ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ ମୋ ସ୍କୁଲ ଅଭିଯାନ

୧୩/୦୮- ୧୧ଟା ସମୟରେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ପୁରୀ ସଦର ବ୍ଲକ ମୋ ସ୍କୁଲ ଅଭିଯାନ ସାମିଲ ହୋଇଥିବା ବାସୁଦେବପୁର ପଞ୍ଚାୟତର କନକଦୁର୍ଗା ଉଚ୍ଚ ବିଦ୍ୟାଳୟ ଗସ୍ତ କରି ବିଦ୍ୟାଳୟର ପ୍ରତିଷ୍ଠାତା ସ୍ଵର୍ଗତ କବିରାଜ ଲୋକନାଥ ମିଶ୍ରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରି ସ୍କୁଲର ଭିତ୍ତିଭୂମି ବିକାଶ ସମ୍ପର୍କରେ ପ୍ରଧାନ ଶିକ୍ଷକ ଓ ଆଲୁମିନ୍ ସଦସ୍ୟମାନଙ୍କ ସହିତ ଆଲୋଚନା କରିଥିଲେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା । ଏହି ସମୟରେ ବ୍ରହ୍ମଗିରି ବିଜୁ ଜନତା ଦଳର ବରିଷ୍ଠ ନେତା ଭଗବାନ ନାୟକ, ଜିଲ୍ଲା ବିଜୁ ଜନତା ଦଳ ସାଧାରଣ ସମ୍ପାଦକ କାର୍ତ୍ତିବିଜ୍ୟ ସ୍ଵାଇଁ, ସରପଞ୍ଚ ହରିହର ଉପାଧ୍ୟାୟ, ସମିତି ସଭ୍ୟ ବିଦ୍ୟାଧର ପ୍ରଧାନ, ପୂର୍ବତନ ସରପଞ୍ଚ ପ୍ରତିନିଧି ପାଣୁ ସାସମଲ, ପ୍ରଧାନ ଶିକ୍ଷକ ଭାଗିରଥି ଜେନା ଓ ବିଦ୍ୟାଳୟ ଆଲୁମିନ୍ ସଦସ୍ୟ ଶିକର ଦାସ, ଅଜୟ ଉପାଧ୍ୟାୟ, ଅଶୋକ ଉପାଧ୍ୟାୟ, ଅରୁଣ କୁମାର ମିଶ୍ର ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *