ନନ୍ଦିକ ପଞ୍ଚାୟତ ସ୍ତରୀୟ ମିଳିତ ଜନ ଶୁଣାଣି ।
ହିଞ୍ଜିଳିକାଟୁ : ୨୪/୧୧ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଗଞ୍ଜାମ ଆନୁକୁଲ୍ୟରେ ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ନନ୍ଦିକ ଗ୍ରାମ ପଞ୍ଚାୟତ ପରିସରରେ ପଞ୍ଚାୟତ ସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ହିଞ୍ଜିଳିକାଟୁ ବିଡିଓ ସୁଶ୍ରୀ ସାଗରିକା ଷଢ଼ଙ୍ଗୀଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା ବେଳେ ହିଞ୍ଜିଳି ବିଧାୟକଙ୍କ ପ୍ରତିନିଧି ଏ ସୁଦର୍ଶନ ,ଅତିରିକ୍ତ ଜିଲ୍ଲାପାଳ ସୁନିଲ କେରକେଟା,ଅତିରିକ୍ତ ତହସିଲଦାର ସୁରଜ କୁମାର ବେହେରା , ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀନିବାସ ସେଠୀଙ୍କ ଉପସ୍ଥିତିରେ କାର୍ଯ୍ୟନିର୍ବାହୀ ଅଧିକାରୀ ଶିବଶଙ୍କର ମଲ୍ଲିକ ପରିଚାଳନା କରିଥିଲେ । ସରକାରୀ ଯୋଜନାରେ ଯୋଗ୍ଯ ହିତାଧିକାରୀମାନେ ବଞ୍ଚିତ ନହେବା ଏବଂ ବିଭିନ୍ନ ଜନକଲ୍ୟାଣ ଯୋଜନାକୁ ଯୋଗ୍ଯ ହିତାଧିକାରୀମାନଙ୍କ ପାଖକୁ ଯାଇ ସମାଧାନ ପାଇଁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଆସୁଅଛି । ପଞ୍ଚାୟତ ସ୍ତରରେ ସମସ୍ତ ସୁବିଧା ସୁଯୋଗକୁ ସାଧାରଣ ଲୋକଙ୍କ ପାଖକୁ ପହଞ୍ଚାଇବା ନେଇ ରାଜ୍ୟ ସରକାରଙ୍କ ଗୁରୁତ୍ଵ ଓ ଲକ୍ଷ୍ୟ ରହିଛି ।ସେହି କ୍ରମରେ ଜନ ଶୁଣାଣି କାର୍ଯ୍ୟକ୍ରମରେ ବିଭିନ୍ନ ଅଭିଯୋଗକୁ ନେଇ ଆଜି ଦାଖଲ ହୋଇଥିବା ବେଳେ ସେ ମଧ୍ୟରୁ ରେସନ୍ କାର୍ଡ,ସାମାଜିକ ସୁରକ୍ଷା , ସୁଭଦ୍ରା ଯୋଜନା, ଆବାସ ଯୋଜନା, ତହସିଲ ସମ୍ଭନ୍ଧେ , ଜଳ ଯୋଗାଣ ଓ ପରିମଳ, ବିଦ୍ୟୁତ୍ ବିଭାଗ ଅଭିଯୋଗ ରହିଥିବା ହିଞ୍ଜିଳି ବିଡିଓଙ୍କ ସୁଚନା ରହିଛି । ଅତିରିକ୍ତ ବିଡିଓ ଅରୁଣ କୁମାର ପ୍ରଧାନ, ଜଳ ଓ ପରିମଳ ସହକାରୀ ଯନ୍ତ୍ରୀ ପ୍ରସନ୍ନ କୁମାର ଦଳେଇ , ସିପିଓ ଦଣ୍ଡପାଣି ଦାସ, ଯୋଗାଣ ନିରିକ୍ଷକ ସ୍ନେହାଞ୍ଜଳି ସ୍ବାଇଁ ସରପଞ୍ଚ କୃଷ୍ଣ ଚନ୍ଦ୍ର ଭୋଳ , ସମିତି ସଭ୍ୟା ଶୈଳନ୍ଦ୍ରି ପରିଡ଼ା,ଯୋଗାଣ ସହାୟକ ରୋହିତ ପରିଡା ,ଅନିଲ ପରିଡା ,ଅଜୟ ଭୋଳ, ତ୍ରିଲୋଚନ ଭୋଳ, କୃଷ୍ଣ ସାହୁ , ଆଲୋକ ପରିଡା ଆଦି ପ୍ରମୁଖଙ୍କ ସହ ସମସ୍ତ ବ୍ଲକର ବିଭାଗୀୟ ଅଧିକାରୀ ଓ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଆଜିର ଜନ ଶୁଣାଣି କାର୍ଯ୍ୟକ୍ରମ ହୋଇଥିଲା l
