ନବରଙ୍ଗପୁର ଜିଲ୍ଲାରେ ସାଂସଦ ଖେଳ ମହୋତ୍ସବ- ୨୦୨୫ ର ଶୁଭାରମ୍ଭ

ନବରଙ୍ଗପୁର ତା ୨୬.୧୧.୨୦୨୫: ଆଜି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଦହଣା ଠାରେ ସାଂସଦ ଖେଳ ମହୋତ୍ସବ ୨୦୨୫ ଶୁଭାରମ୍ଭ ହୋଇଯାଇଛି।ମାନ୍ୟବର ସାଂସଦ ଲୋକସଭା ବଳଭଦ୍ର ମାଝୀ ସାଂସଦ ଖେଳ ମହୋତ୍ସବ ରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଦହଣା ସ୍ଥିତ ଶିବ ମନ୍ଦିର ରୁ ମଶାଲ ପ୍ରଜ୍ବଳନ ପୂର୍ବକ ମାନ୍ୟବର ସାଂସଦ ଏବଂ ଅତିଥି ଗଣ ଶୋଭାଯାତ୍ରା ରେ ଆସି ସଭା କାର୍ଯ୍ୟକ୍ରମ ରେ ପହଞ୍ଚିଥିଲେ।ମଞ୍ଚରେ ସମ୍ମାନୀତ ଅତିଥି ରୂପେ ମାନ୍ୟବର କୋଟପାଡ଼ ବିଧାୟକ ରୁପୁ ଭତରା, ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ବିଶ୍ଵଜିତ ବର୍ମନ୍,ଜିଲ୍ଲା ପରିଷଦ ସଭ୍ୟ ନନ୍ଦାହାଣ୍ଡି (ଜୋନ -୧)ଅରୁଣ ମିଶ୍ର, ସମାଜ ସେବୀ କୁଞ୍ଜ ବିହାରୀ ଦାସ, ସାଂସଦ ପ୍ରତିନିଧି ସୋମନାଥ ପୁଜାରୀ,ଜ୍ୟୋତି ରଞ୍ଜନ କଂସ,ବି ଡି ଓ କ୍ଷୀରୋଦ ଚନ୍ଦ୍ର ସାହୁ,ସାଂସଦ ଖେଳ ସ୍ୱମନ୍ନୟ ଅଧିକାରୀ ରାମେଶ୍ବର ଜେନା,ସରପଞ୍ଚ ଦହଣା କମଳା ପୁଜାରୀ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା କ୍ରୀଡ଼ା ସଂଘ ସଂପାଦକ ଅର୍ଜୁନ ତ୍ରିପାଠୀ ସଭା ପରିଚାଳନା କରିଥିଲେ।ଏହି ସାଂସଦ ଖେଳ ମହୋତ୍ସବ ଗତ ୨୧ ସେପ୍ଟେମ୍ବର ରୁ ଆରମ୍ଭ ହୋଇ ଆସନ୍ତା ୨୫ ଡ଼ିସେମ୍ବରରେ ସମାପନ ଉତ୍ସବ ଅନୁଷ୍ଠିତ ହେଉଛି।ନବରଙ୍ଗପୁର ଲୋକସଭା ସାଂସଦୀୟ କ୍ଷେତ୍ର ର ୨୧ ଟି ବ୍ଲକ ରେ ଆଜି ପର୍ଯ୍ୟନ୍ତ ଖେଳରେ ଭାଗ ନେବାକୁ ୪୯୩୫ ଜଣ ନାମ ପଞ୍ଜିକରଣ କରିଛନ୍ତି।ଏହି ସାଂସଦ ଖେଳ ମହୋତ୍ସବ ରେ ଫୁଟବଲ, ଭଲିବଲ, କ୍ରିକେଟ, ଲଂ ଜମ୍ପ, ହାଇ ଜମ୍ପ୍,ଦୌଡ,କବାଡି, ଖୋଖୋ ଭଳି କ୍ରୀଡ଼ା ଆୟୋଜନ କରାଯିବ। ନବରଙ୍ଗପୁର ସହରରେ ଆସନ୍ତା ଡ଼ିସେମ୍ବର ୨୫ ତାରିଖ ରେ ଏହି ଅବସରରେ ଏକ ମିନି ମାରାଥନ ଅନୁଷ୍ଠିତ ହେବ ବୋଲି ମାନ୍ୟବର ସାଂସଦ କହିଥିଲେ। ମାନ୍ୟବର ସାଂସଦ ନିଜ ବକ୍ତବ୍ୟରେ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରହିବା ପାଇଁ କ୍ରିଡାକୁ ମହତ୍ତ୍ଵ ଦିଆଯିବା ଏବଂ ଏଥିପାଇଁ ଲୁକ୍କାୟିତ ଖେଳ ପ୍ରତିଭା ଚିହ୍ନଟ ରେ ଏହି ଖେଳ ମହୋତ୍ସବ ନିଶ୍ଚୟ ସହାୟକ ହେବ ବୋଲି କହିଥିଲେ ।

ଆସନ୍ତା ୨୦ ଡିସେମ୍ବର ମଧ୍ୟରେ ପଞ୍ଚାୟତ ସ୍ତର ,ବ୍ଲକ୍ ସ୍ତର ଖେଳ ସମାପ୍ତ ହୋଇ ଯେଉଁମାନେ କୃତକାର୍ଯ୍ୟ ହୋଇଥିବେ ସେମାନେ ଆସନ୍ତା ଡ଼ିସେମ୍ବର ୨୧,୨୨ ଏବଂ ୨୩ ତାରିଖ ରେ ନବରଙ୍ଗପୁର ଠାରେ ଅନୁଷ୍ଠିତ ବିଭିନ୍ନ ଖେଳ ପ୍ରତିଯୋଗିତାରେ ଭାଗ ନେବେ । ଡିସେମ୍ବର ୨୫ ତାରିଖ ରେ ଜିଲ୍ଲା ସ୍ତରରେ ସାଂସଦ ଖେଳ କାର୍ଯ୍ୟକ୍ରମ ଆୟୋଜନ ସହ କୃତି ପ୍ରତିଯୋଗୀଙ୍କୁ ସମ୍ଭର୍ଧିତ କରାଯିବ ଯେଉଁଥିରେ ମାନ୍ୟବର ପ୍ରଧାନମନ୍ତ୍ରୀ ଉଦବୋଧନ ଦେବେ।ଏହି ଅବସରରେ ଦହଣା ଏବଂ ମେନ୍ତ୍ରି ଗ୍ରାମପଞ୍ଚାୟତ କ୍ରିକେଟ ଦଳ ମଧ୍ୟରେ ୧୦ ଓଭର୍ ସୀମିତ ଖେଳ କୁ ମାନ୍ୟବର ସାଂସଦ ଶୁଭାରମ୍ଭ କରିଥିଲେ। ଯେଉଁଥିରେ ଦହଣା ଗ୍ରାମ ପଞ୍ଚାୟତ ଦଳ ୫ ରନ୍ ରେ ବିଜୟୀ ହୋଇଥିଲେ।ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ସୁଶାନ୍ତ କୁମାର ନାୟକ,ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା,ବିଭାଗୀୟ ଅଧିକାରୀ, ନନ୍ଦାହାଣ୍ଡି ବ୍ଲକ୍ କର୍ମଚାରୀ,କ୍ରୀଡ଼ା ସଂଘ କର୍ମକର୍ତ୍ତା, ଜନ ପ୍ରତିନିଧି,ସ୍କୁଲ ଛାତ୍ର ଛାତ୍ରୀ, ଗଣ ମାଧ୍ୟମ ପ୍ରତିନିଧି,ଧହଣା ଗ୍ରାମବାସୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *