ନବରଙ୍ଗପୁରରେ ଅବକାରୀ ଚଢ଼ାଉ

ନବରଙ୍ଗପୁରରେ ଅବକାରୀ ଚଢ଼ାଉ: ୩୪ ଲିଟର ମଦ ଜବତ, ୨ ଗିରଫଅଦ୍ୟ ତାରିଖ 18.03.2026 ରେ , ଜିଲ୍ଲାପାଳ ଡ଼କ୍ଟର ମହେଶ୍ୱର ସ୍ୱାଇଁ ଙ୍କ ତଥା ଅବକାରୀ ଅଧିକ୍ଷକ ପ୍ରତାପ କୁମାର ଦାସ ଙ୍କ ନିର୍ଦେଶ କ୍ରମେ, ଅବକାରୀ ନିରୀକ୍ଷକ ଦିଲ୍ଲୀପ କୁମାର ରଥ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ତଥା ନବରଙ୍ଗପୁର ଥାନା ଅର୍ନ୍ତଗତ,

  1. ବିଜିରା ଗୁଡା ଗ୍ରାମରେ ଚଢ଼ାଉ କରି ଜଣେ ପୁରୁଷ ଆସାମୀ ଭୁଗଲ ମାଝୀ ନିକଟରୁ 18 (ଅଠର )ଲିଟର ଚୋରା ଦେଶୀ ହାତ ରନ୍ଧା ମଦ ଜବତ କରାଗଲା.
  2. ଗୁମାଗୁଡା ଗ୍ରାମରେ ଚଢ଼ାଉ କରି, ଜଣେ ପୁରୁଷ ଆସାମୀ ପର୍ଶୁରାମ ଭତରା ନିକଟରୁ 16(ଷୋହଳ )ଲିଟର ଚୋରା ଦେଶୀ ହାତ ରନ୍ଧା ମଦ ଜବତ କରି ଘଟଣା ସ୍ଥଳରେ ନଷ୍ଟ କରାଗଲା.
    ଆସାମୀ ଦୁଇ ଜଣଙ୍କୁ, ମାନ୍ୟବର SDJM ଙ୍କ ଅଦାଲତରେ ହାଜର କରାଗଲା, PR No- 141/2025-26 ଓ 142/2025-26 of Inspetor of Excise, Nabarangpur, Range ରେ, ମକଦ୍ଦମା ରୁଜୁ କରାଗଲା, ଏହି ଚଢାଉ ରେ ରିସମା ସୁନା, ସୁଧାଂଶୁ ଶେଖର ବାଘ, ଉମେଶ ହରିଜନ ଓ ଆକ୍ରମ ଖାନ, ସହଯୋଗ କରି ଥିଲେ।

Leave a Reply

Your email address will not be published. Required fields are marked *