ଜାତୀୟ ବାଳିକା ଦିବସ ପାଳିତ

ଜାତୀୟ ବାଳିକା ଦିବସ ପାଳିତ l ଝିଅ ମାନେ ହିଁ ସମାଜର ଭବିଷ୍ୟତ କୋଣାର୍କ – କୋଣାର୍କ ନିକଟସ୍ଥ ବାଲିଦୋକାନରେ ଥିବା ସରକାରୀ ପିଏମଶ୍ରୀ ବଟେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ବିଦ୍ୟାଳୟ ପରିସରରେ ଜାତୀୟ ବାଳିକା ଦିବସ ପାଳିତ ହୋଇଯାଇଛି। ପ୍ରଧାନ ଶିକ୍ଷକ କୈଳାସ ଚନ୍ଦ୍ର ରାୟଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷୟତ୍ରୀ ସ୍ଵର୍ଣ୍ଣ ଲତା ତ୍ରୀପାଠୀ, ସମାଜସେବିକା ରୋଜାଲିନ ପ୍ରଧାନ, ବିଦ୍ୟାଳୟ କମିଟି ସଭାପତି ପ୍ରଦୀପ୍ତ ବିଶ୍ବାଳ, ସହକାରୀ ଶିକ୍ଷୟିତ୍ରୀ ଲକ୍ଷ୍ମୀପ୍ରିୟା ମୁଦୁଲି ପ୍ରମୁଖ ଯୋଗ ଦେଇ ବାଳିକା ମାନଙ୍କ ଲିଙ୍ଗଗତ ଅଧିକାର, ସ୍ଵାସ୍ଥ୍ୟଗତ, ଶିକ୍ଷାଗତ ଓ ସାମାଜିକ ସୁରକ୍ଷାର ଅଧିକାର ଉପରେ ଆଲୋକପାତ କରିଥିଲେ।

ଝିଅ ମାନେ ହିଁ ସମାଜର ଭବିଷ୍ୟତ , ସେମାନଙ୍କ ସୁରକ୍ଷା, ଶିକ୍ଷା, ସ୍ବାସ୍ଥ୍ୟ ଉପରେ ପ୍ରତ୍ୟେକ ପିତା ମାତା ସମାନ ଗୁରୁତ୍ଵ ଦେବା ପାଇଁ କହିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ବାଳିକା ମାନଙ୍କ ଦ୍ଵାରା ବିଭିନ୍ନ ରଚନା, ଲେଖା, ଚିତ୍ରାଙ୍କନ ସହ ଅନ୍ୟାନ୍ୟ କଳାକୃତି ଆଦି ପ୍ରଦର୍ଶିତ କରାଯାଇଥିଲା। ଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ପୋଷଣ ଖାଦ୍ୟ, ଫଳ, ପନିପରିବା, ସନ୍ତୁଳିତ ଖାଦ୍ୟ, ପୋଷାକ ତତ୍ତ୍ଵ ଦ୍ରବ୍ୟ ଆଦି ପ୍ରଦର୍ଶନ କରାଯାଇଥିଲା। କୃତୀ ବାଳିକା ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇ ପୁରସ୍କୃତ କରାଯାଇଥିଲା। ଶେଷରେ ଛାତ୍ରୀ ମାନଙ୍କ ଦ୍ଵାରା ସଚେତନା ମୂଳକ ନୃତ୍ୟ, ଗୀତ ଓ ନାଟିକା ପ୍ରସ୍ତୁତି ହୋଇଥିଲା। କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ସୂଚାରୁ ରୁପେ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *