ସଙ୍ଗୀତ ଗୁରୁଙ୍କୁ ସଙ୍ଗୀତ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି
।ନିମାପଡା ( )ସଙ୍ଗୀତ ଗୁରୁ ସ୍ଵର୍ଗତ କୃଷ୍ଣଚନ୍ଦ୍ର ମଲ୍ଲିକଙ୍କ ଅମର ଆତ୍ମାର ସଦଗତି କାମନା କରି ଏକ ସ୍ମୃତି ଚାରଣ ଶ୍ରଦ୍ଧାଞ୍ଜଳୀ ସଭା ଓ ଭଜନ ସଂଧ୍ୟା କାର୍ଯ୍ୟକ୍ରମ ସ୍ଥାନୀୟ ପୁରୁଣା ବସଷ୍ଟାଣ୍ଡ, ନିମାପଡ଼ା ଠାରେ ଅନୁଷ୍ଠିତ ହୋଇଥିଲା। କଳାକାର ସଂଘ, ନିସଙ୍ଗୀତ ଗୁରୁଙ୍କୁ ସଙ୍ଗୀତ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ମାପଡ଼ା ଓ ଶ୍ରୀଜଗନ୍ନାଥ କଳାକାର ମହାସଂଘ, ଓଡ଼ିଶା ମିଳିତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଅନେକ ଖ୍ୟାତନାମା କଳାକାର ଉପସ୍ଥିତ ରହି ସ୍ଵର୍ଗତ ଆତ୍ମାର ସଦଗତି କାମନା କରିବା ସହ ଭକ୍ତି ସଙ୍ଗୀତ ପରିବେଷଣ କରିଥିଲେ।। ନିମାପଡ଼ା କଳାକାର ସଂଘ ପକ୍ଷରୁ ଗୁରୁ ସୁବାସ ଚନ୍ଦ୍ର ସାମନ୍ତରାୟ, ଗଙ୍ଗାଧର ଓଝା, ପିତବାସ ନାୟକ, ନିରଞ୍ଜନ ପଳତା, ଦେବାଶିଷ ନାୟକ,ପ୍ରମୁଖ ସଙ୍ଗୀତ ଗୁରୁଙ୍କ ସ୍ମୁତିଚାରଣ କରିଥିଲେ।ଏଥି ସହିତ ଗୋପ, କାକଟପୁର, ଅସ୍ତରଙ୍ଗ ବ୍ଲକ କଳାକାର ସଂଘର କର୍ମକର୍ତ୍ତା ଏବଂ ସଦସ୍ୟମାନେ ଉପସ୍ଥିତ ରହି ଅମର ଆତ୍ମାର ସଦଗତି କାମନା କରିଥିଲେ। ସ୍ଥାନୀୟ ଜନସାଧାରଣ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ କୃଷ୍ଣ ସାରଙ୍କ ସ୍ମୃତି ଚାରଣ କରିବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ।
