ଏନ ଏ ସି ଓ ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ଉଦଯାପିତ
।କେସିଙ୍ଗା ୧୩/୧ ଜିଲ୍ଲାର କଳା,ସଂସ୍କୃତି ଓ ପରମ୍ପରା ର ଦର୍ପଣ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୪ ଇତି ମଧ୍ୟରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଏନ୍ ଏ ସି ଓ କେସିଙ୍ଗା ବ୍ଲକ୍ ରେ ଗତ ୧୧ ତାରିଖ ରେ ଉଦଯାପିତ ହୋଇଯାଇଛି।ଗତ ଗୁରୁବାର ଦିନ ସକାଳୁ କେସିଙ୍ଗା ବିଦ୍ୟାପୀଠ ଖେଳ ପଡିଆ ରେ ଏନ୍ ଏ ସି ଓ ଜଗନ୍ନାଥ ମନ୍ଦିର ପଡିଆ ଠାରେ ଅନୁଷ୍ଟିତ ହୋଇଯାଇଛି । ଏନ୍ ଏ ସି ସ୍ତରୀୟ ଉତ୍ସବ କେସିଙ୍ଗା ଇଷ୍ଟ ଦେବୀ ମା ବୁଢ଼ା ଡଙ୍ଗର ଙ୍କ ମନ୍ଦିରରୁ ମଶାଲ ଶୋଭାଯାତ୍ରା ବାହାରି ବୁଢ଼ା ଡଙ୍ଗର ମଞ୍ଚ ରେ ସ୍ଥାପିତ କରାଯାଇ ଉତ୍ସବ ଆରମ୍ଭ କରାଯାଇଥିଲା। ଦିତୀୟ ଅଧିବେଶନ ରେ ନଗରପାଳ ନୃପରାଜ ଯାଦବ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବରେ ରାଜ୍ୟ ସଭା ସାଂସଦ ସୁଜିତ କୁମାର ଯୋଗ ଦେଇ ଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଏନ୍ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ କିରଣ ବେହେରା,ଅଞ୍ଚଳ ର ବରିଷ୍ଟ ଡାକ୍ତର ହେମ ସାଗର ସାହା,ଉପ ନଗର ପାଳ ସରସ୍ଵତୀ ସାହା ଓ ସମସ୍ତ କାଉନସିଲର ସଦସ୍ୟ ସଦସ୍ୟା ମାନେ ମଞ୍ଚାସୀନ ଥିଲେ। ଅତିଥି ମାନଙ୍କ ଅଭିଭାଷଣ ପରେ ବିଭିନ୍ନ ସ୍କୁଲ କଲେଜ୍ ଛାତ୍ର ଛାତ୍ରୀ ମାନେ ସୁନ୍ଦର ସୁନ୍ଦର ଡାଲଖାଇ, ରସରକେଲି,ନାଚରେ ମଞ୍ଚ ରେ ଥିବା ଅତିଥି ଓ ଜନସାଧାରଣ ଙ୍କୁ ମନ୍ତ୍ର ମୁଗ୍ଧ କରିଥିଲା। ଏହି ଉତ୍ସବ ଅବସରରେ କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ୬ ଜଣ ବ୍ୟକ୍ତି ବିଶେଷ ଶିକ୍ଷା ପାଇଁ ମଞ୍ଜୁମେଧା ଗୁରୁ,କ୍ରୀଡା ପାଇଁ ଅଶ୍ଵିନୀ ପାଇକରାଏ,ଚାଷ ପାଇଁ ଗୋକୁଳ ନାଏକ,ସାହସିକତା ପାଇଁ ବିନୋଦ ନାଗ , କଳା ସଂସ୍କୃତି ପାଇଁ ତ୍ରିନାଥ ବଗର୍ତ୍ତି ଓ ସମାଜ ସେବା ପାଇଁ ଗଦାଧର ସିଂଦେଓ ଙ୍କୁ ବୁଢ଼ା ଡଙ୍ଗର ମଞ୍ଚ ରେ ସମ୍ମାନିତ କରାଯାଇଥିଲା ।ମଞ୍ଚ ପରିଚାଳନା କରିଥିଲେ ବି ଚନ୍ଦ୍ର ଶେଖେର ଆଚାରୀ ଓ ଜି କ୍ରୀଷ୍ଣା ରେଡ୍ଡୀ।ଅନୁରୂପ ଭାବେ ଜଗନ୍ନାଥ ମନ୍ଦିର ପଡିଆ ଠାରେ ପାଳିତ ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ବ୍ଳକ ଅଧ୍ୟକ୍ଷ ଚନ୍ଦନ ସେନାପତି ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇ ଯାଇଛି।ବେଳଖଣ୍ଡି ଶୈବ ପୀଠ ଠାରୁ କେସିଙ୍ଗା ୪୦କିମି ଦୂର ବିରାଟ ମଶାଲ ଯାତ୍ରା ବାହାରି ଜଗନ୍ନାଥ ମନ୍ଦିର ସ୍ଥିତ କଳାହାଣ୍ଡି ଉତ୍ସବ ଘୁମୁରା ମଞ୍ଚ ରେ ଏକ ବିରାଟ ଶୋଭାଯାତ୍ରାରେ ଅଣା ଯାଇଥିଲା।ଏହି ମଶାଲ ଯାତ୍ରା ରେ ରାଜ୍ୟସଭା ସାଂସଦ ସୁଜିତ କୁମାର,ବ୍ଳକ ଅଧ୍ୟକ୍ଷ ଚନ୍ଦନ ସେନାପତି ଓ ଅନ୍ୟାନ୍ୟ ବ୍ଳକ କର୍ମଚାରୀ ସାମିଲ ହୋଇଥିଲେ। ଏହି ଉପଲକ୍ଷେ ପ୍ରଥମ ପର୍ଯ୍ୟାୟରେ ଏକ ସଭା ଆୟୋଜନ କରାଯାଇଥିଲା।ଉକ୍ତ ସଭାରେ ଏନ ଏ ସି ଅଧ୍ୟକ୍ଷ ନୃପରାଜ ଯାଦବ,ଗୋଷ୍ଠୀ ଶିକ୍ଷା ଅଧିକାରୀ ଆନନ୍ଦ କୁମାର ବେହେରା, ସହ କାରୀବନ ସଂରକ୍ଷୀକା ପ୍ରଭାତୀ ସେଠ,ଅତିରିକ୍ତ ବିଡିଓ, ପ୍ରମୁଖ କଳାହାଣ୍ଡି ଉତ୍ସବ ର ମାହାତ୍ମ୍ୟ , ଜଙ୍ଗଲ ସୁରକ୍ଷା ଆଦି ବିଷୟ ରେ ଅତିଥିଗଣ ନିଜସ୍ୱ ମତ ପୋଷଣ କରିଥିଲେ।ଏହି ଉପଲକ୍ଷେ ବିଭିନ୍ନ ସ୍କୁଲ ,କଲେଜ,ମହିଳା ଗୋଷ୍ଠୀ, ମିଶନ ଶକ୍ତି ମହିଳା ଙ୍କ ଦ୍ଵାରା ବିଭିନ୍ନ ପ୍ରତି ଯୋଗିତା ଅନୁଷ୍ଠିତ ହୋଇଥିଲା।ସନ୍ଧ୍ୟା ଅଧିବେଶନ ରେ ଅତିଥୀଙ୍କ ଦ୍ଵାରା ପୁରସ୍କାର ବଣ୍ଟନ କରାଯାଇ ଥିଲା। ଏହି ଉତ୍ସବରେ ସମ୍ବଲପୁରୀ, ରସରକେଳି,ଡାଳ ଖାଇ,ମଞ୍ଚ ଦୁଲୁକି ଉଠି ଥିଲା।ଏହି ଉତ୍ସବ କୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ଲମ୍ବୁ ଶିଖା ପରିଚାଳନା କରିଥିଲେ ।
