ମୋ ପରିବାର
ମେଡିକାଲ ଛକ ପୂଜା କମିଟି ପକ୍ଷରୁ”ମୋ ପରିବାର”ସମ୍ବର୍ଦ୍ଧିତ l
ଜଟଣୀ:୩:୯:୨୫(ଶୁଭେନ୍ଦ୍ର ଶତପଥୀ )ରାମଚନ୍ଦ୍ରପୁର ସ୍ଥିତ ମା”ଉତ୍ତରାୟଣୀ ପୀଠରୁ ଆରମ୍ଭ ହୋଇଥିବା ଅଗ୍ରଣୀ ସାମାଜିକ ସଂଗଠନ”ମୋ ପରିବାର”ର ସଦସ୍ୟମାନେ ମଙ୍ଗଳବାର ଓଡିଶା ପ୍ରସିଦ୍ଧ ଜଟଣୀ ଗଣେଷ ପୂଜାର ସମସ୍ତ ପୂଜା ମଣ୍ଡପରେ ଦର୍ଶନ କରିବା ସହିତ ସମାଜରେ ସଂସ୍କାର ମାଧ୍ୟମରେ ପରିବର୍ତ୍ତନ ପାଇଁ ଏକ ନିଆରା ପ୍ରୟାସ କୁ କିପରି ସଫଳତାରେ କାର୍ଯ୍ୟ କରିପାରିବେ

ଶ୍ରୀଗଣେଷ,ମା’ଲକ୍ଷ୍ମୀ,ମା’ସରସ୍ବତୀଙ୍କ ଠାରୁ ଆର୍ଶିବାଦ କାମନା କରିଥିଲେ l”ମୋ ପରିବାର”ର ପ୍ରତିଷ୍ଠାତା ସାମ୍ବାଦିକ ଶୁଭେନ୍ଦ୍ର ଶତପଥୀଙ୍କ ନେତୃତ୍ୱରେ ପ୍ରଥମେ ମା’ଉତ୍ତରାୟଣୀଙ୍କ ଦର୍ଶନ କରିସାରିବା ପରେ ଚାଲି ଚାଲି ହରିଭାଇନା ଛକ ପୂଜାମଣ୍ଡପ,ମା’ ଡାଳଖାଇ ଫ୍ରେଣ୍ଡ୍ସ କ୍ଲବ,ଗୋପବନ୍ଧୁ ଛକ ପୂଜାମଣ୍ଡପ ଦର୍ଶନ କରିବା ପରେ ଲୋକମାନଙ୍କୁ”ମୋ ପରିବାର”ର ନୀତି,ନିୟମ ଏବଂ କାର୍ଯ୍ୟ ବିଷୟରେ ଲିଫଲେଟ ମାଧ୍ୟରେ ଅବଗତ କରାଇଥିଲେ l ମେଡିକାଲ ଛକ ପୂଜା ମଣ୍ଡପର ସଭାପତି ଶରତ ସାମନ୍ତରାୟ, ସମ୍ପାଦକ ଚିତ୍ତରଞ୍ଜନ ପାତ୍ର,ଅଶୋକ କୁମାର ମିଶ୍ର,ରୁଦ୍ରନାରାୟଣ ଶତପଥୀ ଏବଂ କର୍ମକର୍ତ୍ତା ମାନେ ସ୍ୱାଗତ କରିବା ସହିତ”ମୋ ପରିବାର”ର ପ୍ରତିଷ୍ଠାତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ l ସେହି ସ୍ଥାନରେ “ମୋ ପରିବାର”ର ସମ୍ପୂର୍ଣ୍ଣ ବିବରଣୀ ସହିତ ସଂସ୍କାର ବିଷୟ ରେ ଉପସ୍ଥିତ ଶ୍ରଦ୍ଧାଳୁ ମାନଙ୍କୁ ପ୍ରତିଷ୍ଠାତା ଶ୍ରୀ ଶତପଥୀ ଏବଂ ସଦସ୍ୟା ଜ୍ୟୋତ୍ସ୍ନାରାଣୀ ମିଶ୍ର ବକ୍ତବ୍ୟ ପ୍ରଦାନ କରିଥିଲେ l ସମସ୍ତେ ଶୁଣି ସାରି “ମୋ ପରିବାର”କୁ ଭୁରିଭୁରି ପ୍ରଶଂସା କରିଥିଲେ l ଉପସ୍ଥିତ କିଛି ବ୍ୟକ୍ତି ମାନେ”ମୋ ପରିବାର”ବିଷୟରେ ଶ୍ରୀ ଶତପଥୀଙ୍କ ଠାରୁ ବୁଝିବାର ଦେଖିବାକୁ ମିଳିଥିଲା l ଏହି କାର୍ଯ୍ୟକ୍ରମ ରେ”ମୋ ପରିବାର”ର ସଦସ୍ୟା ସସ୍ମିତା ମହାପାତ୍ର,ମମତା ଦ୍ବିବେଦୀ,ଲିଲି ପଟ୍ଟନାୟକ,ସ୍ଵର୍ଣ୍ଣମୟୀ ଦାସ,ଦୀପା ନାୟକ,କଳ୍ପନା ଦାସ,ଭାରତୀ ସିଂ,ଲକ୍ଷ୍ମୀପ୍ରିୟା ମିଶ୍ର,ସନ୍ଧ୍ୟା ରାଣୀ ମହାରଣା,ଵିନତୀ ପ୍ରଧାନ, ସଦସ୍ୟ ଶୁଭ୍ରାଂଶୁ କୁମାର,ମନୋଜ ଜେନା,ରୋଶନ ନାୟକ, ମନୋଜ ମହାରଣା,ଭାଗ୍ୟଧର ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ l
