ନନ୍ଦିନୀ ଦେବୀ

ନନ୍ଦିନୀ ଦେବୀ
ସାହିତ୍ୟ କ୍ଷେତ୍ରରେ ଉଜ୍ଜ୍ୱଳ ପ୍ରତିଭା
ରାଜନୀତି ରେ ଯେ ଶ୍ରେଷ୍ଠ
ତୁମ ପରି ନେତ୍ରୀ
ଆଉତ ନାହାଁନ୍ତି
ତୁମେ ଉତ୍କଳ ର ଶ୍ରେଷ୍ଠ।
ଛାତ୍ର ଜୀବନ ରେ ତୁମ କୁ ଦେଖି ମୁଁ
ହୋଇଥିଲି ଉତ୍ଫୋଲିତ
ଶିକ୍ଷକ ଜୀବନେ ଆଶିଷ ଲଭିଣ
ହୋଇଥିଲି ଆନନ୍ଦିତ।
କେନ୍ଦ୍ର ମନ୍ତ୍ରୀ ବେଳେ ଦୂର ଦର୍ଶନ ର କରିଥିଲ ଯେ ପ୍ରସାର
ବିଦ୍ୟାଳୟ ଯାଇ ଟି ଭି ପରଦାରେ ହୋଇଲୁ ଆତ୍ମ ବିହ୍ବଳ।
ଢେଙ୍କାନାଳ ରେ କରିଥିଲ ତୁମ୍ଭେ
ସ୍କୁଟର ର କାରଖାନା
ତୁମ ର ସ୍ମୃତି ରହିଅଛି ଏବେ
ହୃଦୟ ରେ ସମ୍ଭାବନା।
ସାହିତ୍ୟିକ କନ୍ୟା ତୁମେ ସାହିତ୍ୟିକା
କେନ୍ଦ୍ର ପୁରସ୍କାର ପାଇଁ
ଢେଙ୍କାନାଳ ମାଟି ଧନ୍ୟ ହୋଇଅଛି
ତୁମ ର ଆଶିଷ ପାଇ।
ସ୍ବାମି ପୁତ୍ର ତୁମ ରାଜନିତି କ୍ଷେତ୍ରେ
ହୋଇ ଥିଲେ ପାରଙ୍ଗମ
ଅଗ୍ନି କନ୍ଯା ନାମେ ପରିଚିତ ତୁମେ
ପାଇ ବିଭୁ କୃପା ଧାମ।
ଘେନ ମୋ ପ୍ରଣତି ମୋ ମାଟିର ମାଆ
ଥାଇ ସ୍ବର୍ଗ ଧାମ କ୍ଷେତ୍ରେ
ଆଶିଷ ଲଭିଣ ମୁଁ ଛାର ଅଧମ
ଲଭିବି ବିଭୁ ଶ୍ରୀ କ୍ଷେତ୍ରେ।
ପ୍ରକୃତି ବନ୍ଧୁ ହରିହର ସାହୁ
(ସଭାପତି ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା)

Leave a Reply

Your email address will not be published. Required fields are marked *