“ମୋ ପରିବାର”ରାସ୍ତାରେ କଲା ସଚେତନତା ବାର୍ତ୍ତା

“”ମୋ ପରିବାର” ଅନୁଷ୍ଠାନ ସଦାସର୍ବଦା ନିଆରା ପ୍ରୟାସ କରିଚାଲିଛି l ରବିବାର ସନ୍ଧ୍ୟା ସମୟରେ ଜଟଣୀ ମହାବିଦ୍ୟାଳୟ ନିକଟ ମୁଖ୍ୟ ରାସ୍ତା ପାଖରେ “ମୋ ପରିବାର”ପ୍ରତିଷ୍ଠାତା ସାମ୍ବାଦିକ ଶୁଭେନ୍ଦ୍ର ଶତପଥୀଙ୍କ ନେତୃତ୍ୱ ରେ “ମୋ ପରିବାର” ତରଫରୁ ମୁଢି ମସଲା କମ ମୂଲ୍ୟରେ ଲୋକଙ୍କୁ ବିକ୍ରି କରି ଥିଲେ ଏବଂ ଉପସ୍ଥିତ ଲୋକଙ୍କୁ “ମୋ ପରିବାର” ବିଷୟରେ କହିବା ସହିତ “ଆସ କିଛି କରିବା” ସଚେତନତାର ବାର୍ତ୍ତା ଦେଇଥିଲେ l “ମୋ ପରିବାର” ସଦସ୍ୟ ଶରତ ପାଇକରାୟ ଧୂପକାଠି ଲଗାଇ ମସଲା ମୁଢ଼ି଼କୁ ଆରମ୍ଭ କରିଥିଲେ l

ଆସିଥିବା ଲୋକମାନେ “ମୋ ପରିବାର” ବିଷୟରେ ଶୁଣିବା ପରେ ସଚେତନତାର ଏକ ନିଆରା ପ୍ରୟାସ କୁ ଉଚ୍ଚ ପ୍ରଶଂସା କରିବା ସହିତ ନୀତି ଓ ନିୟମ କୁ ଶୁଣିଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ନର୍ମଦା ଦୋରା, ସ୍ବର୍ଣ୍ଣ ରେଖା ଦାଶ, ଭାରତ ମୋହନ ଦାଶ,ବୁବୁ ସ୍ୱାଇଁ, ମନୋଜ ଜେନା,ମୁନା ନାୟକ, ସୁଶାନ୍ତ ପଟ୍ଟନାୟକ,ନିରଞ୍ଜନ ପାତ୍ର,ଭାଗ୍ୟଧର ମହାପାତ୍ର, ମଧୁମିତା ପାଣି, ଭାରତୀ ସିଂହ ପରିଚାଳନା କରିଥିବା “ମୋ ପରିବାର” ପ୍ରତିଷ୍ଠାତା ଆଇନ ଜୀବି ଶୁଭେନ୍ଦ୍ର ଶତପଥୀ ସୂଚନା ପ୍ରଦାନ କରିଛନ୍ତି l

Leave a Reply

Your email address will not be published. Required fields are marked *