ଫୁଲବାଣୀ ନାରାୟଣୀ ଯାତ୍ରା ପୂର୍ବ ପ୍ରଣାଳୀରେ ପରିଚାଳିତ କରିବା ପାଇଁ ସାଧାରଣରେ ଦାବୀ ହେଉଅଛି ।
କନ୍ଧମାଳ, ଫୁଲବାଣୀର ପ୍ରସିଦ୍ଧ ନାରାୟଣୀଯାତ୍ରା ସାରା ଓଡ଼ିଶାରେ ତାହାର ସ୍ଵତନ୍ତ୍ର ସ୍ଥାନ ବଜାୟରଖିଛି ।ଏହି ଯାତ୍ରା କନ୍ଧମାଳ ଜିଲ୍ଲାର ପ୍ରସିଦ୍ଧ ଯାତ୍ରାଅଟେ । ଏହି ଯାତ୍ରା ଫୁଲବାଣୀ ସହରର ପଞ୍ଚଠାକୁରାଣୀ ଯଥା , ମାନାରାୟଣୀ, ମାବ୍ରାହ୍ମଣୀଦେବୀ, ମାବରାଳଦେବୀ , ମାବ୍ୟାଘ୍ରଦେବୀ ମା ଗ୍ରାମଦେବତୀଙ୍କୁ ନେଇ ଏହି ଯାତ୍ରା ଆୟଜନ କରାଯାଇଥାଏ ।୧୯୭୨ ମସିହାରୁ ଏହି ଯାତ୍ରା ଫୁଲବାଣୀ ସହରରେ ଶୁଭାରମ୍ଭ ହୋଇ ଆଜି ଯାଏ ଏହା ଦିନକୁ ଦିନ ବୃଦ୍ଧି ପାଇ ବୃହତ ଯାତ୍ରାରେ ପରିଣତ ହୋଇଅଛି । ଜଣେ ପ୍ରଶାସନିକ ଅଧିକାରି ଯଥା ଫୁଲବାଣୀର ଉପ ଜିଲ୍ଲାପାଳ ଏହି ଯାତ୍ରା ଅଧ୍ୟକ୍ଷ ରହି ତାହାଙ୍କ ଉପଦେଷରେ ଯାତ୍ରା ପରିଚାଳିତ ହୋଇ ଆସୁଅଛି । କିନ୍ତୁ ୨୦୧୬,୨୦୧୮ ପରେ ମା ନାରାୟଣୀ ଙ୍କ ଯାତ୍ରା ମଳିନ ପଡ଼ିଥିବା ଦେଖିବାକୁ ମିଳିଛି ।କାରଣ ମାଙ୍କ ଯାତ୍ରା ସାର୍ବଜନୀନ ନହୋଇ କିଛି ବିତଶାଳୀ, ମୁଷ୍ଟିମେୟ ଲୋକଙ୍କ ହାତବାରିଶି ହୋଇ ଏକ ନିଦ୍ଧିଷ୍ଟ ସଂଘ ଦ୍ୱାରା ଗୋଟିଏ ରୁଦ୍ଧ କୋଠରୀ ଭିତରେ ସେହି ବ୍ୟକ୍ତି ବ୍ୟକ୍ତିମାନଙ୍କ ଇଙ୍ଗିତରେ ନିଜ ଇଚ୍ଛାରେ ନିଜର ଅନୁଗାମୀ ମାନଙ୍କୁ ମନୋନିତ କରି ନିଜର ସ୍ବାର୍ଥ ହାସଲ କରିବାରେ ଲାଗିଛନ୍ତି । ଏହାରି ଫଳରେ କନ୍ଧମାଳ ଜିଲ୍ଲାର ଯାତ୍ରା କୁହାଯାଉଥିବା ମା ନାରାୟଣୀଙ୍କ ଯାତ୍ରାରେ କଳଙ୍କ ଲାଗିବ ସଦୃଶ ମନେହେଉଛି । ସାଧାରଣରେ ଚର୍ଚ୍ଚାହେଉ ଅଛିକି ? ଯାତ୍ରା ପରିଚାଳନା କମିଟି ଗୋଟିଏ ନିର୍ଦ୍ଧିଷ୍ଟ ଗୋଷ୍ଠୀଙ୍କ କବଳରୁ ଉଦ୍ଧାର କରି ପୂର୍ବ ପ୍ରଣାଳୀ ଅନୁଯାୟୀ ମାଙ୍କ ଯାତ୍ରାପଡ଼ିଆରେ ପ୍ରଶାସନିକ ଅଧିକାରୀ ଉପସ୍ଥିତିରେ କର୍ମକର୍ତ୍ତା ବଛାଯାଇ ମାଙ୍କ ଯାତ୍ରା କରିବା ପାଇଁ ସାଧାରଣରେ ଦାବି ହେଉଅଛି । ପ୍ରତି ଏକ ବର୍ଷ ବ୍ୟବଧାନରେ ଏହି ଯାତ୍ରା ଅନୁଷ୍ଠିତ ହୁଏ । ଏହି ଯାତ୍ରା କାଳ କ୍ରମେ ଦକ୍ଷିଣ ଓଡ଼ିଶାର ଏକ ବଡ ଯାତ୍ରାର ମାନ୍ୟତା ପାଇ ପାରିଛି । ଗତ କିଛି ଯାତ୍ରାରେ ପ୍ରାୟ ଏକ କୋଟି ଟଙ୍କାରୁ ଅଧିକ ଟଙ୍କା ଯାତ୍ରାରେ ଖର୍ଚ୍ଚ ହେଉଥିବା ବିଗତ କମିଟି ମାନଙ୍କ ସୂଚନାରୁ ଜଣାପଡିଛି । କିନ୍ତୁ ଆୟ ବ୍ୟୟର ସ୍ୱଚ୍ଛତା ଉପରେ ମଧ୍ୟ ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯାତ୍ରାରେ ଲକ୍ଷ ଲକ୍ଷ ଲୋକଙ୍କ ସମାବେଶ ହେଉଥିବା ଓ ପ୍ରାୟ ଏକ ମାସ ଧରି ଏହି ଯାତ୍ରା ଚାଲୁଥିବା ବେଳେ, ଏହାର ଅର୍ଥନୈତିକ ସ୍ୱଚ୍ଛତା ପ୍ରତି ପ୍ରଶାସନର ଉଦାସୀନତା ଅନୁଭବ ହେଉଛି । ଯାତ୍ରାର ହିସାବ ଆୟ ବ୍ୟୟ ବ୍ୟବସ୍ଥା ମଧ୍ୟରେ ରାହୁନଥିବା ଓ ଉପକମିଟି ଗୁଡାକୁ ଗୁରୁତ୍ୱ ଦିଆଯାଉନଥିବା ଦୁଃଖର ବିଷୟ ଅଟେ । ଏଣୁ ଯାତ୍ରାର ସମସ୍ତ ବିବରାଣୀ ଓ କାର୍ଯ୍ୟର ଦାୟିତ୍ଵ ପ୍ରଶାସନିକ ଅଧିକାରୀ ନିଜେ ହସ୍ତକ୍ଷେପ କରି ସୁଚାରୁରୂପେ ଯାତ୍ରା ପରିଚାଳନା ହେଲେ ଭଲ ହୁଅନ୍ତା ବୋଲି ସାଧାରଣରେ ଚର୍ଚ୍ଚା ହେଉଅଛି ।
