ଔପନିବେଶୀୟ ଶିକ୍ଷା ଢାଞ୍ଚାରେ ପରିବର୍ତ୍ତନ ଆଣିବ ଜାତୀୟ ଶିକ୍ଷାନୀତି

(ରାୟଗଡ଼ା-୪/୭-ଶୁକ୍ରବାର ଦିନ ରାୟଗଡ଼ା ସ୍ଵୟଂ ଶାସିତ ମହାବିଦ୍ୟାଳୟର ୫୯ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ମୂଖ୍ୟ ଅତିଥି ଭାବେ ଉଚ୍ଚଶିକ୍ଷା , ଖେଳ ଓ ଯୁବସେବା , ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ରାୟଗଡ଼ା ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟୱାରି , ରାୟଗଡ଼ା ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ସ୍ଵାତୀ ଏସ୍ କୁମାର, ମହାବିଦ୍ୟାଳୟ ପରିଚାଳନା କମିଟି ସଭପତି ତଥା ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ନିହାର ରଞ୍ଜନ କହଁର ଯୋଗଦେଇଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼. ସରସ୍ଵତୀ ରାୟ ସଭାପତିତ୍ବ କରିଥିଲେ। ଏହି ଅବସରରେ ମହାବିଦ୍ୟାଳୟରେ ନବ ନିର୍ମିତ ୧୦୦ ଶଯ୍ୟା ବିଶିଷ୍ଟ ମିଶ୍ରିତ ଛାତ୍ରାବାସକୁ ଉଚ୍ଚଶିକ୍ଷା ମନ୍ତ୍ରୀ ଉଦଘାଟନ କରିବା ସହ ମହାବିଦ୍ୟାଳୟ ପରିସର ମଧ୍ୟରେ ମାଁ ନା ରେ ଗଛଟିଏ ୨.୦ ଅଭିଯାନରେ ବୃକ୍ଷ ରୋପଣ କରିଥିଲେ । ମନ୍ତ୍ରୀ ସୁରଜ ମହାବ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗ ପରିଦର୍ଶନ କରିଥିଲେ । ୫୯ତମ ପ୍ରତିଷ୍ଠା ଦିବସ ସମାରୋହରେ ଉଚ୍ଚଶିକ୍ଷା ମନ୍ତ୍ରୀ ଛାତ୍ରଛାତ୍ରୀଙ୍କ ସହ କଥା ହୋଇ ସେମାନଙ୍କର କିଛି ପ୍ରଶ୍ନର ଉତ୍ତର ମଧ୍ୟ ରଖିଥିଲେ ।ମନ୍ତ୍ରୀ ସଭାରେ ତାଙ୍କର ଉଦବୋଧନରେ ଉପନିବେଶବାଦ ଶିକ୍ଷା ବ୍ୟବସ୍ଥାରେ ନୂଆ ଶିକ୍ଷାନୀତି ୨୦୨୦ ପରିବର୍ତ୍ତନ ଆଣିବ ବୋଲି କହିଥିଲେ । ନୂଆ ଶିକ୍ଷାନୀତି ଫଳରେ ଛାତ୍ରଛାତ୍ରୀମାନଙ୍କ ସର୍ବାଙ୍ଗୀନ ବିକାଶ ହୋଇ ପାରିବ ବୋଲି ମନ୍ତବ୍ୟ ରଖିବା ସହ ଛାତ୍ରଛାତ୍ରୀମାନେ ଚାକିରି କରିବା ମାନସିକତାକୁ ପରିବର୍ତ୍ତନ କରି ଚାକିରି ଦେବା ମାନସିକତା ଆଣିଲେ ରାଜ୍ୟ ତଥା ଦେଶ ବିକଶିତ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ। ଅଧ୍ୟକ୍ଷା ଡ଼. ରାୟ ମହାବିଦ୍ୟାଳୟର ଗୌରବମୟ ଯାତ୍ରାକୁ ଉପସ୍ଥାପନା କରିବା ସହ ଆଗାମୀ ଦିନରେ ମହାବିଦ୍ୟାଳୟ ଉନ୍ନତିର ଶିଖରରେ ପହଞ୍ଚିବ ବୋଲି ଆଶାବ୍ୟକ୍ତ କରିଥିଲେ । ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ନିଜ ନିଜ ବ୍ୟକ୍ତବ୍ୟରେ ଛାତ୍ରଛାତ୍ରୀମାନେ ଜୀବନରେ ସଫଳ ପ୍ରାପ୍ତି ନିମନ୍ତେ ଦିଗ୍ ଦର୍ଶନ କରିଥିଲେ । ଏହି ଅବସରରେ ସ୍ନାତକ ଓ ସ୍ନାତକୋତ୍ତରରେ ସର୍ବୋଚ୍ଚ ନମ୍ବର ରଖି ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷା ମନ୍ତ୍ରୀ ପୁରସ୍କୃତ କରିଥିଲେ । ଶେଷରେ ପରିଚାଳନା କମିଟି ସଭାପତି ତଥା ଉପ ଜିଲ୍ଲାପାଳ ଶ୍ରୀ କହଁର ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ଇଂରାଜୀ ବିଭାଗ ମୂଖ୍ୟ ଲିଫ୍ଟନାଣ୍ଟ ଉଦୟ ନାଏକ ପରିଚାଳନା କରିଥିଲେ । ଅଧ୍ୟାପକ ପି. ଅରୁଣ କୁମାର, ଟି. ଜ୍ୟୋତି, ସୁବ୍ରତ ପ୍ରଧାନ, ଭବେଶ ମହାନ୍ତି, ଅଜୟ ରଇତ , ଟିକେଶ୍ୱର ମାଝୀ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

ରାୟଗଡ଼ାରୁ ନୃସିଂହ ଚରଣ ବାରିକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *