ନବରଙ୍ଗପୁର ବ୍ଲକ ସ୍ତରୀୟ ସାଂସଦ ଖେଳ ମହୋତ୍ସବ ଉଦଯାପିତ।
ନବରଙ୍ଗପୁର ତା ୧୮.୧୨.୨୦୨୫:ନବରଙ୍ଗପୁର ଜିଲ୍ଲା ର ବଡ଼ମସିଗାଁ ଠାରେ ଆଜି ବ୍ଲକ ସ୍ତରୀୟ ସାଂସଦ ଖେଳ ମହୋତ୍ସବ ଉଦଯାପନ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ (ସାଧାରଣ)ତପନ କୁମାର ଖୁଣ୍ଟିଆ ମୁଖ୍ୟ ଅତିଥି ଏବଂ ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର ସମ୍ମାନୀତ ଅତିଥି ରୂପେ ଯୋଗ ଦେଇଥିଲେ। ନବରଙ୍ଗପୁର ବିଡ଼ିଓ ଡ ସୁନୀଲ ଖରା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ବ୍ଲକ୍ ଅଧ୍ୟକ୍ଷ ଶରତ ଭତରା, ଡି ଆଇ ପି ଆର୍ ଓ ମନୋଜ ବେହେରା, ନବରଙ୍ଗପୁର ବ୍ଲକ ସାଂସଦ ପ୍ରତିନିଧି ତଥା କୋର କମିଟି ସଦସ୍ୟ ଜ୍ୟୋତି ରଞ୍ଜନ କଂସ ଏବଂ ସାଂସଦ ଖେଳ ମହୋତ୍ସବ ର ଜିଲ୍ଲା ସହ ସଂଯୋଜକ ବାଙ୍କ ବିହାରି ବିଷୋୟୀ ,ବଡମସି ଗାଁ ସରପଞ୍ଚ କମଲେଶ୍ଵରି ନାୟକ ,ରମେଶ ଭତରା , ଅନ୍ୟାନ୍ୟ ଜନ ପ୍ରତିନିଧି ପ୍ରମୁଖ ମଞ୍ଚାସିନ ଥିଲେ। ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ନିଜ ବକ୍ତବ୍ୟରେ ଖେଳ ବର୍ତ୍ତମାନ ଏକ ପ୍ରବୃତ୍ତି ନ ହୋଇ ବୃତ୍ତି ଭାବରେ ଗ୍ରହଣ କରାଯାଉଛି।ଶାରିରୀକ ତଥା ମାନସିକ ଭାବେ ସୁସ୍ଥ ରହିବାକୁ ଶାରୀରିକ କ୍ରୀଡ଼ା ନିହାତି ଆବଶ୍ୟକ ଅଟେ ବୋଲି ଉପ ଜିଲ୍ଲାପାଳ କହିଥିଲେ।

ଗତ ୧୬ ତାରିଖ ରୁ ଆରମ୍ଭ ହୋଇଥିବା କ୍ରିକେଟ, ଫୁଟବଲ, ଭଲିବଲ, ୧୦୦ ମିଟର, ୨୦୦ ମିଟର ଦୌଡ଼ ପ୍ରତିଯୋଗିତାର ଉତ୍ତୀର୍ଣ୍ଣ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।ଫୁଟବଲ ଖେଳ ପ୍ରତିଯୋଗିତାରେ ରେ ଚଟାହାଣ୍ଡି ପଂଚାୟତ, ଭଲିବଲ ଖେଳ ପ୍ରତିଯୋଗିତାରେ ସାନମସିଗାଁ ପଂଚାୟତ, କ୍ରିକେଟ ଖେଳ ରେ ଚଟାହାଣ୍ଡି ପଂଚାୟତ ବିଜୟୀ ହୋଇଥିଲେ।ବଡମସିଗାଁ ଏସ ଏସ ଡି ହାଇସ୍କୁଲ ର ଛାତ୍ରୀମାନେ ଢେମସା ନୃତ୍ୟ ପରିବେଷଣ କରିଥିଲେ। ନବରଙ୍ଗପୁର ବ୍ଲକ ବିଭିନ୍ନ ବିଦ୍ୟାଳୟର ୬ ଜଣ ଖେଳ ଶିକ୍ଷକ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।ସାଂସଦ ପ୍ରତିନିଧି ଜ୍ୟୋତି ରଞ୍ଜନ କଂସ ଧନ୍ୟବାଦ୍ ଅର୍ପଣ କରିଥିଲେ।
