ହାପି ମୁଭମେଣ୍ଟସ ଇଣ୍ଡିଆ ସଂଗଠନ ପକ୍ଷରୁ ଜାତୀୟ ସମ୍ମିଳନୀ l
ଆଠମଲ୍ଲିକ:-୨୭/୮:- ହାପି ମୁଭମେଣ୍ଟସ ଇଣ୍ଡିଆ ସଂଗଠନ ପକ୍ଷରୁ ଗତ ମଙ୍ଗଳବାର ଭୁବନେଶ୍ୱର ଜୟଦେବ ଭବନର ଗୀତ ଗୋବିନ୍ଦ ହଲ ଠାରେ ଏକ ପ୍ରତିଭା ସମ୍ମାନ ସୁପର-୩0 ଜାତୀୟ ସମ୍ମିଳନୀ-୨0୨୫ ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି l ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତି ବିଶେଷ ଙ୍କୁ ଏହି ପ୍ରତିଭା ସମ୍ମାନ ସମ୍ମିଳନୀ ରେ ସମ୍ମାନିତ କରାଯାଇଥିଲା l ମୁଖ୍ୟ ଅତିଥିଭାବେ ପଦ୍ମଶ୍ରୀ ଡ଼ଃ ଦେବୀ ପ୍ରସନ୍ନ ପଟ୍ଟନାୟକ, ସମ୍ମାନିତ ଅତିଥିଭାବେ ମଧ୍ୟମ ଭୁବନେଶ୍ୱର ବିଧାୟକ ଅନନ୍ତ ନାରାୟଣ ଯେନା ଓ ଅନ୍ୟତମ ଅତିଥିଭାବେ ଲେଖକ ଶଙ୍କର ପରିଡା,ଅବସର ପ୍ରାପ୍ତ ଅଧ୍ୟକ୍ଷ ମୀନକେତନ ଦାସ ପ୍ରମୁଖ ଯୋଗଦେଇ ପ୍ରତିଭା ବାନ ବ୍ୟକ୍ତି ବିଶେଷ ଙ୍କୁ ସମ୍ମାନିତ କରିଥିଲେ l ବିଶେଷ କରି ମଦର ଟେରେସା ଗୌରବ, ଡ଼ଃ ଏପିଜେ ଅବଦୁଲ କାଲାମ ଗୌରବ, ସାହିତ୍ୟ ଓ ସଂସ୍କୃତି ଇତ୍ୟାଦି ଗୌରବରେ ସମ୍ମାନିତ କରାଯାଇଥିଲା l

ଉତ୍ତରାଞ୍ଚଳ ଖଣ୍ଡ ଭାରତୀୟ ମାନବାଧିକାର ପରିଷଦ ସଭାପତି ଆଇନଜୀବୀ ସୁଶାନ୍ତ କୁମାର ମହାପାତ୍ର, ସର୍ବଭାରତୀୟ ଖାଉଟି କଲ୍ୟାଣ ପରିଷଦ ଅନୁଗୋଳ ଜିଲ୍ଲା ସଭାପତି ଶତ୍ରୁଘ୍ନ ସାହୁ ଓ ନିର୍ଦେଶକ ସମାଧାନ ଶିକ୍ଷାନିକେତନ ବିନୟ କୁମାର ପଟ୍ଟନାୟକ ଙ୍କୁ ଡକ୍ଟର ଏପିଜେ କାଲାମ ପ୍ରଫେସନାଲ ଆଚିଭର ସମ୍ମାନ ରେ ସମ୍ମାନିତ ହୋଇଛନ୍ତି l ଅନୁଗୋଳ ଜିଲ୍ଲାର ଏହି ୩ ଜଣ ପ୍ରତିଭା ସମ୍ପର୍ଣ୍ଣ ବ୍ୟକ୍ତିଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ମିଳିଥିବା ଜଣାଯାଇଛି l
