ନନ୍ଦ ମହୋତ୍ସବ

ଭଦ୍ରକ ବ୍ଲକ ଅନ୍ତର୍ଗତ କେନ୍ଦୁଆ ପଦା କଲେଜ ଛକ ଠାରେ ଭଦ୍ରକ ଜିଲ୍ଲା ସାରଥି ପରିବାର ପକ୍ଷ ରୁ ଏକ ବିରାଟ ନନ୍ଦ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁ ସମାଗମ ହୋଇ ଥିଲା। ଶ୍ରଦ୍ଧାଳୁ ସାରଥି ବାବାଙ୍କୁ ପୁଜା ପାଠ କରାଯାଇଥିଲା। ଜୟ ଗାନ କରିଥିଲେ। ନନ୍ଦ ମହୋତ୍ସବ ପାଇଁ ଚଳଚଞ୍ଚଳ କେନ୍ଦୁଆ ପଦା କଲେଜ ରୋଡ ଶ୍ରୀ କୃଷ୍ଣ ଧରାବତରଣ କରିବା ପରେ ଆଜି ପାଳନ କରାଯାଉଛି। ନନ୍ଦୋତ୍ସବ ନୀତି ସକାଳ ଆଳତୀ ମଙ୍ଗଳାର୍ପଣ ଓ ବନ୍ଦାପନା ନୀତି ଅନୁଷ୍ଠିତ ହୋଇଥିଲା,ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁ ନାଚୁଥିଲେ। ଶେଷ ରେ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରେ ଗୈତମ ସେଠୀ, ମନୋଜ ନାୟକ, ପ୍ରମୋଦ ନାଥ ଧନଞ୍ଜୟ ଓଝା,ଉଦ୍ଧବ ମହରଣା , ସଞ୍ଜୀବ ସାହାଣୀ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ତ୍ବରାନ୍ବିତ କରିଥିଲେ। ଆଗରପଡା, ବନ୍ତ, ତିହିଡି, ବାସୁଦେବପୁର, ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *