ଓଡ଼ିଆ ପକ୍ଷ ପାଳନ ଅବସରରେ ଓଡ଼ିଆରେ ନାମଫଳକ ଅଭିଯାନ ସଚେତନତା ପଦଯାତ୍ରା ।

କନ୍ଧମାଳ ତା ୦୪/୦୪/୨୦୨୫ ଫୁଲବାଣୀ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଅନୁକୁଲ୍ୟରେ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ତରଫରୁ ଅଦ୍ୟ ତା ଫୁଲବାଣୀ ୦୪/୦୪/୨୦୨୫.ରିଖରେ ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନ ମାନଙ୍କରେ ଓଡ଼ିଆ ଭାଷାରେ ନାମଫଳକ ପ୍ରଦର୍ଶନ ସୁନିଶ୍ଚିତ କରିବା ନିମନ୍ତେ ଏକ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଅଛି l ଏହି ପଦଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ସକାଳ ୮.୩୦ ଘ. ସମୟରେ ବାହାରି ସର୍କିଟ ହାଉସ ନିକଟରେ ପହଞ୍ଚିଥିଲା l ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କୁଶଳ ଚନ୍ଦ୍ର ନାୟକ, ଉପ ଜିଲ୍ଲାପାଳ ଶ୍ରୀ ଭିକାରି ଚରଣ ସାହୁ , ଜିଲ୍ଲା ସଂସ୍କୃତି, ସୂଚନା ଓ ଲୋକସମ୍ପକ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ସେଠି ଏବଂ ଜିଲ୍ଲା ଶ୍ରମ ଅଧିକାରୀ (ଭାରପ୍ରାପ୍ତ), ଶ୍ରୀ ବିଶ୍ଵ ରଞ୍ଜନ କହଁର ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l ଏହି ସଚେତନତା ପଦଯାତ୍ରାରେ ପ୍ରାୟ ୧୦୦ ଜଣ ମହାବିଦ୍ୟାଳୟ ଛାତ୍ର ଛାତ୍ରୀ, ଶ୍ରମିକ ସଂଗଠନର କର୍ମ କର୍ତା, ସମାଜ ସେବୀ ଏବଂ ଜନ ସାଧାରଣ ଏଥିରେ ଭାଗ ନେଇଥିଲେ l ସହକାରୀ ଶ୍ରମ ଅଧିକାରୀ, ଶ୍ରୀ ବିଭୁ ପ୍ରସାଦ ସ୍ୱାଇଁ, ଶ୍ରମ ବିଭାଗର ସମସ୍ତ କର୍ମଚାରୀ ବୃନ୍ଦ ଏବଂ ବିଭିନ୍ନ ସାମ୍ବାଦିକ ଏହି ସଚେତନତା ପଦଯାତ୍ରାରେ ଅଂଶଗ୍ରହଣ କରିଥିଲେ l ଶେଷରେ ଓଡ଼ିଆରେ ନାମଫଳକ ପ୍ରଦର୍ଶନ କରୁଥିବା କିଛି ବାଣିଜ୍ୟ ପ୍ରତିଷ୍ଠାନ ମାନଙ୍କୁ ମିଠା ପ୍ରଦାନ କରାଯାଇଥିଲା ଏବଂ ଅନ୍ୟମାନଙ୍କୁ ଓଡ଼ିଆ ନାମଫଳକ ପ୍ରଦର୍ଶନ ପାଇଁ ସଚେତନ କରାଯାଇ ଥିଲା |

Leave a Reply

Your email address will not be published. Required fields are marked *