ସ୍ବାମୀ ନିରୁଦିଷ୍ଟ,ମୋତେ ଓ ମୋର ପୁଅ ଝିଅଙ୍କୁ ଯାଆର ନିର୍ଯ୍ୟାତନା
ତିର୍ତ୍ତୋଲ-୫/୮-ତିର୍ତ୍ତୋଲ ଗାଁର ଗଣେଶ୍ୱର ସାହୁଙ୍କ ସ୍ତ୍ରୀ ଚିନ୍ମୟୀ ସାହୁ ନିଜର ଯାଆ ବବିତା ଓ ଦିଅର ଅମୂଲ୍ୟ ସାହୁଙ୍କ ବିରୁଦ୍ଧରେ ତିର୍ତ୍ତୋଲ ଥାନାରେ ଏତଲା ଦେଇଛନ୍ତି । ସ୍ଥାନୀୟ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ତାଙ୍କୁ ଏଥିରେ ସମର୍ଥନ ଜଣାଇଛନ୍ତି । ଦିଅର ଓ ତାଙ୍କ ସ୍ତ୍ରୀ ମୋର ସ୍ବାମୀଙ୍କୁ ଅପହରଣ କରିନେଇଥିବା ଚିନ୍ମୟୀ ଅଭିଯୋଗ କରିଛନ୍ତି। ଶଶୁର ମଣି ଚରଣ ସାହୁ ଶିକ୍ଷକତାରୁ ଅବସର ନେବା ପରେ ତାଙ୍କୁ ନିଶା ଔଷଧ ଦେଇ ମିଳିଥିବା ସମସ୍ତ ଟଙ୍କା ଓ ବର୍ତ୍ତମାନର ପେନସନ ଟଙ୍କାକୁ ଦିଅର ଓ ଯାଆ ହଡ଼ପ କରୁଛନ୍ତ। ଶ୍ବଶୁରଙ୍କ ନାମରେ ଥିବା ସମସ୍ତ ସମ୍ପତ୍ତି ଓ ଘର ଡିହ ନିଜ ନାମରେ ସେମାନେ କବଲା କରିନେଇଛନ୍ତି। ମୋତେ ମାଡ ମାରିବା ସହ ମୋର ପୁଅ ଝିଅଙ୍କୁ ମାଡ ମାରିବାକୁ ସେମାନେ ପଛାଉନାହାନ୍ତି। ଦିଅର ଅମୂଲ୍ୟ ଓ ଯାଆ ବବିତା ମୋତେ ଓ ମୋର ପିଲାମାନଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଛନ୍ତି। ପିଲାମାନଙ୍କ ମୁହଁରେ ଆହାର ଦେବାପାଇଁ ମୋର ସମ୍ବଳ ନାହଁ। ପିଲାମାନଙ୍କ ସହ ଆତ୍ମହୁତି ଦେବାକୁ ସ୍ଥିର କରିଥିବା ଚିନ୍ମୟୀ ଏତଲାରେ ଉଲ୍ଲେଖ କରି ବିହୀତ ପଦକ୍ଷେପ ଗ୍ରହଣ କରିବା ପାଇଁ ତିର୍ତ୍ତୋଲ ପୋଲିସର ଦୃଷ୍ଟି ଆକର୍ଷଣ କରିଛନ୍ତି।
ତିର୍ତ୍ତୋଲରୁ ନୃସିଂହ ଚରଣ ବାରିକଙ୍କ ରିପୋର୍ଟ
