ପୁରୀ ସ୍ଥିତ ହେରାଗୌରୀ ସାହି ରେ ଜାତୀୟ ହସ୍ତତନ୍ତ୍ର ଦିବସ ଅନୁଷ୍ଠିତ କରାଯାଇଛି
ପୁରୀ ସ୍ଥିତ ହେରାଗୌରୀ ସାହି ରେ ଜାତୀୟ ହସ୍ତତନ୍ତ୍ର ଦିବସ ଅନୁଷ୍ଠିତ କରାଯାଇଛି! ହେରା ଗୌରୀ ସାହି ସ୍ଥିତ କାର୍ଯ୍ୟାଳୟ ପରିସରରେ ଜାତୀୟ ହସ୍ତତନ୍ତ ଦିବସ ପାଳିତ ହୋଇଯାଇଛି । ଏହି ଉତ୍ସବକୁ ପୁରୀ ଆଞ୍ଚଳିକ ପରିବହନ ଅଧିକାରୀ ରବିନ୍ ପଟ୍ଟନାୟକ ଙ୍କ ଦ୍ୱାରା ଉଦ୍ଘାଟନ କରାଯାଇଥିଲା। ଏହି ଅବସରରେ ଆୟୋଜିତ ହ୍ୟାଣ୍ଡଲୁମ୍ ହାରମୋନି ରେ ଭାରତର ବିଭିନ୍ନ ରାଜ୍ୟ ସମେତ ଓଡ଼ିଶାର ଅନେକ ଜିଲ୍ଲାରୁ ବିଭିନ୍ନ ହସ୍ତଶିଳ୍ପ କାରିଗରମାନେ ଯୋଗ ଦେଇଥିଲେ । ଉତ୍ସବ ହ୍ୟଣ୍ଡଲୁମର ପ୍ରତିଷ୍ଠାତା ରୁଚିମିତ୍ରା ଜଗଦେବ ମହାପାତ୍ରଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି କହିଲେ ଆଗାମୀ ଦିନରେ ରାଜ୍ୟରେ ହ୍ୟାଣ୍ଡଲୁମ୍ ବ୍ୟବହାର କିଭଳି ବଢିବ ଯାହା ଫଳରେ କ୍ଷୁଦ୍ର ବ୍ୟବସାୟୀ ମାନେ ବଞ୍ଚି ରହି ପାରିବେ । ତତ୍ ସହିତ ବୁଣାକାରମାନେ ସେମାନଙ୍କର ଦ୍ରବ୍ୟର ଉଚିତ୍ ମୂଲ୍ୟ କିପରି ପାଇବେ ସେଥିପତି ଧ୍ୟାନ ଦେବେ । ସମ୍ମାନୀତ ଅତିଥି ଭାବେ ସମାଜସେବୀ ଡଃ ଅନିତା ସାବତ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିଥି ଭାବେ ଡିଜାଇନର ଏସ. ଉଷାରାଣୀ ଦୋରା, ଅନ୍ତଃ ରାଷ୍ଟ୍ରୀୟ ଡିଜାଇନର ଇତିଶ୍ରୀ ସାହୁ , ମିଲେଟ୍ ମିଶନର ସବନମ ଅଫେରିନ ଯୋଗ ଦେଇ ନିଜେ ନିଜର ଅଭିଜ୍ଞତା ବର୍ଣ୍ଣନା କରିଥିଲେ । ରାଜଲକ୍ଷ୍ମୀ ଦାସ, ମିନତି ସାହୁ, ସଂଜିଦା ବେଗମ୍ , ହିମାଂଶୁ ନାୟକ, ବିନି ନାଗ, କାଞ୍ଚନ ଶୁକ୍ଳା, କଳ୍ପନା ମୁଦୁଲି , ଲଲାଟେନ୍ଦୁ ମିଶ୍ର , ଭୀମସେନ ନାଗ ଓ ଅଜିତ ନାହାକ ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶ୍ରୀରାମ କିଙ୍କର,ଜଗଦେବ ମହାପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ ।
