ମା’ ଭଗବତୀ ଙ୍କ ପୀଠରେ ନବରାତ୍ରି ପୂଜା
ମା’ ଭଗବତୀ ଙ୍କ ପୀଠରେ ନବରାତ୍ରି ପୂଜା।
ତିର୍ତ୍ତୋଲ: ପାର୍ବଣ ପାଇଁ ସାରା ଦେଶ ଉତ୍ସବ ମୁଖର ହୋଇଉଠିଛି। ସେହିପରି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗରାମ ପଞ୍ଚାୟତ ରେ ପାଞ୍ଚଶହ ବର୍ଷ ତଳର ପ୍ରସିଦ୍ଧ ଓ ପ୍ରାଚୀନ ଶକ୍ତିପୀଠ ମା’ ଭଗବତୀ ଙ୍କ ପୀଠରେ ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ମୂଳାଷ୍ଟମୀ ଠାରୁ ଆରମ୍ଭ ହୋଇଥିବା ପାର୍ବଣ ପୂଜା ମହାଷ୍ଟମୀ ପର୍ଯ୍ୟନ୍ତ ୧୬ ଦିନ ବ୍ୟାପି ମା ଙ୍କ ପୀଠରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ମା’ ଙ୍କୁ ବିଭିନ୍ନ ବେଶରେ ସୁସଜିତ କରାଯିବା ସହିତ ମା ଙ୍କ ପୀଠରେ ପ୍ରତିଦିନ ଷୋଡଶ ଉପଚାର ପୂଜା, ସୂର୍ଯ୍ୟ ପୂଜା, ଚଣ୍ଡୀ ପାଠ ସହିତ ସଂଧ୍ୟା ଆରତୀ ମଧ୍ୟ ବେଶ୍ ଆଡ଼ମ୍ବର ରେ ପାଳିତ ହୋଇ ଯାଇଅଛି।ଏହି ସମୟରେ ମା ଙ୍କୁ ଦର୍ଶନ କରିବା ପାଇଁ ଅନେକ ଦୂର ଦୁରାନ୍ତରରୁ ହଜାର ହଜାର ଶ୍ରଦ୍ଧାଳୁ ମାନେ ଛୁଟି ଆସିଥାନ୍ତି। ନବରାତ୍ରୀ ପୂଜା ଭୋର ୪ ଟା ସମୟରେ ମା’ଙ୍କ ପୀଠରେ କାଳିକା ନୃତ୍ୟ ମଧ୍ୟ ଅନୁଷ୍ଠିତ ହୋଇଥାଏ। ଶ୍ରଦ୍ଧାଳୁ ମାନେ କାଳିକା ନୃତ୍ୟ ଦେଖିବା ସହିତ ମା ଭଗବତୀ ଙ୍କ କୃପା ଭିକ୍ଷା କରିଥାଆନ୍ତ। ଷଷ୍ଠୀ, ସପ୍ତମୀ, ଅଷ୍ଟମୀ ରାତୀରେ ମାଙ୍କ ପାଖରେ ବିଭିନ୍ନ ପ୍ରକାରର ଯାନିଯାତ୍ରା, ମୀନା ବଜାର ସହିତ ଆକର୍ଷଣୀୟ ଅପେରା ପାର୍ଟି ମଧ୍ୟ ପଡ଼ିଥାଏ। ଯାହାକୁ ଦେଖିବାକୁ ଅନେକ ଲୋକମାନେ ଭିଡ଼ ଜମାଇଥାଆନ୍ତି।
