ଗଁଦିଆ NAC ର ମାନ୍ୟତା ଦାବି ଜୋର ଧରିଲା, ଦ୍ୱିତୀୟ ପ୍ରସୃତି ବୈଠକ ଅନୁଷ୍ଠିତ

ଗଁଦିଆ NAC ର ମାନ୍ୟତା ଦାବି ଜୋର ଧରିଲା, ଦ୍ୱିତୀୟ ପ୍ରସୃତି ବୈଠକ ଅନୁଷ୍ଠିତ l
ଗଁଦିଆ ତା 19/8/25–ଅବିଭକ୍ତ ଗଁଦିଆ ଗ୍ରାମ ପଂଚାୟତ କୁ ନୂତନ NAC ର ମାନ୍ୟତା ପାଇଁ ଉକ୍ତ ଅଂଚଳରେ ଦାବି ଜୋର ଧରିଲାଣି l ଏହି ଉପଲକ୍ଷେ ଆଜି ଗଁଦିଆ ଗ୍ରାମରେ ନବ ନିର୍ମିତ କଲ୍ୟାଣ ମଣ୍ଡପ ଠାରେ ଦ୍ୱିତୀୟ ପ୍ରସୃତି ବୈଠକ ସଭାର ସଭାପତି ବିପିନି ବିହାରୀ ସିଂହ ଙ୍କର ଅଧକ୍ଷତରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକରେ ମୁଖ୍ୟତଃ କିପରି ଗଁଦିଆ କୁ ଏକ ନୂତନ NAC ଭାବରେ ତୁରନ୍ତ ରାଜ୍ୟ ସରକାର ଘୋଷଣା କରିବେ ତାହା ଉପରେ ବିଶେଷ ଗୁରୁତ୍ୱ ଆରୋପ କରାଯାଇଥିଲା, ଉକ୍ତ ବୈଠକରେ ଅବିଭକ୍ତ ଗଁଦିଆ ପଂଚାୟତ ଯଥା ଗଁଦିଆ ଓ ପୋରହଖୋଜର ସମସ୍ତ ଗ୍ରାମର ବୁଦ୍ଧିଜୀବୀ ବରିଷ୍ଠ ନାଗରିକ, ଯୁବଗୋଷ୍ଟି ସହିତ ପାଖ ମଠତେନ୍ତୁଳିଆ ପଂଚାୟତର ଇଲେଇଜଙ୍ଗ ଗ୍ରାମ ଓ ବିଧାରପୁର ପଂଚାୟତର ସାପୁଆଝର ଗ୍ରାମର ଜନସାଧାରଣ ଉକ୍ତ ବୈଠକରେ ଯୋଗଦାନ କରି,ଗଁଦିଆ କୁ ନୂତନ NAC ପ୍ରଦାନ ନିମନ୍ତେ ସୁଚିନ୍ତିତ ମତାମତ ପ୍ରଦାନ ସହିତ ରାଜ୍ୟ ସରକାର ଙ୍କ ଠାରେ ଦୃଢ଼ ଦାବି ଉପସ୍ଥାପନା ପାଇଁ ବିଷଦ ଆଲୋଚନା କରାଯାଇଥିଲା ଓ ଉକ୍ତ ବୈଠକରେ ସର୍ବସମ୍ନତି କ୍ରମେ ଗଁଦିଆ NAC କ୍ରିୟାନୁଷ୍ଠାନ କମିଟି ନାମରେ ଏକ ପରିଚାଳନା କମିଟି ଗଠନ କରାଯାଇ ଏହାକୁ ପରିଚାଳନା ନିମନ୍ତେ ନୂତନ କାର୍ଯ୍ୟକର୍ତା ମନୋନୟନ କରାଯାଇଥିଲା ଉକ୍ତ କମିଟିର ସଭାପତି ଭାବରେ ମଙ୍ଗରାଜ ବାରିକି, ଉପ ସଭାପତି ଭାବରେ ପ୍ରଦୀପ କୁମାର ସାହୁ ସମ୍ପାଦକ ଭାବରେ ରାଘବ ଚନ୍ଦ୍ର ମହାରଣା, ସହ ସମ୍ପାଦକ ଭାବରେ ମଳୟ କୁମାର ଜେନା କୋଷାଧକ୍ଷ ଭାବରେ ତାପସ କୁମାର ରାଉତ ଙ୍କ ମନୋନୀତ କରାଯାଇଥିଲା ତାହା ସହିତ ଉକ୍ତ କମିଟିରେ 21ଜଣ ସଦସ୍ୟ ଙ୍କୁ ମନୋନୀତ କରାଯାଇଥିଲା ସର୍ବପରି ପ୍ରତ୍ୟେକ କାର୍ଯ୍ୟରେ ପରାମର୍ଶ ନିମନ୍ତେ ଉକ୍ତ ଅଂଚଳର ବରିଷ୍ଠ ନାଗରିକ ମାନଙ୍କୁ ନେଇ ଏକ ଉପଦେଷ୍ଟା କମିଟି ଗଠନ କରାଯାଇଛି l ନୂତନ NAC ପାଇଁ ପ୍ରଥମେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ସରକାର ଙ୍କର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କୁ କ୍ରିୟାନୁଷ୍ଠାନ କମିଟି ଭେଟିବା ସହିତ ଗଁଦିଆ କୁ ନୂତନ NAC ମାନ୍ୟତା ପାଇଁ ଦାବି ଉପସ୍ଥାପନା କରିବା ସହିତ ତାଙ୍କର ପୂର୍ଣ୍ଣ ସହଯୋଗ ଲୋଡ଼ିବ, ଏହା ଶହ ଢେଙ୍କାନାଳ ସାଂସଦ,ରୁଦ୍ର ନାରାୟଣ ପାଣି, ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର, ମାନ୍ୟବର ମୁଖ୍ୟ ମନ୍ତ୍ରୀ ଙ୍କ ଉଦେଶ୍ୟରେ ଦାବି ପତ୍ର ପ୍ରଦାନ ନିମନ୍ତେ ଆଲୋଚନା ହୋଇଥିଲା NAC ପାଇଁ ରାଜ୍ୟ ସରକାର ଙ୍କର ସମସ୍ତ ନିୟମାବଳୀ ପୂରଣ କରୁଥିବା ଥିବା ସହିତ 1969ମସିହା ରୁ ଉକ୍ତ ଗଁଦିଆ କୁ ରାଜ୍ୟ ସରକାର ଅର୍ବାନ ଅଂଚଳ ଭାବରେ ଅନ୍ତର୍ଭୁକ୍ତ କରିଛନ୍ତି l ଏଇ ନିକଟରେ ରାଜ୍ୟ ସରକାର 12ଗୋଟି ନୂତନ NAC ଘୋଷଣା କରିଥିବା ସ୍ଥଳେ କେଉଁ କାରଣ ପାଇଁ ଗଁଦିଆ କୁ ବଂଚିତ କରାଗଲା ବୋଲି ସାଧାରଣରେ ମତ ପ୍ରକାଶ ପାଉଛି l

Leave a Reply

Your email address will not be published. Required fields are marked *