ଜନସାଧାରଣ ଓ ଅଂଶୀଦାରଙ୍କ ପରାମର୍ଶ ପାଇଁ ଚିଠା ଜାତୀୟ ବିଦ୍ୟୁତ୍ ନୀତି-୨୦୨୬ ପ୍ରକାଶିତ
ଜନସାଧାରଣ ଓ ଅଂଶୀଦାରଙ୍କ ପରାମର୍ଶ ପାଇଁ ଚିଠା ଜାତୀୟ ବିଦ୍ୟୁତ୍ ନୀତି-୨୦୨୬ ପ୍ରକାଶିତ l ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ନୂଆ ଚିଠା ଜାତୀୟ ବିଦ୍ୟୁତ୍ ନୀତି (ଏନଇପି),୨୦୨୬ ଜାରି କରାଯିବା ସମ୍ପର୍କରେ ଘୋଷଣା କରାଯାଇଛି। ଯାହାର ମୂଳ ଲକ୍ଷ୍ୟ ‘ବିକଶିତ ଭାରତ–୨୦୪୭’ ଦୃଷ୍ଟିକୋଣ ଅନୁଯାୟୀ ଦେଶର ଶକ୍ତି କ୍ଷେତ୍ରର ସମଗ୍ର ରୂପାନ୍ତରଣ କରିବା ଅଟେ। ଏହି ନୀତି ଚୂଡ଼ାନ୍ତ ହେଲେ ୨୦୦୫ ମସିହାରେ ବିଜ୍ଞପ୍ତି ହୋଇଥିବା ପୁରୁଣା ଜାତୀୟ ବିଦ୍ୟୁତ୍ ନୀତିକୁ ପ୍ରତିସ୍ଥାପିତ କରିବ। ପ୍ରଥମ ଜାତୀୟ ବିଦ୍ୟୁତ୍ ନୀତିର ବିଜ୍ଞପ୍ତି ଫେବୃଆରୀ ୨୦୦୫ରେ ପ୍ରକାଶ ପାଇଥିଲା, ଯେଉଁଥିରେ ଶକ୍ତି କ୍ଷେତ୍ର ସମ୍ମୁଖୀନ ହେଉଥିବା ବିଭିନ୍ନ ମୌଳିକ ସମସ୍ୟା ଯେପରିକି ଚାହିଦା-ଯୋଗାଣ ତାରତମ୍ୟ, ବିଦ୍ୟୁତର ସୀମିତ ଉପଲବ୍ଧତା, ଅପର୍ଯ୍ୟାପ୍ତ ଭିତ୍ତିଭୂମି ଇତ୍ୟାଦି ସଂପର୍କରେ ଉଲ୍ଲେଖ ଥିଲା। ସେବେଠାରୁ ଭାରତର ଶକ୍ତିକ୍ଷେତ୍ରରେ ଅନେକ ପରିବର୍ତ୍ତନମୂଳକ ପ୍ରଗତି ଆସିଛି। ଘରୋଇ କ୍ଷେତ୍ରର ଯୋଗଦାନ ପରେ ସ୍ଥାପିତ ବିଦ୍ୟୁତ ଉତ୍ପାଦନ କ୍ଷମତା ଚାରିଗୁଣ ବଢିଛି,ମାର୍ଚ୍ଚ ୨୦୨୧ସୁଦ୍ଧା ସାର୍ବଜନୀନ ବିଦ୍ୟୁତକରଣ ଲକ୍ଷ୍ୟ ହାସଲ ହୋଇଛି, ଡିସେମ୍ବର ୨୦୧୩ରେ ଏକୀକୃତ ଜାତୀୟ ଗ୍ରୀଡ କାର୍ଯ୍ୟକ୍ଷମ ହୋଇଛି ଓ ୨୦୨୪-୨୫ ସୁଦ୍ଧା ମୁଣ୍ଡପିଛା ବିଦ୍ୟୁତ ଉପଯୋଗ ୧୪୬୦ ୟୁନିଟକୁ ବୃଦ୍ଧି ପାଇଛି। ଦେଶରେ ବିଦ୍ୟୁତ କ୍ରୟ ପାଇଁ ବିଦ୍ୟୁତ ବଜାର ଓ ଏକ୍ସଚେଞ୍ଜଗୁଡ଼କ ଅଧିକ ଦକ୍ଷ ଓ ନମନୀୟ ହୋଇଛନ୍ତି। ଏହି ସଫଳତା ସତ୍ତ୍ୱେ, ବିଭିନ୍ନ କ୍ଷେତ୍ରରେ ସମସ୍ୟା ବଜାୟ ରହିଛି, ବିଶେଷକରି ବିତରଣ କ୍ଷେତ୍ରରେ, ଯେପରିକି ବିପୁଳ କ୍ଷତି ଓ ବକେୟା ଋଣ। ଅନେକ କ୍ଷେତ୍ରରେ ଶୁଳ୍କ ମୂଲ୍ୟ ସହିତ ସମନ୍ୱିତ ନୁହେଁ, ଏବଂ ଉଚ୍ଚ କ୍ରସ୍-ସବସିଡି ଫଳରେ ଔଦ୍ୟୋଗିକ ଶୁଳ୍କ ବୃଦ୍ଧି ପାଇଛି, ଯାହା ଭାରତୀୟ ଶିଳ୍ପର ବିଶ୍ୱ ପ୍ରତିଯୋଗିତା ଉପରେ ପ୍ରତିକୂଳ ପ୍ରଭାବ ପକାଇଛି।ଏହି ପୃଷ୍ଠଭୂମିରେ, ଜାତୀୟ ଶକ୍ତି ନୀତି ୨୦୨୬ ଡ୍ରାଫ୍ଟ ମହତ୍ୱାକାଂକ୍ଷୀ କିନ୍ତୁ ଆବଶ୍ୟକୀୟ ଲକ୍ଷ୍ୟ ଧାର୍ଯ୍ୟ କରିଛି। ନୀତିଟି ୨୦୩୦ ସୁଦ୍ଧା ପ୍ରତି ମୁଣ୍ଡପିଛା ବିଦ୍ୟୁତ୍ ବ୍ୟବହାରକୁ ୨,୦୦୦ କିଲୋୱାଟ୍-ଘଣ୍ଟା ଏବଂ ୨୦୪୭ ସୁଦ୍ଧା ୪,୦୦୦ କିଲୋୱାଟ୍-ଘଣ୍ଟାରୁ ଅଧିକ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି। ଏହା ଭାରତର ଜଳବାୟୁ ପ୍ରତିବଦ୍ଧତା ସହିତ ମଧ୍ୟ ସୁସଙ୍ଗତ, ଯେଉଁଥିରେ ୨୦୩୦ ସୁଦ୍ଧା ୨୦୦୫ ସ୍ତରରୁ ୪୫ ପ୍ରତିଶତ ନିର୍ଗମନ ତୀବ୍ରତା ହ୍ରାସ କରିବା ଏବଂ ୨୦୭୦ ସୁଦ୍ଧା ନିଟ୍ ଶୂନ୍ୟ ନିର୍ଗମନ ହାସଲ କରିବା ଅନ୍ତର୍ଭୁକ୍ତ, ଯାହା ପାଇଁ କମ-କାର୍ବନ ଶକ୍ତି ପଥକୁ ଏକ ନିର୍ଣ୍ଣାୟକ ପରିବର୍ତ୍ତନ ଆବଶ୍ୟକ।ଚିଠା ଏନଇପି ୨୦୨୬ରେ ନିମ୍ନଲିଖିତ ପ୍ରମୁଖ ପଦକ୍ଷେପ ରହିଛି :୧. ସମ୍ବଳ ପର୍ଯ୍ୟାପ୍ତତା(ଆରଏ) : ଅଗ୍ରିମ ବିକେନ୍ଦ୍ରୀତ ଯୋଜନା ମାଧ୍ୟମରେ ଆବଶ୍ୟକୀୟ କ୍ଷମତା ସମ୍ପ୍ରସାରଣ ସୁନିଶ୍ଚିତ କରିବା ପାଇଁ, ବିତରଣ କମ୍ପାନୀ ଏବଂ ଏସଏଲଡିସିଏସମାନେ ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗଙ୍କ ନିୟମ ଅନୁଯାୟୀ ଉପଯୋଗୀତା ଏବଂ ରାଜ୍ୟ ସ୍ତରରେ ଆରଏ ଯୋଜନା ପ୍ରସ୍ତୁତ କରିବେ। ଜାତୀୟ ସ୍ତରରେ ପର୍ଯ୍ୟାପ୍ତତା ସୁନିଶ୍ଚିତ କରିବା ପାଇଁ ସିଇଏ ଏକ ଅନୁରୂପ ଜାତୀୟ ଯୋଜନା ପ୍ରସ୍ତୁତ କରିବ।୨. ଆର୍ଥିକ ଲାଭଜନକତା ଓ ଅର୍ଥନୈତିକ ପ୍ରତିଯୋଗିତା କ୍ଷମତା : ବିଦ୍ୟୁତ ଶୁଳ୍କଗୁଡ଼ିକୁ ଏକ ଉପଯୁକ୍ତ ସୂଚକାଙ୍କ ସହ ଯୋଡ଼ାଯିବାର ପ୍ରସ୍ତାବ ରହିଛି, ଯାହାକି ରାଜ୍ୟ ବିଦ୍ୟୁତ୍ ନିୟାମକ ଆୟୋଗ କୌଣସି ଶୁଳ୍କ ସମ୍ପର୍କିତ ନିର୍ଦ୍ଦେଶ ନ ଦେଲେ ବି ଆପେ ଆପେ ବାର୍ଷିକ ଶୁଳ୍କ ସଂଶୋଧନ କରିପାରିବ। ଶୁଳ୍କ ଉପାଦାନ ଏବଂ ବିଭିନ୍ନ ବର୍ଗର ଗ୍ରାହକଙ୍କ ମଧ୍ୟରେ କ୍ରସ୍-ସବସିଡିକୁ ଏଡାଇବା ପାଇଁ ଦେୟ ଆଦାୟ ମାଧ୍ୟମରେ ସ୍ଥାୟୀ ଖର୍ଚ୍ଚର ଭରଣ ହେବା ଆବଶ୍ୟକ। ଭାରତୀୟ ଉତ୍ପାଦଗୁଡ଼ିକର ପ୍ରତିଯୋଗିତାକ୍ଷମତା ବୃଦ୍ଧି କରିବା ଏବଂ ଲଜିଷ୍ଟିକ୍ସ ଖର୍ଚ୍ଚ ହ୍ରାସ କରିବା ପାଇଁ ଉତ୍ପାଦନ ଶିଳ୍ପ, ରେଳବାଇ ଏବଂ ମେଟ୍ରୋ ରେଳବାଇ ଉପରେ ଲାଗୁ ହୋଇଥିବା କ୍ରସ୍-ସବସିଡି ଏବଂ ସରଚାର୍ଜକୁ ଛାଡ଼ କରିବା ଲାଗି ପ୍ରସ୍ତାବ ଦିଆଯାଇଛି। ନିୟାମକ ଆୟୋଗଗୁଡ଼ିକ, ସମ୍ପୃକ୍ତ ସରକାରଙ୍କ ସହିତ ପରାମର୍ଶ କରି, ୧ ମେଗାଓ୍ବାଟ୍ ଏବଂ ତଦୁର୍ଦ୍ଧ୍ୱ ଲୋଡ୍ ବିଶିଷ୍ଟ ଗ୍ରାହକଙ୍କ ପାଇଁ ସାର୍ବଜନୀନ ସେବା ଦାୟିତ୍ୱରୁ ବିତରଣ ଲାଇସେନ୍ସଧାରୀଙ୍କୁ ଛାଡ଼ କରିପାରିବେ। ନିୟାମକ ଆୟୋଗଗୁଡ଼ିକ ଉପରେ ବୋଝ ହ୍ରାସ କରିବା, ବିବାଦର ଦ୍ରୁତ ସମାଧାନକୁ ସହଜ କରିବା ଏବଂ ଗ୍ରାହକଙ୍କ ଉପରେ ଆର୍ଥିକ ବୋଝ ହ୍ରାସ କରିବା ପାଇଁ ବିବାଦ ସମାଧାନ ତନ୍ତ୍ରକୁ ସୁଦୃଢ଼ କରିବା।୩.ନବୀକରଣୀୟ ଶକ୍ତି ଉତ୍ପାଦନ ଓ ଭଣ୍ଡାରଣ:ବଜାର-ଭିତ୍ତିକ ବ୍ୟବସ୍ଥାବଳୀ ଓ କ୍ୟାପ୍ଟିଭ ପାଓ୍ବାର ପ୍ଲାଣ୍ଟ ମାଧ୍ୟମରେ ନବୀକରଣୀୟ ଶକ୍ତି କ୍ଷମତା ବୃଦ୍ଧି। ବିତରଣ ଲାଇସେନ୍ସଧାରୀଙ୍କ ଦ୍ୱାରା ଖୁଚୁରା ଗ୍ରାହକଙ୍କ ତରଫରୁ ସଂରକ୍ଷଣ କ୍ଷମତା ସ୍ଥାପନ ଯେପରିକି ଉଚ୍ଚ ପରିମାଣର ଅର୍ଥନୀତିର ଲାଭ ମିଳିପାରିବ। ଏହା ସହ ବୃହତ୍ ଉପଭୋକ୍ତାଙ୍କ ଦ୍ବାରା ନିଜ ସଂରକ୍ଷଣ କ୍ଷମତା ସ୍ଥାପନ ଯେପରିକି, ବିତରିତ ନବୀକରଣୀୟ ଶକ୍ତି (ଡିଆରଇ) ଉତ୍ସଗୁଡ଼ିକୁ ଗ୍ରହଣ କରିବା ସହଜ ହେବ। ଡିଆରଇରୁ ଉତ୍ପାଦିତ ଅତିରିକ୍ତ ଶକ୍ତିର କିଣାବିକା, ଏବଂ ଗ୍ରାହକମାନଙ୍କ ଦ୍ବାରା ନିଜେ କିମ୍ବା ସମଷ୍ଟିକାରୀଙ୍କ ମାଧ୍ୟମରେ ଏହାର ସଂରକ୍ଷଣ। ୨୦୩୦ ସୁଦ୍ଧା ନବୀକରଣୀୟ ଶକ୍ତି ଏବଂ ପାରମ୍ପରିକ ଉତ୍ସ ମଧ୍ୟରେ ସିଡ୍ୟୁଲିଂ ଏବଂ ବିଚ୍ୟୁତିରେ ସମାନତା। ବଜାର-ଆଧାରିତ ସଂରକ୍ଷଣର ଉପଲବ୍ଧତା, ଉଦୀୟମାନ ବ୍ୟାଟେରୀ ଶକ୍ତି ସଂରକ୍ଷଣ ପ୍ରଣାଳୀ (ବିଇଏସଏସ) ପ୍ରଯୁକ୍ତିବିଦ୍ୟାର ବ୍ୟବହାର, ଦେଶରେ ବ୍ୟାଟେରି ଓ ବିଇଏସଏସର ଅନ୍ୟ ଉପକରଣଗୁଡ଼ିକର ଉତ୍ପାଦନ ଏବଂ ଭିଜିଏଫ ଏବଂ ବିଇଏସଏସ ଏବଂ ପମ୍ପଡ୍ ଷ୍ଟୋରେଜ୍ ପ୍ରକଳ୍ପ ପାଇଁ ଭିଜିଏ ଭଳି ଚାହିଦା ଭିତ୍ତିକ ପ୍ରୋତ୍ସାହନ।୪. ତାପଜ ବିଦ୍ୟୁତ ଉତ୍ପାଦନବର୍ଦ୍ଧିତ ନବୀକରଣୀୟ ଶକ୍ତି ଏକୀକରଣ ପାଇଁ ଷ୍ଟୋରେଜର ସଂଯୋଗ ଓ ଗ୍ରୀଡ ସହାୟତା ପାଇଁ ପୁରୁଣା ଗ୍ରିଡଗୁଡିକର ଉପଯୋଗୀକରଣ। ତାପଜ ବିଦ୍ୟୁତ କେନ୍ଦ୍ରଗୁଡିକରୁ ବାହାରୁଥିବା ବାଷ୍ପକୁ ଅନ୍ୟ ଉଦ୍ଦେଶ୍ୟ ଯେପରିକି କେନ୍ଦ୍ରୀୟ ଶିତଳୀକରଣ ଓ ଔଦ୍ୟୋଗିକ ପ୍ରକ୍ରିୟାକରଣରେ ଉପଯୋଗ। ୫.ପରମାଣ ଶକ୍ତି ଉତ୍ପାଦନ୨୦୪୭ ସୁଦ୍ଧା ୧୦୦ ଗିଗାଓ୍ବାଟ୍ ପରମାଣୁ ଶକ୍ତି ଲକ୍ଷ୍ୟ ହାସଲ ପାଇଁ ଶାନ୍ତି ଅଧିନିୟମ, ୨୦୨୫ରେ ଥିବା ବ୍ୟବସ୍ଥା ଅନୁସାରେ ଉନ୍ନତ ପରମାଣୁ ପ୍ରଯୁକ୍ତି ହାସଲ, ମଡୁଲାର ରିଆକ୍ଟରର ବିକାଶ, କ୍ଷୁଦ୍ର ରିଆକ୍ଚରର ନିର୍ମାଣ ଓ ବ୍ୟବସାୟିକ ତଥା ଔଦ୍ୟୋଗିକ ଗ୍ରାହକଙ୍କ ଦ୍ବାରା ପରମାଣୁ ଶକ୍ତିର ଉପଯୋଗ। ୬.ଜଳବିଦ୍ୟୁତ ଉତ୍ପାଦନବନ୍ୟା ନିୟନ୍ତ୍ରଣ, ଜଳସେଚନ ଓ ଜଳ ତଥା ଶକ୍ତି ନିରାପତ୍ତା ପାଇଁ ଭଣ୍ଡାର ଭିତ୍ତିକ ଜଳବିଦ୍ୟୁତ ପ୍ରକଳ୍ପର ତ୍ବରିତ ନିର୍ମାଣ। ୭.ବିଦ୍ୟୁତ ବଜାରଅସାଧୁ ମେଣ୍ଟ, ହେରାଫେରି ଓ ବଜାର ଆଧିପତ୍ୟକୁ ରୋକିବାକୁ ଏକ ଦୃଢ ବଜାର ତଦାରଖ ଓ ସତର୍କତା ବ୍ୟବସ୍ଥାବଳୀ ନିର୍ମାଣ। ୮. ସଂଚାରଣପଥ ଅଧିକାର (ଆରଓଡବ୍ଲୁ) ସମସ୍ୟାର ସମାଧାନ ଲାଗି ଅତ୍ୟାଧୁନିକ ପ୍ରଯୁକ୍ତିର ବ୍ୟବହାର ଓ ଜମି ବ୍ୟବହାର ପାଇଁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ। ୨୦୩୦ ସୁଦ୍ଧା ସବୁ ପ୍ରକାରର ନବୀକରଣୀୟ ଶକ୍ତି କ୍ଷମତାର ସଞ୍ଚାରଣ ଶୁଳ୍କ ପାରମ୍ପରିକ ଶକ୍ତି ସହ ସମାନ ରଖିବା। ସର୍ବୋତ୍ତମ ବ୍ୟବହାର ଓ ସଂଯୋଗ ମହଜୁଦ ସମସ୍ୟାର ନିରାକରଣ ଲାଗି ଉପଯୁକ୍ତ ନିୟାମକ ବ୍ୟବସ୍ଥା ସମେତ ସଞ୍ଚାରଣ ସଂଯୋଗ ପ୍ରଦାନ ଲାଗି ବ୍ୟବହାର ଭିତ୍ତିକ କାର୍ଯ୍ୟବିଧି ସ୍ଥାପନା। ୯.ବିତରଣଏକ ଅଙ୍କ ବିଶିଷ୍ଟ ଏଟିଏଣ୍ଡସି କ୍ଷତି ହାସଲ ପାଇଁ ପରିମାପକର ବିକାଶ କରାଯିବ। ପ୍ରତିଯୋଗିତା ଓ ଦକ୍ଷତା ବୃଦ୍ଧି ଓ ନେଟଓ୍ବର୍କ ଜାଲିଆତି ଦୂର ପାଇଁ ମିଳିତ ବିତରଣ ନେଟଓ୍ବର୍କ ସ୍ଥାପନ ଲାଗି ପରିକଳ୍ପନା କରାଯାଇଛି। ନେଟଓ୍ବର୍କ ସେୟାରିଂ, ବିତରିତ ନବୀକରଣ ଶକ୍ତିର ମିଶ୍ରଣ ଓ ଭେହିକ୍ଲ ଟୁ ଗ୍ରିଡ୍ (ଭିଟୁଜି) ବ୍ୟବସ୍ଥା ଲାଗି ବିତରଣ ବ୍ୟବସ୍ଥା ଅପରେଟର (ଡିଏସଓ) ସ୍ଥାପନ। ୨୦୩୨ ସୁଦ୍ଧା ୧୦ ଲକ୍ଷରୁ ଅଧିକ ଲୋକସଂଖ୍ୟା ବିଶିଷ୍ଚ ସମସ୍ତ ସହରରେ ବିତରଣ ଟ୍ରାନ୍ସଫର୍ମର ସ୍ତରରେ ଏନ-୧ ରିଡେଣ୍ଡେନ୍ସି ସୁନିଶ୍ଚିତ କରାଯିବ। ଏସବୁ ସହରର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଭୂମିଗତ ବିତରଣ ନେଟୱାର୍କ ଉପରେ ବିଚାର କରାଯିବ।୧୦.ଗ୍ରିଡ୍ ଅପରେସନରାଜ୍ୟ ସଞ୍ଚାରଣ ୟୁଟିଲିଟି (ଏସଟିୟୁ)ଗୁଡିକର ପୃଥକୀକରଣ ଓ ଏସଏଲଡିସି ପରିଚାଳନା ଓ ସଞ୍ଚାରଣ ଯୋଜନା କାର୍ଯ୍ୟ ପାଇଁ ସ୍ବାଧୀନ ରାଜ୍ୟସ୍ତରୀୟ ସଂସ୍ଥା ସ୍ଥାପନ। ସିଇଆରସିର ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ଗ୍ରିଡ୍ କୋଡଗୁଡିକୁ ଭାରତୀୟ ବିଦ୍ୟୁତ ଗ୍ରିଡ କୋଡ୍ ସହ ଅନୁକୂଳ କରିବ।୧୧.ସାଇବର ସୁରକ୍ଷାସୁଦୃଢ ସାଇବର ସୁରକ୍ଷା ବ୍ୟବସ୍ଥା ସ୍ଥାପନ। ଭାରତରେ ଶକ୍ତି କ୍ଷେତ୍ରର ତଥ୍ୟ ସୁରକ୍ଷିତ ରଖିବା ତଥା ତଥ୍ୟ ସାର୍ବଭୌମତ୍ବ ଓ ସୁଦୃଢ ବ୍ୟବସ୍ଥା ସ୍ଥାପନ।୧୨. ତଥ୍ୟ ଆଦାନପ୍ରଦାନକେନ୍ଦ୍ର ସରକାରଙ୍କ ଅନୁମୋଦିତ କାର୍ଯ୍ୟବିଧି ଅନୁସାରେ ପରିଚାଳନା ଓ ବଜାର ତଥ୍ୟ ଆଦାନପ୍ରଦାନ। ବିତରଣ କମ୍ପାନି ଓ ଏସଏଲଡିସିଗୁଡିକୁ ବିତରିତ ଶକ୍ତିର ରିଅଲ ଟାଇମ୍ ଦୃଶ୍ୟମାନତା ସୁନିଶ୍ଚିତ କରିବା।୧୩.ପ୍ରଯୁକ୍ତି ଓ ଦକ୍ଷତା ବିକାଶ୨୦୩୦ସୁଦ୍ଧା ସ୍ବଦେଶୀ ଜ୍ଞାନକୌଶଳରେ ବିକଶିତ ସ୍କାଡା ସିଷ୍ଟମକୁ ସ୍ଥାନାନ୍ତରଣ। ଶକ୍ତି କ୍ଷେତ୍ରର ସବୁ ଜରୁରୀ କ୍ଷେତ୍ରରେ ବ୍ୟବହାର ପାଇଁ ସ୍ବଦେଶୀ ସଫ୍ଟଓ୍ବାର ସମାଧାନର ବିକାଶ। ବିଭିନ୍ନ ନୂଆ ବ୍ୟବସ୍ଥା ସହ , ଚିଠା ଏନଇପି ୨୦୨୬ ବିକଶିତ ଭାରତ ଲକ୍ଷ୍ୟ ହାସଲ ନିମନ୍ତେ ସୁଲଭ ମୂଲ୍ୟରେ ଉଚ୍ଚ ଗୁଣାତ୍ମକ ବିଜୁଳି ଯୋଗାଣ ପାଇଁ ଭବିଷ୍ୟତ ପ୍ରସ୍ତୁତ, ଆର୍ଥିକ ଭାବେ ସ୍ଥାୟୀ ଏବଂ ପରିବେଶଗତ ଭାବେ ସ୍ଥାୟୀ ଶକ୍ତି କ୍ଷେତ୍ର ପାଇଁ ଏକ ବ୍ୟାପକ ବ୍ଲୁପ୍ରିଣ୍ଟ ପ୍ରଦାନ କରେ ।
