ନାଗେଶ୍ବର ସେଚ୍ଛାସେବୀ ସଂଗଠନ ପକ୍ଷରୁ ଗରିବଙ୍କୁ ସହାୟତା ପ୍ରଦାନ।

ରଘୁନାଥପୁର ତା ୧୦/୯:-ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ବିଦ୍ୟାଧରପୂର ପଞ୍ଚାୟତ ର ନାଗେଶ୍ୱର ସେଚ୍ଛାସେବୀ ସଂଗଠନ ପଞ୍ଚାୟତ ରେ ଥିବା ଗରିବ ପରିବାରଙ୍କୁ ବିଭିନ୍ନ ଦୁଃଖଦ ସମୟରେ ସଦାସର୍ବଦା ସହାୟତା ପ୍ରଦାନ କରିଆସୁଅଛି।ଏହି କ୍ରମରେ ଦୁଇମାସ ପୂର୍ବରୁ ବିଜୟ ଦାସ ଛାତରୁପଡି ମେଡିକାଲ ରେ ଚିକିତ୍ସିତ ହେଉଥିବା ସମୟରେ ତାଙ୍କୁ ସଂଗଠନ ପକ୍ଷରୁ ନଗଦ ୧୫ ହଜରା ଟଙ୍କା ପ୍ରଦାନ କରାଯାଇଥିଲା। ସେହିପରି ଏହି ଗ୍ରାମର ସ୍ବର୍ଗତ ତାପସଦାସଙ୍କ ପତ୍ନୀ କନକ ଦାସ ବ୍ରେନଷ୍ଟୋକ ରେ ଚିକିତ୍ସିତ ହେଉଛନ୍ତି।

କନକ ଅତ୍ୟନ୍ତ ଗରିବ ପରିବାର ମହିଳା ହୋଇଥିବାରୁ ବୁଧବାର ଏହି ସଂଗଠନ ର ସଦସ୍ୟ ସମାଜସେବୀ ରହିମଖାଁ,ଭବାନୀ ଶଙ୍କର ଦାସ,ଅଜୟ ସାମଲ,ରାଜକିଶୋର ନାୟକ,ଦିପକ ନାୟକ,ଜିତୁ ସ୍ଵାଇଁ,ସଚିନ୍ଦ୍ର ଦାସ,ଜଗନ୍ନାଥ ସେଠୀ,ପବିତ୍ର ସାହୁ,ନାରାୟଣ ଦାସ,ସୁରେନ୍ଦ୍ର ସେଠୀ, ପ୍ରସନ୍ନ ସେଠୀ ପ୍ରମୁଖ ତାଙ୍କ ନିକଟରେ ପହଞ୍ଚି ନଗଦ ୫ ହଜର ଟଙ୍କ ଚିକିତ୍ସା ଖର୍ଚ୍ଚପାଇଁ ସହାୟତା ପ୍ରଦାନ କରିଥିବାର ଜଣାଯାଇଛି। ଏହି ମହତ୍ବ କାର୍ଯ୍ୟ ପାଇଁ ଅଞ୍ଚଳ ପକ୍ଷରୁ ନାଗେଶ୍ୱର ସେଚ୍ଛାସେବୀ ସଂଗଠନ କୁ ସାଧୁବାଦ ଦିଆଯାଇଛି।

Leave a Reply

Your email address will not be published. Required fields are marked *