ନାଗପୁର ସରପଞ୍ଚଙ୍କ ସ୍ୱାମୀଙ୍କୁ ଆକ୍ରମଣ

ନାଗପୁର ସରପଞ୍ଚଙ୍କ ସ୍ୱାମୀଙ୍କୁ ଆକ୍ରମଣ କରି ମୋବାଇଲ ଛଡାଇନେଇଛନ୍ତି। ସରପଞ୍ଚ ନିଜ ପରିବାର ପାଇଁ ଚାହୁଁଛନ୍ତି ସୁରକ୍ଷା। ପୁରୀ ଜିଲ୍ଲା ଗୋପବ୍ଲକ ନାଗପୁର ପଂଚାୟତ ସରପଞ୍ଚ ପଦ୍ମପର୍ଣ୍ଣା ଦଳାଇ ପୂର୍ବତନ ସରପଞ୍ଚ ଅକ୍ଷୟ କୁମାର ନିଶଙ୍କ ବିରୁଦ୍ଧରେ ଆଣିଛନ୍ତି ସଙ୍ଗିନୀ ଅଭିଯୋଗ। ଗତକାଲି ସନ୍ଧ୍ୟା ରେ ନେତପୁର ଗାଁରେ ଶିବପୃଷ୍ଟି, କାଳିଆ ପୃଷ୍ଟି, ସୁମିତ୍ରା ପୃଷ୍ଟି, ଦେବରାଜ ପୃଷ୍ଟି, ଲିଙ୍ଗରାଜ ପୃଷ୍ଟି ପରିବାର ସହିତ ମିଶି ସରୋଜିନୀ ପୃଷ୍ଟି କ୍ଷେତ୍ରମୋହନ ପୃଷ୍ଟି ଙ୍କ ସହିତ ପାଟିତୁଣ୍ଡ କରୁଥିଲେ ସେହି ସମୟରେ ମନୁ ପୃଷ୍ଟିଙ୍କ ଝିଅ ଲିଜା ପୃଷ୍ଟି ଏହି ପାଟିତୁଣ୍ଡକୁ ସମାଧାନ କରିବାକୁ ମଝିରେ ପଶିଯାଇଥିଲେ କାଳୁ ପୃଷ୍ଟିଙ୍କ ପରିବାର ଲୋକଙ୍କ ଲୁହାରଡ଼ ମାଡ଼ରେ ଲିଜାଙ୍କ କାନମୁଣ୍ଡା ଫାଟିଯିବାରୁ ସିଏ ତଳେ ପଡିଯାଇଥିଲେ। ସେହି ସମୟରେ ସେହିରାସ୍ତା ଦେଇ ନାଗପୁର ସରପଞ୍ଚଙ୍କ ସ୍ୱାମୀ ଅପର୍ତ୍ତି ଦଳାଇ ଯାଉଥିଲେ। ପାଟିତୁଣ୍ଡ ବନ୍ଦକରି ଲିଜାଙ୍କୁ ଡାକ୍ତରଖାନା ନେବାକୁ କହିଥିଲେ ହେଲେ କେହି ଶୁଣିନଥିଲେ। ଅପର୍ତ୍ତି ଥାନାକୁ କଲ କରିବାକୁ ମୋବାଇଲ କାଢ଼ିବାବେଳେ କାଳିଆ ପୃଷ୍ଟି, ସୁମିତ୍ରା ପୃଷ୍ଟି ତାଙ୍କୁ ଆକ୍ରମଣ କରି ତାଙ୍କ ମୋବାଇଲ ଛଡାଇନେଇ ଏକ କଟୁରୀ ସାହାଯ୍ୟରେ ବାଡେଇ ଭାଙ୍ଗିଦେଇଥିଲେ। ଅପର୍ତ୍ତି ଲିଜାଙ୍କ ପରିବାର ସାହାଯ୍ୟ ରେ ଲିଜାଙ୍କୁ ଗୋପ ଡାକ୍ତରଖାନାକୁ ନେଇଥିଲେ ଗୋପ ଡାକ୍ତର ଲିଜାଙ୍କୁ ପୁରୀସଦର ମୁଖ୍ୟ ଚିକିର୍ସାଳୟକୁ ପଠାଇଥିଲେ। ଲିଜା ବର୍ତମାନ ପୁରୀରେ ଚିକିତ୍ସିତ ହେଉଥିବା ବେଳେ ଗତକାଲି ରାତିରେ ପଂଚାୟତ ପାଣିଟାଙ୍କି ର ଅସ୍ଥାୟୀ ସୁରକ୍ଷା ବାଡ଼କୁ କିଏ ଉପାଡି ଫୋପାଡ଼ି ଦେଇଛି। ଏହାକୁ କିଏ କରିଛି ପଚାରିବାରୁ ଅପାର୍ତ୍ତି ଏବଂ ପଂଚାୟତ ବିଜେଡି ସଭାପତି କହିଥିଲେ ଯାହାବି ସବୁ ହେଉଛି ପୂର୍ବତନ ସରପଞ୍ଚ ଅକ୍ଷୟ ନିଷଙ୍କ ଇସାରାରେ ହେଉଛି। ନାଗପୁର ସରପଞ୍ଚ କହିଛନ୍ତି ତାଙ୍କ ପରିବାରକୁ ସୁରକ୍ଷା ଦରକାର। ସୁରକ୍ଷା ଯୋଗେଇ ଦେବା ଲୋକ ଯଦି ସୁରକ୍ଷା ଚାହୁଁଚି ତେବେ ସାଧାରଣ ଜନତା କିଭଳି ନ୍ୟାୟ ପାଇବେ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କହିଲେ ଏହି ସୁରକ୍ଷା ଦାୟିତ୍ୱ ଆମର ବିଧାୟକ ସମୀର ରଞ୍ଜନ ଦାସ ଚିନ୍ତାକରିବେ ବୋଲି କହିଥିଲେ।

Leave a Reply

Your email address will not be published. Required fields are marked *