ନାମ ସମାବେଶ ରେ ନାମାଚାର୍ଯ୍ୟ ବାୟା ଶିଷ୍ୟ ଙ୍କ ସମାବେଶ –

ରାହାମା (୧୧/୪)-ବିଶିଷ୍ଟ ଆଧ୍ୟାତ୍ମିକ ଗୁରୁ ତଥା ସମାଜ ସଂସ୍କାରକ ପଦ୍ମଶ୍ରୀ ବାବା ବଳିଆ ଙ୍କ ରାଜ୍ୟସ୍ତରୀୟ ଜନ୍ମୋତ୍ସବ ଜଗତସିଂହପୁର ରାହାମା ଠାରେ ପାଳନ ଅବସରରେ ଶ୍ରୀମଦ ବାବା ଙ୍କb ମାନସ ଗୁରୁ ତଥା କଳ୍ପତରୁ ନାମାଚାର୍ଯ୍ୟ ବାୟା ଙ୍କ ସମାଧି ପୀଠ ର ଆଚାର୍ଯ୍ୟ ତଥା ନୀଳାଚଳ ମାଧୁରୀ ର ସମ୍ପାଦକ ବାବା ବିପିନ ବିହାରୀ ଦାସ ,ନିତାଇ ଗୌର ମଠ ର ବାବାଜୀ ବୈଷ୍ଣବ ଦାସ, ବାବାଜୀ ଶ୍ୟା୍ମାନନ୍ଦ ଦାସ, ବାବାଜୀ ଲଷ୍ମୀଧର ଦାସ,ବାବାଜୀ ଦୀନଦୟାଲ ଦାସ ,ବାବାଜୀ ହୃଷିକେଶ ଦାସ , ରଘୁନାଥ ଦାସ, ବାବାଜୀ ଜୟ ନିତାଇ ଦାସ,ଭାବାନନ୍ଦ ଦାସ, ବାବାଜୀ ଅଦ୍ୱୈତ ଦାସ , ବାବାଜୀ ଶଙ୍କର ଦାସ ,ବାବାଜୀ ବିଶ୍ଵମ୍ବର ଦାସ , ବାବାଜୀ ଅନାଦି ଦାସ ପ୍ରମୁଖ ଙ୍କ ସହ ପ୍ରାୟ ଶତାଧିକ ସାଧୁ ସନ୍ଥ, ଦୁଇଶତ କୀର୍ତ୍ତନ ମଣ୍ଡଳୀ , ୮ ହଜାରୁ ଉର୍ଧ୍ଵ ଶ୍ରଦ୍ଧାଳୁ ଯୋଗଦାନ କରିଥିଲେ ! ମଞ୍ଚ ରେ ପ୍ରତ୍ୟେକ ସାଧୁ ସନ୍ଥ ଙ୍କୁ ଗୁରୁ ସ୍ୱରୂପ ରେ ପୂଜାର୍ଚନା ପରେ, ତେଲେଙ୍ଗା ପେଣ୍ଠ କଟକ ର ବେଦ ବିଦ୍ୟାର୍ଥୀ ମାନେ ବେଦପାଠ କରିଥିଲେ ! ଆଶ୍ରମ ର ବାବାଜୀ ମଧୁସୂଦନ ଦାସ , କାଳିଆ ନନା , ଗୋପାଳ ଭାଇ, କୃଷ୍ଣ ଭାଇ ପ୍ରମୁଖ ଗୁରୁବନ୍ଦନା ଗାନ କରିଥିଲେ ! ମଞ୍ଚ ଏବଂ ସଭାସ୍ଥଳୀ ଗୁରୁମୟ ଅନୁଭବ କରୁଥିଲେ ସାଧାରଣ ଜନତା ! ଏହି ଅବସରରେ ରାଜ୍ୟ ର ବିଭିନ୍ନ ସଙ୍ଘ ରୁ ଆସିଥିବା ଭକ୍ତଶିଷ୍ୟ ମାନେ ଗୁରୁପୂଜା ସହ, ଶ୍ରୀଗୁରୁଦେବ ଙ୍କୁ ସମ୍ବର୍ଦ୍ଧନା ଦେଇ ଆଶିଷ ଭିକ୍ଷା କରିଥିଲେ !

Leave a Reply

Your email address will not be published. Required fields are marked *