ପାଗଳ ସ୍ୱାମୀର ଉନ୍ମୁକ୍ତ କାଣ୍ଡ,ଟାଙ୍ଗିଆ ହାଣି ସ୍ତ୍ରୀକୁ କଲା ହତ୍ୟା, କାରଣ ଅସ୍ପଷ୍ଟ

– । – ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ଥାନା ମଝିକା ଗାଁରେ ଅଭାବନୀୟ ଘଟଣା। ବିଳମ୍ବିତ ରାତିରେ ଟାଙ୍ଗିଆରେ ହାଣି ସ୍ତ୍ରୀକୁ ହତ୍ୟା କଲା ପାଗଳ ସ୍ୱାମୀ। ମୃତକ ମଝିକା ଗାଁର ଝୁମୁରି ଦେହୁରୀ। ସ୍ୱାମୀ ଜଗା ଦେହୁରୀ ଏକ ଟାଙ୍ଗିଆରେ ସ୍ତ୍ରୀ ଝୁମୁରିକୁ ହାଣି ହତ୍ୟା କରିଛି। ଯଦିଓ କାରଣ ଅସ୍ପଷ୍ଟ, ତେବେ ତିନି ଦିନ ହେବ ପୁଅର ପାଗଳାମି ବାହାରିଥିବା ବାପା ପ୍ରକାଶ କରିଛନ୍ତି। ଭୋର ସମୟରେ ଅଭିଯୁକ୍ତ ଜଗା ମୃତ ସ୍ତ୍ରୀକୁ ନେଇ ଘର ପଛପାଖ ଶ୍ମଶାନରେ ଗାତ ଖୋଳି ପୋତି ଦେବାକୁ ଯାଉଥିବା ବେଳେ ମାଡି ବସିଥିଲା ମହାବିରୋଡ଼ ପୋଲିସ। ସ୍ଥାନୀୟ ଲୋକଙ୍କ ଖବର ଆଧାରରେ ପୋଲିସ ଅଭିଯୁକ୍ତ ଜଗାକୁ କାବୁ କରିଥିଲା। ଏଥିସହିତ ହତ୍ୟାରେ ବ୍ୟବହୃତ ଟାଙ୍ଗିଆକୁ ମଧ୍ୟ ଜବତ କରିଛି ପୋଲିସ। ଯାହାକୁ ନେଇ ଜିଲ୍ଲା ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରି ଦେଇଛି। ସେପଟେ ହତ୍ୟାକାଣ୍ଡକୁ ନେଇ ଗାଁରେ ଆତଙ୍କ ସୃଷ୍ଟି ହୋଇଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *