ନବରଙ୍ଗପୁରରେ ଗର୍ଜିଲା ଜିଲ୍ଲା ନାରୀ ମହାସଙ୍ଘ

ନବରଙ୍ଗପୁରରେ ଗର୍ଜିଲା ଜିଲ୍ଲା ନାରୀ ମହାସଙ୍ଘ: ୧୦ ଦଫା ଦାବି ପୂରଣ ନହେଲେ ହେବ ଉଗ୍ର ମଦ ବିରୋଧୀ ଆନ୍ଦୋଳନ ନବରଙ୍ଗପୁର ଜିଲ୍ଲା ନାରୀ ମହାସଙ୍ଘ ପକ୍ଷରୁ ଆଜି ଏକ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ୧୦ ଦଫା ଦାବି ନେଇ ଶତାଧିକ ମହିଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ପ୍ରଶାସନକୁ ଚେତାବନୀ ଦେଇଛନ୍ତି।
ଜିଲ୍ଲା ସଭାନେତ୍ରୀ ଝନକଦେଈ ମାଝୀ ଓ ମୁଖ୍ୟ ଉପଦେଷ୍ଟା ରାଜେଶ ଜାନିଙ୍କ ନେତୃତ୍ୱରେ ଆଜି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ମହାସଙ୍ଘ ପକ୍ଷରୁ ଏସପି, ଓରମାସ୍ ମୁଖ୍ୟ ଏବଂ ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।
​ଏହି ଆନ୍ଦୋଳନରେ ସମାଜସେବୀ କାଦମ୍ବିନୀ ତ୍ରିପାଠୀ, ଆଦିବାସୀ ଅଧିକାର ମଞ୍ଚର ସାଲ ମାର୍ଣ୍ଡିଙ୍କ ସମେତ ଶତାଧିକ ମହିଳା ସାମିଲ ହୋଇଥିଲେ।
ମୁଖ୍ୟ ଉପଦେଷ୍ଟା ରାଜେଶ ଜାନି ସ୍ପଷ୍ଟ ଚେତାବନୀ ଦେଇଛନ୍ତି ଯେ, ଯଦି ୧୫ ଦିନ ମଧ୍ୟରେ ୧୦ ଦଫା ଦାବି ପୂରଣ ନହୁଏ, ତେବେ ନାରାୟଣପାଟଣା ଓ ବନ୍ଧୁଗାଁ ଭଳି ନବରଙ୍ଗପୁରରେ ମଧ୍ୟ ଉଗ୍ର ମଦ ବିରୋଧୀ ଆନ୍ଦୋଳନ କରାଯିବ।

Leave a Reply

Your email address will not be published. Required fields are marked *