ରାଜଧାନୀରେ ବିବ୍ୟାଙ୍ଗ ମହୋତ୍ସବରେ”ମୋ ପରିବାର”ସମ୍ବର୍ଦ୍ଧିତ l

ଜଟଣୀ:୦୮:୧୨:()ମା”ଉତ୍ତରାୟଣୀ ପୀଠରୁ ଆରମ୍ଭ ହୋଇଥିବା ଅଗ୍ରଣୀ ସ୍ୱେଚ୍ଛାସେଵୀ ସଂସ୍କାର ସଂଗଠନ “ମୋ ପରିବାର” ସବୁବେଳେ ନିଆରା କାର୍ଯ୍ୟ କରିବା ସହିତ ପ୍ରତିଷ୍ଠାତା ସାମ୍ୱାଦିକ ଶୁଭେନ୍ଦ୍ର ଶତପଥୀଙ୍କ ନୀତି ଓ ନୀୟମ ପାଇଁ ସବୁ ସ୍ଥାନରେ ସବୁବେଳେ ପ୍ରଶଂସିତ ହେବା ସହିତ ସମ୍ବର୍ଦ୍ଧିତ ହେଉଛି lଓଡିଶାର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରି ସମାଜର ହିତରେ ଜନମାସରେ ଅନୁଷ୍ଠାନ ଗଡି ସାମାଜିକ କର୍ମରେ ଅନୁଷ୍ଠାନିକ ଭାବେ କାର୍ଯ୍ୟରତ ଅନୁଷ୍ଠାନ ମାନଙ୍କୁ ଅନୁପ୍ରାଣିତ କରିବା ନିମନ୍ତେ ସମ୍ମାନିତ କରାଯାଇଥିବା ମଧ୍ୟରୁ”ମୋ ପରିବାର” କୁ ପ୍ରଥମେ ଉତ୍ସବରେ ସମ୍ବର୍ଦ୍ଧିତ କରାଯାଇଥିଲା l ରାଜଧାନୀର ବିପିନ ବିହାରୀ ଚୌଧୁରି ବଧିର ସ୍କୁଲ ପରିସରରେ ଆୟୋଜିତ “ଦିବ୍ୟାଙ୍ଗ ମହୋତ୍ସବ-୨୦୨୫”ସମ୍ବାଦପତ୍ର’ନନ୍ଦିନୀ’ର ସମ୍ପାଦକ ହେମନ୍ତ ରଥଙ୍କ ପରିଚାଳନା ଓ ସଭାପତିତ୍ୱରେ ଆୟୋଜିତ ମହୋତ୍ସବର ମୁଖ୍ୟ ଅତିଥି ଥିଲେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ସାମୂହିକ ଭାବେ ସେମାନେ ପ୍ରଦୀପପ୍ରଜ୍ୱଳନ କରି ମହୋତ୍ସବକୁ ଉଦଘାଟନ କରିଥିଲେ।

ଅତିଥି ଭାବେ ହାଇଟେକ ଗ୍ରୁପର ଅଧ୍ୟକ୍ଷ ତିରୁପତି ପାଣିଗ୍ରାହୀଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ l “ମୋ ପରିବାର” ସହିତ ମିଳିତ ହୋଇ କାର୍ଯ୍ୟ କରୁଥିବା ‘ମହାବୀର ସେନା’ ସଦସ୍ୟମାନେ ସେଠାରେ ଉପସ୍ଥିତ ହୋଇ ସ୍ୱଇଚ୍ଛାରେ ଯେଉଁ ସାହାଯ୍ୟ ଓ ସହଯୋଗ ସେବା ଦେଖି ଅତିଥି ମାନେ ଭୁରୀ ଭୁରୀ ପ୍ରସଂଶା କରିଥିଲେ l ଏହି କାର୍ଯ୍ୟକ୍ରମ ରେ”ମୋ ପରିବାର”ର ପ୍ରତିଷ୍ଠାତା ସାମ୍ୱାଦିକ ଶୁଭେନ୍ଦ୍ର ଶତପଥୀ , ମହାବୀର ସେନା’ର ସଭାପତି ଶୁଭ୍ରାଂଶୁ କୁମାର ଓ ସଦସ୍ୟମାନେ “ମୋ ପରିବାର”ସଦସ୍ୟ ଭାଗ୍ୟଧର ମହାପାତ୍ର, ଦୀପକ ସିଂ, କୈଳାସ ଚନ୍ଦ୍ର ପଣ୍ଡା,ହିମାଂଶୁ ନାୟକ,ସଦସ୍ୟା ଭାରତୀ ସିଂ,କ୍ରୀଷ୍ଣା ମିଶ୍ର,ସ୍ୱପ୍ନା ରାଣୀ ମଙ୍ଗରାଜ,ପ୍ରିୟଙ୍କା ମହାପାତ୍ର ପ୍ରମୁଖ ଯୋଗ ଦେଇଥିବା ‘ମୋ ପରିବାର’ର ପ୍ରତିଷ୍ଠାତା ସାମ୍ବାଦିକ ଶୁଭେନ୍ଦ୍ର ଶତପଥୀ ସୂଚନା ଦେଇଛନ୍ତି l

Leave a Reply

Your email address will not be published. Required fields are marked *