ଉତ୍ସାହର ସହ ଆରମ୍ଭ ହେଲା ନବରଙ୍ଗପୁରର ମହାନ୍ ପର୍ବ ‘ମଣ୍ଡେଇ ୨୦୨୫’
ଉତ୍ସାହର ସହ ଆରମ୍ଭ ହେଲା ନବରଙ୍ଗପୁରର ମହାନ୍ ପର୍ବ ‘ମଣ୍ଡେଇ ୨୦୨୫’ନବରଙ୍ଗପୁର: ୧୨/୧୨/୨0୨୫ଓଡ଼ିଶାର କଳା, ସଂସ୍କୃତି ଓ ଆଦିବାସୀ ପରମ୍ପରାର ମହାମିଳନ କ୍ଷେତ୍ର, ନବରଙ୍ଗପୁର ଜିଲ୍ଲା ସାଂସ୍କୃତିକ ଲୋକ ମହୋତ୍ସବ ‘ମଣ୍ଡେଇ ୨୦୨୫’ ଆଜି ସନ୍ଧ୍ୟାରେ ବିପୁଳ ଉତ୍ସାହ ଓ ଆନନ୍ଦ ମଧ୍ୟରେ ଉଦ୍ଘାଟିତ ହୋଇଯାଇଛି। ତିନି ଦିନ ବ୍ୟାପୀ ଚାଲିବାକୁ ଥିବା ଏହି ମହୋତ୍ସବ ଜିଲ୍ଲାର ସାଂସ୍କୃତିକ ପରିଚୟକୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପ୍ରତିପାଦିତ କରିବା ପାଇଁ ପ୍ରତିବର୍ଷ ଏକ ସୁଯୋଗ ଆଣିଦିଏ। ସାଂସ୍କୃତିକ ପ୍ରାଣକେନ୍ଦ୍ର ଉଦ୍ଘାଟନୀ ଉତ୍ସବରେ ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦର ନବରଙ୍ଗପୁର। ବରେଣ୍ୟ ଅତିଥି :ଶ୍ରୀ ଯୁକ୍ତ ନିତ୍ୟାନନ୍ଦ ଗଣ୍ଡ।ସମ୍ମାନୀୟ ଅତିଥି:ଶ୍ରୀ ଯୁକ୍ତ ମୁଜିବୁଲ୍ଲା ଖାନ ,ଶ୍ରୀ ଯୁକ୍ତ ମନୋହର ରନ୍ଧାରୀ, ଶ୍ରୀ ଯୁକ୍ତ ଗୌରୀ ଶଙ୍କର ମାଝୀ, ଶ୍ରୀ ଯୁକ୍ତ ନରସିଂ ଭତରା ,କୁନୁ ନାୟକ ଯୋଗ ଦେଇଥିଲେ। ମା’ ଭଣ୍ଡାରଘରଣୀଙ୍କ ନିକଟରେ ଶୁଭକାମନା ଜଣାଇ ଦୀପ ପ୍ରଜ୍ୱଳନ କରି ମଣ୍ଡେଇ ୨୦୨୫କୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ।ସଭାପତି ତାଙ୍କ ଅଭିଭାଷଣରେ କହିଥିଲେ ଯେ:”ମଣ୍ଡେଇ କେବଳ ଏକ ମେଳା ନୁହେଁ, ଏହା ହେଉଛି ଆମର ପରମ୍ପରା, ଭାଇଚାରା ଓ ପ୍ରକୃତି ପ୍ରତି ଥିବା କୃତଜ୍ଞତାର ପ୍ରତୀକ। ନବରଙ୍ଗପୁରର କଳା ଓ କଳାକାରଙ୍କୁ ଏକ ମଞ୍ଚ ଯୋଗାଇ ଦେବା ଏହି ଉତ୍ସବର ମୁଖ୍ୟ ଲକ୍ଷ୍ୟ।”

ଉଦଘାଟିତ ସନ୍ଧ୍ୟାରେ ନବରଙ୍ଗପୁରର ସ୍ୱତନ୍ତ୍ର ଲୋକନୃତ୍ୟ ଡେମସା ନୃତ୍ୟ ପ୍ରଦର୍ଶନୀ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଏହା ପରେ ଆଦିବାସୀ ସଂସ୍କୃତିର ପ୍ରତିଫଳନ କରୁଥିବା ଡାଲଖାଇ ଏବଂ ଅନ୍ୟାନ୍ୟ ଆଞ୍ଚଳିକ ଲୋକନୃତ୍ୟ ପରିବେଷିତ ହୋଇଥିଲା। ବିଭିନ୍ନ ରାଜ୍ୟର କଳାକାରମାନେ ମଧ୍ୟ ନିଜର ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିବା ପାଇଁ ମଣ୍ଡେଇ ମଞ୍ଚରେ ଉପସ୍ଥିତ ହୋଇଥିଲେ।ପଲ୍ଲିଶ୍ରୀ ମେଳାର ପ୍ରଭାବମଣ୍ଡେଇ ଉତ୍ସବର ଅନ୍ୟ ଏକ ମୁଖ୍ୟ ଆକର୍ଷଣ ହେଉଛି ପଲ୍ଲିଶ୍ରୀ ମେଳା ଏହି ମେଳାରେ ସ୍ଥାନୀୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (SHG) ଏବଂ କ୍ଷୁଦ୍ର ଶିଳ୍ପୀମାନେ ନିଜ ହାତ ତିଆରି ସାମଗ୍ରୀ, ହସ୍ତଶିଳ୍ପ ଓ ଜିଲ୍ଲାର ନିଆରା ଖାଦ୍ୟପେୟର ଷ୍ଟଲ୍ ଲଗାଇଛନ୍ତି। ଏହା ଜିଲ୍ଲାର ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବାରେ ସହାୟକ ହେବ।ସମ୍ପୂର୍ଣ୍ଣ ମଣ୍ଡେଇ ପରିସର ଆଲୋକମାଳାରେ ଝଟକିବା ସହ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯାଇଛି। ଆଗାମୀ ଦୁଇ ଦିନ ମଧ୍ୟରେ ଆହୁରି ଅନେକ ବିଶିଷ୍ଟ କଳାକାର ଓ ଅତିଥିଙ୍କୁ ଦେଖିବାକୁ ମିଳିବ ବୋଲି ଜିଲ୍ଲା ସଂସ୍କୃତି ପରିଷଦ ସୂଚନା ଦେଇଛି। ଏହି ଉତ୍ସବ ନବରଙ୍ଗପୁରବାସୀଙ୍କ ମନରେ ଏକ ନୂଆ ଉତ୍ସାହ ଭରି ଦେଇଛି।
