ନଗର ଉନ୍ନୟନ ପ୍ରମୁଖ ସଚିବ ଙ୍କ ସମୀକ୍ଷା

ନଗର ଉନ୍ନୟନ ପ୍ରମୁଖ ସଚିବ ଙ୍କ ସମୀକ୍ଷା
ପୁରୀ ୧୦/୩ ଆଗାମୀ ରଥଯାତ୍ରା ସମୟରେ ପୁରୀ କୁ ସ୍ବଛ ଓ ସୁନ୍ଦର ରଖିବା ପାଇଁ ନଗର ଉନ୍ନୟନ ବିଭାଗ ସର୍ବଦା ସତର୍କ ରହିଛି।ଏହା ଏକ ସାମୁହିକ ଦାୟିତ୍ୱ।ମହାପ୍ରଭୁଙ୍କ ପ୍ରତି ଏହି ସ୍ବଛତା ହିଁ ଏକ ବଡ ସେବା ବୋଲି ବିବେଚନା କରିବାକୁ ଆହ୍ଵାନ ଦେଇଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଗୃହ ଓ ନଗର ଉନ୍ନୟନ ବିଭାଗ ଉଷା ପାଢୀ।ଆଜି ଅପରାହ୍ନ ରେ ସର୍କିଟ ହାଉସ ଠାରେ ଆଗାମୀ ରଥଯାତ୍ରା ପାଇଁ ନଗର ଉନ୍ନୟନ ବିଭାଗର ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଶ୍ରୀମତୀ ପାଢ଼ୀ ସହରର ବିଭିନ୍ନ ଗଳି ରାସ୍ତା, ବଡଦାଣ୍ଡ, ବେଳାଭୂମିକୁ ସ୍ବଛ ରଖିବା ସହ ବର୍ଯ୍ୟବସ୍ତୁ ପରିଚାଳନା ପାଇଁ ବୈଜ୍ଞାନିକ ପଦ୍ଧତି ଓ ଅତ୍ୟାଧୁନିକ ପ୍ରକ୍ରିୟାରେ ବ୍ୟବସ୍ଥା ପାଇଁ ପରାମର୍ଶ ଦେଇଥିଲେ।ରଥଯାତ୍ରା ସମୟରେ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ମଧ୍ୟ ସଫେଇ ପାଇଁ ଆଗେଇ ଆସିଥାନ୍ତି।ସେମାନେ
ପୌରାଞ୍ଚଳ ସହ ଯୋଗାଯୋଗ କରି ଅନୁମତି ନେବେ।ସେମାନଙ୍କ ପାଇଁ ଏକ ମାର୍ଗଦର୍ଶିକା ପ୍ରସ୍ତୁତ ସହ ସୁପରଭିଜନ କରିବା, କାର୍ଯ୍ୟ ର ସମୀକ୍ଷା କରିବା, ସଚେତନ କରାଇବା ପାଇଁ ଶ୍ରୀମତୀ ପାଢ଼ୀ ପରାମର୍ଶ ଦେଇଥିଲେ।

ରଥଯାତ୍ରା, ବାହୁଡା ଯାତ୍ରା ଦିନ ବଡଦାଣ୍ଡ କୁ ପବିତ୍ର ରଖିବା ପାଇଁ ବଡଦାଣ୍ଡରେ ରନ୍ଧା ଖାଦ୍ୟ ନ ବାଣ୍ଟିବା ବ୍ୟବସ୍ଥା କରାଯିବ।ଖାଦ୍ୟ ବାଣ୍ଟିବା ଅନୁଷ୍ଠାନ ଗୁଡିକ ପାଇଁ ବଡଦାଣ୍ଡ କୁ ସଂଯୋଗ କରୁଥିବା ଗଳି ରାସ୍ତା ରେ ଉପଯୁକ୍ତ ସ୍ଥାନ ଚିହ୍ନଟ କରିବାକୁ ସେ ପରାମର୍ଶ ଦେଇଥିଲେ।ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ସମସ୍ତଙ୍କୁ ସ୍ବାଗତ କରିବା ସହ ସହରରେ ସ୍ବଛତା ର ସ୍ଥିତି, ବିଭିନ୍ନ ଆବଶ୍ୟକତା, ରଥଯାତ୍ରା ସମୟର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ।ଚଳିତ ବର୍ଷ ରଥଯାତ୍ରା ରେ ପୌରାଞ୍ଚଳ ପକ୍ଷରୁ ଏକ ହଜାର ରୁ ଉର୍ଦ୍ଧ୍ବ ଶୌଚାଳୟ ର ବ୍ୟବସ୍ଥା କରାଯିବ ବୋଲି ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା ସୂଚନା ଦେଇଥିଲେ।ଏହି ଶୌଚାଳୟ ଗୁଡିକ ପୁରୁଷ, ମହିଳା ଅଲଗା ବ୍ୟବସ୍ଥା, ପର୍ଯ୍ୟାପ୍ତ ପାଣି ବ୍ୟବସ୍ଥା ଓ ପରିଷ୍କାର ପରିଛନ୍ନତା ରଖିବା ପାଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ।ସହରର ଡ୍ରେନ ଗୁଡିକ ନିୟମିତ ସଫା କରିବା, ଖୋଲା ଡ୍ରେନ ରେ ସ୍ଲାବ ପରାଇବା,ପଟ ହୋଲ ଗୁଡିକ ମରାମତି କରିବା,ମଶା ମରା ବ୍ୟବସ୍ଥା ପାଇଁ ମଶା ମରା ତେଲ ପକାଇବା,ମଶା ଧୂଆଁ ବ୍ୟବସ୍ଥା, ବୁଶ କଟିଂ କରାଇବା,ବର୍ଷା ହେଲେ ତୁରନ୍ତ ବଡଦାଣ୍ଡ ରୁ ଜଳ ନିଷ୍କାସନ ବ୍ୟବସ୍ଥା କରିବା,ପର୍ଯ୍ୟାପ୍ତ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରିବା,ଆଲୋକୀକରଣ ବ୍ୟବସ୍ଥା କରିବା,ପାର୍କିଂ ବ୍ୟବସ୍ଥା, ପରିବହନ ବ୍ୟବସ୍ଥା ସମ୍ପର୍କରେ ଶ୍ରୀମତୀ ପାଢ଼ୀ ପରାମର୍ଶ ଦେବା ସହ ସମସ୍ତ ବିଭାଗ ସମନ୍ୱୟ ରେ ଏକ ପ୍ଲାନ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ନଗର ଉନ୍ନୟନ ବିଭାଗ ର ଅତିରିକ୍ତ ସଚିବ ବିନୟ କୁମାର ଦାଶ, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ପିକେଡିଏ ସେକ୍ରେଟାରୀ ଦିଲ୍ଲୀପ କୁମାର ମହାରଣା, ଉପ ଜିଲ୍ଲାପାଳ ରାଜ କିଶୋର ଜେନା, ଡେପୁଟି କଲେକ୍ଟର ପ୍ରିୟଦର୍ଶିନୀ ମଲ୍ଲିକ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।ପରେ ପ୍ରମୁଖ ସଚିବ କ୍ଷେତ୍ର ପରିଦର୍ଶନ କରି ବିଭିନ୍ନ ପରାମର୍ଶ ଦେଇଥିଲେ।

Leave a Reply

Your email address will not be published. Required fields are marked *