ ବାଇନାଥ ସ୍ୱାଇଁ ବାପା – ଶଙ୍କର ସ୍ୱାଇଁ ଗ୍ରାମ ରାଇବନ୍ଧ , ବାଳକୃଷ୍ଣ ପ୍ରଧାନ ବାପା – ଉଧବ୍ ପ୍ରଧାନ ଗ୍ରାମ – ଭାଲିଆଗୋଛା ଓ 3 ସହଯୋଗୀ ରାଜା ସ୍ୱାଇଁ ବାପା – ଶଙ୍କର ସ୍ୱାଇଁ , ସନ୍ତୋଷ ଗୌଡ଼ ବାପା – ଗଙ୍ଗା ଗୌଡ଼ ଗ୍ରାମ – ରାଇବନ୍ଧ, ରତ୍ନାକର ଗୌଡ଼ ବାପା – ମୁରଲୀ ଗୌଡ଼ ଗ୍ରାମ ଖାରିପଲ୍ଲି ଙ୍କୁ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ ହୋଇଥିବା ଖଣ୍ଡା ଜବତ ହୋଇଛି ।

ଗଞ୍ଜାମ ସୋରଡ଼ା ରୁ ନାରାୟଣ ଡାକୁଆ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *