“ମୋ ପରିବାର”ରେ ନିଆରା ଗୁରୁ ପୂର୍ଣ୍ଣିମା ପାଳନ l ଜଟଣୀ:୧୦:୭:()”ଗୁରୁ ବ୍ରହ୍ମା ଗୁରୁ ଵିଷ୍ଣୁ ଗୁରୁ ଦେବୋ ମହେଶ୍ୱର,ଗୁରୁ ସାକ୍ଷାତ୍ ପରଂବ୍ରହ୍ମ ତସ୍ମୈ ଶ୍ରୀ ଗୁରୁବେ ନମଃ” l ଗୁରୁ ସର୍ବଦା ନିଜ କର୍ମ ପାଇଁ ପୂଜ୍ୟ ହୋଇଥାନ୍ତି l “ମୋ ପରିବାର” ସବୁବେଳେ ନିଆରା କାର୍ଯ୍ୟ କରିଆସିଛି l ଗୁରୁବାର ସ୍ଥାନୀୟ ଗାନ୍ଧୀନଗର ଠାରେ ଗୁରୁ ପୂର୍ଣ୍ଣିମାକୁ ମଧ୍ୟ ନିଆରା ରୂପରେ ପାଳନ କରାଯାଇଥିଲା l”ମୋ ପରିବାର”ର ବୈଠକରେ ନିଆରା କଥା ଦେଖିବାକୁ ମିଳିଥିଲା l”ମୋ ପରିବାର”ର ପ୍ରତିଷ୍ଠାତା ସାମ୍ବାଦିକ ଶୁଭେନ୍ଦ୍ର ଶତପଥୀଙ୍କ ନୀତି,ନିୟମ,ତ୍ୟାଗ ଏବଂ ସଂସ୍କାର ରେ ଅନୁପ୍ରାଣିତ ହୋଇ ପ୍ରତିଷ୍ଠାତା ଶୁଭେନ୍ଦ୍ର ଶତପଥୀଙ୍କୁ ଗୁରୁଭାବରେ ଗ୍ରହଣ କରି ପୂଜା କରିବାର ଦେଖିବାକୁ ମିଳିଥିଲା l”

ମୋ ପରିବାର” ସଦସ୍ୟା ଓ ସଦସ୍ୟମାନେ ପ୍ରତିଷ୍ଠାତା ଶ୍ରୀ ଶତପଥୀଙ୍କୁ ପ୍ରଥମେ ଗୁରୁ ବନ୍ଦନା କରି ପ୍ରଣାମ କରି ସାରି ସମ୍ବର୍ଦ୍ଧିତ କରିଥିଲେ l ଏହା ଦେଖି ଶ୍ରୀ ଶତପଥୀଙ୍କ ଆଖିରେ ଲୁହ ଆସିଯାଇଥିଲା l ଏହି ମହାନ କାର୍ଯ୍ୟକୁ ସଦସ୍ୟା ଭାରତୀ ସିଂହ ଶୁଭାରମ୍ଭ କରିଥିଲେ ତାଙ୍କ ସହିତ ସହଯୋଗ କରିଥିଲେ”ମୋ ପରିବାର”ର ସସ୍ମିତା ମହାପାତ୍ର,ବୁବୁ ସ୍ୱାଇଁ,ମମତା ଦ୍ବିବେଦୀ,ସ୍ଵର୍ଣ୍ଣମୟୀ ଦାସ,ଲକ୍ଷ୍ମୀପ୍ରିୟା ମିଶ୍ର,ଦୀପା ନାୟକ,ଭାଗ୍ୟଧର ମହାପାତ୍ର “ମୋ ପରିବାର”ପ୍ରତିଷ୍ଠାତାଙ୍କ ନୀତି,ନୀୟମ,ଆଦର୍ଶ ଏବଂ ସଂସ୍କାରକୁ ଗ୍ରହଣ କରି ଜୀବନରେ ଅନେକ ପରିବର୍ତ୍ତନ ହୋଇପାରିଛି ବୋଲି ଉପସ୍ଥିତ ଥିବା ସମସ୍ତ ସଦସ୍ୟ ଓ ସଦସ୍ୟା ମାନେ ପ୍ରକାଶ କରିଥିଲେ ବୋଲି “ମୋ ପରିବାର”ର ପ୍ରତିଷ୍ଠାତା ଶ୍ରୀ ଶତପଥୀ ସୂଚନା ପ୍ରଦାନ କରିଛନ୍ତି l

Leave a Reply

Your email address will not be published. Required fields are marked *