ଏସଜେଏଫ ସମ୍ମିଳନୀରେ ଓଡ଼ିଶାରୁ ୧୪ ଜଣ ବରିଷ୍ଠ ସାମ୍ବାଦିକଙ୍କ ଯୋଗଦାନ

ଏସଜେଏଫ ସମ୍ମିଳନୀରେ ଓଡ଼ିଶାରୁ ୧୪ ଜଣ ବରିଷ୍ଠ ସାମ୍ବାଦିକଙ୍କ ଯୋଗଦାନ
ଥିରୁଅନନ୍ତପୁରମ-୨୦/୮-କେରଳ ରାଜ୍ୟର ଥିରୁଅନନ୍ତପୁରମଠାରେ ଅନୁଷ୍ଠିତ ୩ ଦିନିଆ ବରିଷ୍ଠ ସାମ୍ବାଦିକ ଜାତୀୟ ସମ୍ମିଳନୀରେ ଓଡ଼ିଶାରୁ ୧୪ ଜଣ ବରିଷ୍ଠ ସାମ୍ବାଦିକ ଯୋଗଦେଇଛନ୍ତି। ବରିଷ୍ଠ ସାମ୍ବାଦିକ ସଂଘ, ଓଡ଼ିଶାର ସଭାପତି କାହ୍ନୁଚରଣ ନନ୍ଦଙ୍କ ନେତୃତ୍ବରେ ଏହି ବରିଷ୍ଠ ସାମ୍ବାଦିକମାନେ ସର୍ବଭାରତୀୟ ସମ୍ମିଳନୀରେ ଯୋଗଦେଇଥିବାର ସୂଚନା ମିଳିଛି। ବରିଷ୍ଠ ସାମ୍ବାଦିକ ଉମାଶଙ୍କର କର, ନୃସିଂହ ଚରଣ ବାରିକ, ଆଶୁତୋଷ ବେହେରା, ମହେଶ୍ୱର ତ୍ରିପାଠୀ, କୁନ୍ତଳା ବେହେରା ସମ୍ମିଳନୀରେ ଯୋଗଦେଇ ଏସଜେଏଫର ବରିଷ୍ଠ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ। ସେହିପରି ଭୁବନେଶ୍ବରରୁ ବେଣୁଧର ପଣ୍ଡା,ବଙ୍କିମ ଚନ୍ଦ୍ର ନାୟକ, ପୂର୍ଣ୍ଣଚନ୍ଦ୍ର ନାୟକ, ପ୍ରସନ୍ନ ତ୍ରୀପାଠୀ, ଲମ୍ବୋଦର ଦଳବେହେରା,ଅସିତ ମହାନ୍ତ, ବିଶ୍ବଜିତ ନାୟକ, ରବିନ୍ଦ୍ର ସାମଲ ପ୍ରମୁଖ ସିନିୟର ଜର୍ଣାଲିଷ୍ଟ ଫୋରମର ଜାତୀୟ ସମ୍ମିଳନୀରେ ଯୋଗଦେଇଥିଲେ। କେରଳ ମୁଖ୍ୟମନ୍ତ୍ରୀ ଶ୍ରୀ ପିନାରାୟୀ ବିଜୟନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜର ବହୁମୂଲ୍ୟ ବକ୍ତବ୍ୟ ରଖିଥିଲେ।

Leave a Reply

Your email address will not be published. Required fields are marked *