ରଘୁନାଥପୁର ନିକଟସ୍ଥ ସିର୍ଲୋ ନବଗ୍ରାମ ପ୍ରସିଦ୍ଧ ଦେବୀ ପୀଠ ଠାରେ ଶୃଙ୍ଖଳାର ସହିତ ପୂଜା କାର୍ଯ୍ୟକ୍ରମ ସମ୍ପର୍ଣ ହୋଇଛି

ରଘୁନାଥପୁର ତା ୩ :୧୦:- ରଘୁନାଥପୁର ନିକଟସ୍ଥ ସିର୍ଲୋ ନବଗ୍ରାମ ପ୍ରସିଦ୍ଧ ଦେବୀ ପୀଠ ଠାରେ ଶୃଙ୍ଖଳାର ସହିତ ପୂଜା କାର୍ଯ୍ୟକ୍ରମ ସମ୍ପର୍ଣ ହୋଇଛି, ସପ୍ତମୀ ଠାରୁ ଦଶମୀ ପର୍ଯ୍ୟନ୍ତ ମାନଙ୍କ ଅପାର କରୁଣାରୁ ଭକ୍ତ ଜନ ମାନେ ସପ୍ତମୀ ପଣା ଅଷ୍ଟମୀ ପଣା,ସନ୍ଦୀ ଭୋଗ, ତାରିଣୀ ବ୍ରତ, ଏବଂ ନବମୀ ପଣା ଅତି ଶୃଙ୍ଖଳାର ସହିତ ମା ଙ୍କ ଦର୍ଶନ କରିବା ସହିତ ମା ଙ୍କ ଆଶ୍ରିବାଦ କୃପା ପ୍ରାପ୍ତ କିରିଥିଲେ ସାରା ରାଜ୍ୟରେ ଅନେକ ଦେବୀ ପୀଠ ତଥା ଦେବୀ ମଣ୍ଡପ ରେ ମା ପୂଜା ହୁଅନ୍ତି ବହୁ ଯାକ ଯକମରେ ପାଳନ କରାଯାଏ କିନ୍ତୁ ସିର୍ଲୋ ଦେବୀଙ୍କ ସେଭଳି କିଛି ଆଧୁନିକତା ସାଜସଜା ନାହି ସେହି ପୌରାଣିକ ବିଧିରେ ମା ପୂଜା ହୁଅନ୍ତି,ମା ୫୦୦ ବର୍ଷ କାଳରୁ ସିର୍ଲୋ ନୁଆଁଗା ମା ପୂଜାପାଇ ଆସୁଛନ୍ତି ଯେତେ ବଡ଼ ବିପଦରେ ପଡ଼ିଥିଲେ ଥରେ ସିର୍ଲୋ ଦେବୀଙ୍କ ଶରଣ ରେ ସମର୍ପଣ ହୋଇଗଲେ ମା ପ୍ରତ୍ୟକ୍ଷ ସାହା ହୁଅନ୍ତି ମାଙ୍କ ମୁଖ୍ୟ ପୂଜକ ଅଞ୍ଜନ କୁମାର ଚକ୍ରବତୀ ସହପୂଜକ ରଞ୍ଜନ ଚକ୍ରବତୀ ଚନ୍ଦନ ଚକ୍ରବତୀ ଅଜିତ ଚକ୍ରବତୀ ଅସିତ ଚକ୍ରବତ ସେବକ ହିର୍ଦୟ ରାୟ, ନଳିନ ରାୟ ଶଶିକାନ୍ତ ରାୟ ଆଶିଷ ରାୟ, ହରିଦାସ ବାନାର୍ଜୀ ପ୍ରମୁଖ ଦୀର୍ଘ ଦିନ ନିଷ୍ଠା ପରଭାବେ ସେବାକରନ୍ତି ଲକ୍ଷ୍ୟଧିକ ଭକ୍ତ ଙ୍କ ସମାଗମ ହୋଇଥିଲା ରାଜ୍ୟର କୋଣ ଅନୁକୋଣରୁ ଆସି ମାଙ୍କ ଆଶ୍ରିବାଦ କୃପା କରିବା ସହିତ ମିନା ବଜାର ରେ ଘରର ଆସବା ପତ୍ର କିଣାକିଣି କରି ସୁସ୍ୱାଦ ଭୋଜନ କରିବା ସହିତ ମେଳାକୁ ଖୁବ ଉପଭୋଗ କରିଥିଲେ

Leave a Reply

Your email address will not be published. Required fields are marked *