ନରସିଂହପୁର ଉନ୍ନିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ।

ନରସିଂହପୁର ଉନ୍ନିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ।

ଗୋପ -୨୧/୦୩- ଗୋପ ବ୍ଲକ ଅନ୍ତର୍ଗତ ଅନ୍ତର୍ଗତ ଧୂମାଳ ଗ୍ରାମପଞ୍ଚାୟ ନୟାହାଟ ନରସିଂହପୁର ୟୁଜିଏମଇ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ନିରଞ୍ଜନ ସ୍ବାଇଁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ତୁଷାରକାନ୍ତି ବେହେରା,

ମୁଖ୍ୟବକ୍ତା ଭାବେ ଶିକ୍ଷାବିତ୍ ତଥା ମା’ମଙ୍ଗଳା ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାସ ଚନ୍ଦ୍ର ଦାଶ, ସମ୍ମାନୀତ ଅତିଥି ଭାବେ ଜିଲ୍ଲାପରିଷଦ ସଭ୍ୟା ଶାଗରୀକା ନାୟକ, ଧୂମାଳ ପଞ୍ଚାୟତ ସରପଞ୍ଚ ମୋନାଲିସା ସିଂ, ସମିତି ସଭ୍ୟା ଭାନୁମତୀ ମାଣିକ, ଗୋପ ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀ ସମ୍ରାଟ ଭଞ୍ଜ ଭୋଇ, ସ୍କୁଲ ପରିଚାଳନା କମିଟିର ସଭାପତି କାହ୍ନୁଚରଣ ନାୟକ

, ଶିକ୍ଷକ ସମନ୍ୱୟ କମିଟିର ସଭାପତି ଅଜୟ କୁମାର ରଥ, ସମ୍ପାଦକ ସରୋଜ କୁମାର ମିଶ୍ର, ବରିଷ୍ଠ ନାଗରିକ କୃଷ୍ଣଚନ୍ଦ୍ର ସ୍ବାଇଁ, ସମାଜସେବୀ ଅଭିମନ୍ୟୁ ସିଂ, ଶିକ୍ଷକ ଶିବଦତ୍ତ ନାୟକ ପ୍ରମୁଖ ଯୋଗଦେଇଥିଲେ। ସହକାରୀ ଶିକ୍ଷୟିତ୍ରୀ ପ୍ରଭାତ ନଳିନୀ ମହାନ୍ତି ବାର୍ଷିକ ବିବରଣୀ ପଠନ କରିଥିଲା ବେଳେ ସିଆରସିସି ସୁଚରିତା ପାତ୍ର ଓ ଲଲାଟେନ୍ଦୁ ବେହେରା ମଞ୍ଚ ପରିଚାଳନା କରିଥିଲେ। ସ୍କୁଲର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସ୍ବାଗତ ସଂଗୀତ ଗାନ କରାଯାଇଥିଲା। ପ୍ରାକ୍ତନ ଶିକ୍ଷକ ଭ୍ରମରବର ସାହୁ, ପୁରାତନ ଛାତ୍ର ଛବିନ୍ଦ୍ର ପାତ୍ର, ବିଚିତ୍ରାନନ୍ଦ ପାତ୍ରଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ ଓ ମାନପତ୍ର ଦେଇ ସମ୍ବର୍ଧିତ କରାଯାଇଥିଲା। ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭର ସାମ୍ବାଦିକ କ୍ଷେତ୍ରମୋହନ ଦାଶ, ରଶ୍ମିରଞ୍ଜନ ସାହୁ, ଜ୍ଞାନରଞ୍ଜନ ବିଶ୍ବାଳଙ୍କୁ ଗଣତନ୍ତ୍ରର ଜାଗ୍ରତ ପ୍ରହରୀଭାବେ କାର୍ଯ୍ୟ କରୁଥିବା ନେଇ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନୀତ କରାଯାଇଥିଲା। ବିଦ୍ୟାଳୟର କୃତି ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ବିଭାଗରେ କୃତିତ୍ବ ପାଇଁ ମାନପତ୍ର ପ୍ରଦାନ କରି ଉତ୍ସାହିତ କରାଯାଇଥିଲା। ପରି ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Leave a Reply

Your email address will not be published. Required fields are marked *