ରିନୁ ହତ୍ୟା କୁ ନେଇ ଟିକାବାଲି ରେ ବନ୍ଦ ଡାକରା

ଫୁଲବାଣୀ:ନିପ୍ର:-୨୪/୦୩/ କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଟିକାବାଲି ପଂଚାୟତ ଅନ୍ତର୍ଗତ ପଞ୍ଚବର ସାହିର ଏଭଳି ଏକ ହୃଦୟ ବିଦାରକ ଏବଂ ଲୋମ ଟାଙ୍କୁରା ଘଟଣା କୁ ନେଇ ସମଗ୍ର ଟିକାବାଲି ଅଂଚଳ ରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିବା ସହିତ ଆସାମୀ ମାନଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଉ ବୋଲି ବିଭିନ୍ନ ସଂଘଠନ ପକ୍ଷରୁ ଦୃଢ଼ ଦାବୀ କରିଛନ୍ତି। ସେଥି ମଧ୍ୟରେ ଟିକାବାଲି ବଣିକ ସଂଘ,ନାରୀସୁରକ୍ଷା ମହିଳା ମହା ସଂଘ ଓ କନ୍ଧମାଳ ପ୍ରଗତି ମିଳିତ ମହାସଂଘ,ସମେତ ଟିକାବାଲି ଅଂଚଳ ବାସୀ।ସୂଚନା ଅନୁସାରେ ଗତ ୨୭/୨/୨୦୨୫ ରିଖ ଟିକାବାଲି ପଞ୍ଚବର ସାହିର କାମାକ୍ଷ ମହାପାତ୍ର ଙ୍କ ଝିଅ ରିନୁ ମହାପାତ୍ର (୧୬) ବର୍ଷ ସନ୍ଧ୍ୟା ୬ ଘଣ୍ଟିକା ସମୟରେ ଟିଉସନ ଯାଇ ଆଉ ଘରକୁ ଫେରିନଥିଲେ l

ଏହାକୁ ନେଇ ନିଜ ପରିବାର ଲୋକ ବିଭିନ୍ନ ପାଖ ପଡୋଶୀ,ବନ୍ଧୁ ବର୍ଗ ସାଙ୍ଗ ସାଥି,ମାନଙ୍କୁ ପଚାରା ଉଚାର କରିଥିଲେ କିନ୍ତୁ ରିନୁ ର କୌଣସି ଠୋସ ଖବର ପାଇ ନଥିଲେ l ଶେଷରେ ରିନୁ ର ବାପା ଟିକାବାଲି ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ l ଏ ନେଇ ଟିକାବାଲି ପୋଲିସ ଏକ ନିଖୋଜ ମାମଲା ରୁଜୁ କରି,ତଦନ୍ତ ପ୍ରକ୍ରିୟା ଜାରି ରଖିଥିଲେ ଗତ ୨୨/୦୩/୨୦୨୫ ରିଖ ଗଞ୍ଜାମଜିଲ୍ଲା ସୋରଡ଼ା ଥାନା ଗାଜଲ ବାଡ଼ି ପଞ୍ଚାୟତର କେଟାମଣି ଜଙ୍ଗଲ ରୁ ସୋରଡ଼ା ପୋଲିସ ଜବତ ଏକ ହାଡ଼,କଙ୍କାଳ ଓ ଖପୁରି, ସମେତ ଝିଅ ର ପୋଷାକ ଏବଂ ଦୁଇଟି ଦରପୋଡ଼ା ମୋବାଇଲ ଠାବ କରିବାରେ ସକ୍ଷମ ହୋଇଥିଲେ। ଏହାକୁ ନେଇ ସୋରଡ଼ା ପୋଲିସ ଓ ଟିକାବାଲି ପୋଲିସ ଏବଂ ସାଇଣ୍ଟିଫିକ ଟିମ ର ମିଳିତ ଉଦ୍ୟମ ରେ ଝିଅଙ୍କ ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ଜବତ ହୋଇଥିବା ପୋଷାକ ଦେଖି ପରିବାର ବର୍ଗ ନିଜ ଝିଅ ବୋଲି ଜାଣି ପାରିଥିଲେ। ଏହି ଘଟଣାକୁ ଭିତ୍ତିକରି ସୋରଡ଼ା ପୋଲିସ ୪ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରି ଘଟଣା ଘଟାଇଥିବା ସ୍ଥାନ କୁ ନେଇ ରିନୁ କୁ କିଭଳି ହତ୍ୟା କରି ଥିଲେ ତାର ଉପରେ ଟିକିନିକି ଜେରା କରିଥିଲେ। ଅଭିଯୁକ୍ତ ମାନେ ପୋଲିସ ଆଗରେ ସମସ୍ତ କାର୍ଯ୍ୟ କଳାପ ଘଟଣା ଉପରେ ବଖାଣି ଥିଲେ l ଘଟଣାର ତଦନ୍ତ ରୁ ଜଣା ପଡିଲା ଯେ ମୁଖ୍ୟ ଅଭିଯୁକ୍ତ ହେଲେ ଚକାପାଦ ବ୍ଲକର ଶଙ୍କରାଖୋଲ ପଞ୍ଚାୟତର ଗୁଡ୍ରିଗାଁ ଗ୍ରାମର ବିଜୟ କୁମାର ନାୟକ (୨୧) ପିତା ଲକ୍ଷଣ ନାୟକ l ଗତ ୨୭ ତାରିଖ ଦିନ ସନ୍ଧ୍ୟା ୬ ଘଂଟିକା ସମୟରେ ରିନୁ କୁ ଶଙ୍କରା ଖୋଲ ଡାକିଥିଲା l ବିଜୟର କଥାକୁ ରକ୍ଷାକରି ରିନୁ ଶଙ୍କରାଖୋଲ ପହଂଚି ଥିଲେ l ବିଜୟର ସାଙ୍ଗ ସଂଜୀବ ସାହୁ (୨୨) ଦୀପକ ସାହୁ ( ଓରଫ) ହିତେଶ ସାହୁ, ଗ୍ରାମ ଆରାବାକା ରୁ ଏକ କାର ( ଓ. ଡ଼ି. ୦୨ ସିଜେ ୩୭୫୩) ଧରି ଶଙ୍କରା ଖୋଲ ପହଂଚି ଥିଲେ l ଶଙ୍କରାଖୋଲ ରୁ ସାରଙ୍ଗଗଡ଼ ଆଭିମୁଖେ ରିନୁ ସହିତ ତିନି ଅଭିଯୁକ୍ତ ଗସ୍ତ କରିଥିଲେ l ସାରଙ୍ଗଗଡ଼ ଛକରେ କିଛି ଫଳମୂଳ କିଣିବା ସହିତ ଏକ ଛୁରୀ କିଣିଥିଲେ,ଏବଂ ଦାରିଙ୍ଗବାଡି ପାର୍କ ବୁଲିବାକୁ ଯିବାବୋଲି ରିନୁ କୁ କହିଥିଲେ,ସେ ଦିନ ପାର୍କବନ୍ଦ ଥିବାରୁ ଗାଜଲବାଡ଼ି ଜଙ୍ଗଲକୁ ବିଜୟ କୁମାର ନାୟକ ଓ ପ୍ରେମିକା ରିନୁ ମହାପାତ୍ର ଯାଇଥିଲେ, ସେଠାରେ ଦୁହେଁ ଶାରୀରିକ ସମ୍ପର୍କ ରଖି ଥିଲେ l ପାହାଡ଼ ତଳେ ଜଗି ରହିଥିବା ଦୁଇ ସାଙ୍ଗ ସଂଜୀବ ସାହୁ, ହିତେଶ ସାହୁ ମଧ୍ୟ ରିନୁ ସହିତ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ୍ୟ କରିଥିଲେ କିନ୍ତୁ ରିନୁ ବିରୋଧ କରି ଥିଲା ବେଳେ ସମୟ ପ୍ରାୟ ରାତି ୧୦ଟା ହେବବୋଲି ଜଣା ପଡିଛି. ଏତିକି ବେଳେ ରିନୁ ନିରୁପାୟ ଓ ଅସହାୟ ମନେ କରିଥିଲେ,ଏହାର ସୁଯୋଗ ନେଇ ଆସାମୀ ମାନେ ରିନୁ କୁ ଗଣ ବଳତ୍କାର କରିଥିଲେ l ଏବଂ ଶେଷରେ ଛୁରା ମାଡ଼କରି ରିନୁ କୁ ଜୀବନରେ ମାରିଦେଇଥିଲେ l ଏଭଳି ଜଘନ୍ୟ ହତ୍ୟା ଘଟଣାର ପ୍ରମାଣ ନଷ୍ଟ କରିବାକୁ ଯାଇ ରିନୁ ଦେହରେ ପେଟ୍ରୋଲ ଢାଳି ପୋଡ଼ି ଦେଇ ତିନି ଅଭିଯୁକ୍ତ ଘଟଣା ସ୍ଥଳରୁ ଚାଲି ଆସି l ବିଜୟ କୁମାର ନାୟକ ଙ୍କ ନିଜ ଭେଣେଇ ନୟାଗଡ ଜିଲ୍ଲାର ଓଡଗାଁ ଗ୍ରାମର ଚନ୍ଦନ ସେଠିଙ୍କ ଘରେ ତିନି ଜଣ ଅଭିଯୁକ୍ତ କୁ ନିଜ ଆଶ୍ରୟ ଦେଇ ରଖିଥିଲେ। ଏଠାରେ ଅଭିଯୁକ୍ତ ମାନେ ଲୁଚି ରହିଥିବା ତଦନ୍ତ ସୂତ୍ରରୁ ଜାଣି ପାରିଥିଲେ ପୋଲିସ। ଏହାପରେ ଟିକାବାଲି ଓ ସୋରଡ଼ା ପୋଲିସଙ୍କ ମିଳିତରେ ଭେଣେଇ ଚନ୍ଦନ ସେଠି ଓ ତିନି ଜଣ ଅପରାଧୀ ଙ୍କୁ ଗିରଫ କରିଥିଲେ। କେସ ନଂ ୧୩୩/୨୦୨୫ ରେ ଏକ ମାମଲା ରୁଜୁ କରି ପୋଲିସ ଅଭିଯୁକ୍ତ ଙ୍କୁ ଅଟକ ରଖି ଘଟଣାର ଅଧିକ ତଦନ୍ତ ଚାଲିଛି ବୋଲି ସୋରଡ଼ା ଥାନା ଅଧିକାରୀ କୌଳାସ ଚନ୍ଦ୍ର ସାହୁ ଏବଂ ଟିକାବାଲି ଥାନା SI ରବୀନ୍ଦ୍ର ହେମ୍ବ୍ରମ ସୂଚନା ଦେଇଛନ୍ତି। ଏହି ପ୍ରତିବାଦରେ ୨୫ ତାରିଖ ଦିନ ଟିକାବାଲି ବନ୍ଦ ଡାକରା ଦିଆଯାଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *