ଜାଗ୍ରତ କନ୍ଧମାଳ ପକ୍ଷରୁ “ମୋ ସମ୍ବିଧାନ ମୋ ଗୌରବ ଆଲୋଚନା ଚକ୍ର ଅନୁଷ୍ଠିତ ” ।
କନ୍ଧମାଳ ତା ୧୨/୦୭/୨୦୨୫ ଫୁଲବାଣୀ ଦେଶରେ ଏବେ ସମ୍ବିଧାନ ବଞ୍ଚାଅ ବିଭିନ୍ନ ଅନୁଷ୍ଠାନ, ସଙ୍ଘ ଓ ଦଳ ଦ୍ୱାରା ଆରମ୍ଭ ହୋଇଛି । ଏହି ଅବସରରେ ଜାଗ୍ରତ କନ୍ଧମାଳ ସଙ୍ଘ ପକ୍ଷରୁ “ମୋ ସମ୍ବିଧାନ ମୋ ଗୌରବ ” ରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଅରୁଣ ନାୟକ, ସମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ କମାଣ୍ଡେଣ୍ଟ ନବକିଶୋରେ ପଣ୍ଡା, ବରିଷ୍ଠ ନାଗରିକ ସଙ୍ଘ ର ସଭାପତି ସର୍ବେଶ୍ୱର ମିଶ୍ର, ବରିଷ୍ଠ ସାମ୍ବାଦିକ ସନ୍ତୋଷ କୁମାର ଦିଗ।ଲ, ବ୍ରଜ ବିହାରୀ ନନ୍ଦ, ଶିବାନନ୍ଦ ପଟ୍ଟନାୟକ, ଅଶୋକ କୁମାର ମହାନ୍ତି ଓ ସଙ୍ଘର ପ୍ରତିଷ୍ଠାତା ଆଇନଜୀବୀ ସତ୍ୟ ନାରାୟଣ ବେହେରା, ଯୋଗଦେଇ ଥିଲେ । ସମ୍ବିଧାନ କାହିଁକି ଆଜି ସୁରକ୍ଷିତ ନୁହେଁ ଏବଂ ଏହାକୁ ବଞ୍ଚାଇବାକୁ ପଡିବ, ସମ୍ବିଧାନ ଏକ କଷ୍ଟଲବ୍ଧ ଭାବେ ହାସଲ ହୋଇଛି, କିଭି ଳି ସମ୍ବିଧାନ କୁ ବିଭିନ୍ନ ସମୟରେ ରାଜନୈତିକ ଉଦେଶ୍ୟରେ ସଂଶୋଧନ କରାଯାଇଛି ଏବଂ ଲୋକଙ୍କର ହିତ ଓ ଦେଶର ଉନ୍ନତି ପାଇଁ ସଂଶୋଧନ ହୋଇଛି! କିନ୍ତୁ ସମ୍ବିଧାନ ରୁ ଧର୍ମ ନିରପେକ୍ଷୟତା ଓ ସମାଜବାଦୀ (ସୋସିଆଲିଯିମ )ଶବ୍ଦ ଉଛେଦ ପାଇଁ ଚାହୁଁ ଛନ୍ତି ଫଳରେ ବିଭିନ୍ନଦଳ, ଅନୁଷ୍ଠାନ ଓ ସଙ୍ଘଠନ ପକ୍ଷରୁ ଆଲୋଚନା ଚକ୍ର ହେଉଛି ବୋଲି ବକ୍ତା ମାନେ ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ତ୍ରିନାଥ ମାଝୀ ଜ଼ାକି୍ରୁଲା ଖାନ, ଓ ପଞ୍ଚାନନ କଂହର ସମ୍ବିଧାନ ସମ୍ପର୍କରେ ଆଲୋଚନା କରିଥିଲେ । ସାମ୍ବାଦିକ ବ୍ରଜ ବିହାରୀ ନନ୍ଦ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ସମ୍ବିଧାନର ପୃଷ୍ଠ ଭୁମି ଓ ପରବର୍ତ୍ତୀ ସ୍ଥିତି ର ମୂଲ୍ୟାଙ୍କନ କରିଥିଲେ । ଶେଷରେ ଜାଗ୍ରତ କନ୍ଧମାଳ ପକ୍ଷରୁ ସଦସ୍ୟ ମାନଙ୍କୁ ସମ୍ବିଧାନପୁସ୍ତକ ପ୍ରଦାନ କରାଯାଇଥିଲା
